Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୭୨ ବର୍ଷ ହେଲା ପୂଜା ପାଉଛନ୍ତି ବୁଢା ଗଣେଶ 

Odisha

୭୨ ବର୍ଷ ହେଲା ପୂଜା ପାଉଛନ୍ତି ବୁଢା ଗଣେଶ 

Manini Pattanayak
Browse all articles by Manini Pattanayak
·1 year ago·2 min read
୭୨ ବର୍ଷ ହେଲା ପୂଜା ପାଉଛନ୍ତି ବୁଢା ଗଣେଶ 

ଅନୁଗୁଳ:  କାହିଁ କେଉଁ ଅତୁଟ ବିଶ୍ଵାସ ରଖୀ ପାଖାପାଖି ଦୀର୍ଘ ୭୨ ବର୍ଷ ହେବ ପାଳିତ ହେଉଛି ତାଳଚେର ରେ ଗଣେଶ ପୂଜା । ୧୯୪୮ ମସିହାରେ ହାତ ଗଣତି କେତୋଟି ମଣ୍ଡପ ରୁ ଆରମ୍ଭ ହୋଇଥିବା ଏହି ପୂଜା ପରିଣତ ହୋଇଛି ଗଣପର୍ବରେ । ମଣ୍ଡପ ସଂଖ୍ୟା ୧୦୦ ଛୁଇଁ ଥିବାବେଳେ ୧୦ ଦିନ ଧରି ଝଲସୁଛି ତାଳଚେର ସହର । ସହର ଗଳିକନ୍ଦି, ସାଇ ବସ୍ତି ସବୁଠି ଚାଲିଛି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଉତ୍ସବ। ସମଗ୍ର ଓଡିଶାରେ ପ୍ରସିଦ୍ଧି ଲାଭ କରିଥିବା ତାଳଚେରର ଗଣେଷ ପୂଜା ଦେଖିବା ପାଇଁ  ସଞ୍ଜ ନଇଲା କ୍ଷଣି ସହରକୁ ଛୁଟୁଛି ଦେଖଣା ହାରିଙ୍କ ଭିଡ । ଏଥର ପ୍ରାୟ ୧୦୦ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ । କେଉଁଠି ଶ୍ରୀକ୍ଷେତ୍ର ରତ୍ନ ଭଣ୍ଡାର ସ୍ଥାନନ୍ତରଣର ଦୃଶ୍ୟ ମଧ୍ୟରେ ଗଜାନନ ଙ୍କୁ ପୂଜା କରାଯାଉଛି ତ ଆଉ କେଉଁଠି ରାଧା କୃଷ୍ଣ ଲୀଳାରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ତ ଅନ୍ୟ କେଉଁଠି ବଟ ଗଣେଶ ରୂପରେ ପୂଜା ପାଉଛନ୍ତି ବିଘ୍ନନାଶନ । ରଙ୍ଗୀନ ଆଲୋକ ରେ ଝଲସୁଛି   ତାଲଚେର । 

 ସହରର ବଉଳ ଛକ ରାହାସ ପାଟି ଗଣେଷ ପୂଜା କମିଟି ଗଜାନନଙ୍କ ପୂଜା ମଣ୍ଡପକୁ ଭିର୍ଣ୍ଣ ଢଙ୍ଗରେ ସଜାଇଛି । ଚଳିତ ବର୍ଷର ବୋହୁ ଚର୍ଚିତ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥାନନ୍ତରଣ ଦୃଶ୍ୟକୁ ଅବିକଳ ଭାବେ ସ୍ଥାନ  ଦିଆଯାଇଛି ପୂଜା ମଣ୍ଡପ ରେ । ହାଣ୍ଡିଧୁଆ ଛକ ଠାରୁ ଆରମ୍ଭ କରି ବଡ ବଜାର ଦୀର୍ଘ ୮ କିଲୋମିଟର ବ୍ୟାପୀ ସହର ଏବେ ଏବଂ ବିଭିନ୍ନ ସାହିରେ ବିଘ୍ନନାଶନ ଙ୍କୁ ପୂଜା କରାଯାଊଛି । ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଏହି ପୂଜା ଇନ୍ଦୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଏଥିପାଇଁ ସାରା ସହର ଏବେ ରଙ୍ଗୀନ ହୋଇ ଉଠିଛି । ୧୯୪୮ ମସିହାରୁ ଆଜି ଯାଏଁ ଗଜାନନ ଙ୍କ ପୂଜାକୁ ସମସ୍ତେ ପାଳି ଆସୁଛନ୍ତି । ଅଳ୍ପ କେଇଟି ପୂଜା ମଣ୍ଡପରୁ ଆରମ୍ଭ ହୋଇଥିବା ପୂଜା ଏବେ ପହଞ୍ଚିଛି ୧୦୦ ଟି ମଣ୍ଡପରେ ମାନ୍ୟତା ପାଇଛି ଗଣପର୍ବର ।  ପୂଜା ବୁଲିବା ସହ ତାଳଚେର ହାଟତୋଟା ପ୍ରଜାମଣ୍ଡଳ ଭବନ ନିକଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମିନାବଜାର ସମସ୍ତ ଙ୍କ ଅନ୍ୟତମ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି । 
 ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ganesh Puja is celebrated in Talcher for 72 years. | Argus News