Videos
|
Odisha

Ganesh Visarjan Tragedy / ଗଣେଶ ଭସାଣି ବେଳେ ଅଘଟଣ: ତାଳଦଣ୍ଡା କେନାଲର ପାଣିକୁ ଖସିପଡ଼ି ଜଣେ ଯୁବକ ନିଖୋଜ

Banajyotshna Ray
Browse all articles by Banajyotshna Ray
·51 mins ago·2 min read
ଗଣେଶ ଭସାଣି ବେଳେ ଅଘଟଣ: ତାଳଦଣ୍ଡା କେନାଲର ପାଣିକୁ ଖସିପଡ଼ି ଜଣେ ଯୁବକ ନିଖୋଜ
Ganesh Visarjan Tragedy

Key Points

କଟକରେ ଗଣେଶ ଭସାଣି ବେଳେ ଅଘଟଣ
ମୂର୍ତ୍ତି ବିସର୍ଜନ କରୁଥିବା ସମୟରେ ତାଳଦଣ୍ଡା କେନାଲର ପାଣିକୁ ଖସିପଡ଼ି ଜଣେ ଯୁବକ ନିଖୋଜ
ମିଳୁନି ପତ୍ତା ଚାଲିଛି ତନାଘନା
କଟକରେ ଗଣେଶ ଭସାଣି ବେଳେ ଅଘଟଣ । ମୂର୍ତ୍ତି ବିସର୍ଜନ କରୁଥିବା ସମୟରେ ତାଳଦଣ୍ଡା କେନାଲର ପାଣିକୁ ଖସିପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ନିକଟସ୍ଥ ତାଳଦଣ୍ଡା କେନାଲରେ ଗଣେଶ ମୂର୍ତ୍ତି ବିସର୍ଜନ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକ ଜଣକ ହେଲେ ତିନିଘରିଆ ଅଞ୍ଚଳର ରଞ୍ଜିତ ନାଟିଆ। ଗତକାଲି ରାତ୍ର ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ତିନିଘରିଆ ଅଞ୍ଚଳରୁ ମେଢ଼ ଆସିଥିଲା। ବେଲେଶ୍ୱର ନିକଟସ୍ଥ ପୋଲ ଉପରୁ ଗଣେଶ ମୂର୍ତ୍ତି ବିସର୍ଜନ କରୁଥିବା ସମୟରେ ରଞ୍ଜିତ ମୂର୍ତ୍ତି ସହିତ ହଠାତ୍ ପାଣିକୁ ଖସି ପଡ଼ିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କେନାଲରେ ଖୋଜାଖୋଜି ଆରମ୍ଭ କରିଥିଲେ , କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ।''ଏବେବି ଚାଲିଛି ଖୋଜାଖୋଜି। ଗତକାଲି ଖୁବ ଧୁମଧାମରେ ଚାଲିଥିଲା ଗଣେଶ ଭସାଣି। ସମସ୍ତେ ଖୁସିରେ ନାଚି ନାଚି ଡିଜେ ବଜାଇ ସମସ୍ତେ ଯାଉଥିଲେ। ହଠାତ୍‌ ସେହି ସମୟରେ ଘଟିଲା ଅଘଟଣ। ଯେଉଁ ସମୟରେ ଗଣେଶଙ୍କୁ କେନାଲ ଉପରେ ବସାଇ ତଳକୁ ଠାକୁରଙ୍କୁ ବିସର୍ଜନ କରୁଥିଲେ। ପ୍ରବଳ ଭିଡ଼ ଜମିଥିଲା, ସମସ୍ତେ ଠେଲାପେଲା ଥିଲା। ଠିକ ସେହି ସମୟରେ ଜଣେ ବ୍ୟକ୍ତି ଭିଡ଼ ଭିତରେ ଖସିପଡ଼ିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଖୋଜାଖୋଜି କରାଯାଇଥିବା ବର୍ତ୍ତମାନ ପର୍ଯ୍ୟନ୍ତ ପତ୍ତା ମିଳୁନାହିଁ।''ଏଖବର ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି।''

ଏଥିସହ ପଢ଼ନ୍ତୁ: ପୁଣି ଛାନିଆ କଲାଣି ବାତ୍ୟା ଭୟ: ଶକ୍ତିଶାଳୀ ହେବ ଲଘୁଚାପ ?

ଗତକିଛି ଦିନ ଧରି ଚାଲିଥିଲା ଗଣେଶ ପୂଜା। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିଲା। ଗଜାନନଙ୍କ ପୂଜା ପାଇଁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥିଲେ। ପୂଜାପାଠ, ନାଚଗୀତ, ଭୋଜିଭାତର ଆସର ଜମିଥିଲା। କିନ୍ତୁ କିଏ ଜାଣିଥିଲା ଯେ, ବିସର୍ଜନ ଦିନ ଏମିତି କିଛି ଅଘଟଣ ଘଟିଯିବ ବୋଲି। ଯେଉଁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାସହ କିଭଳି ଭାବରେ ନିଖୋଜ ବ୍ୟକ୍ତି ମିଳିବେ ସେନେଇ ଚାଲିଛି ଜୋଦାର ତଦନ୍ତ।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: