ଗଣଦୁଷ୍କର୍ମ ମାମଲା, ୪ ଅଭିଯୁକ୍ତ ଗିରଫ
·1 year ago

Key Points
ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା
୪ ଜଣ ଅଭିଯୁକ୍ତଙ୍କୁ ଗିରଫ
ପୋଲିସର ତଦନ୍ତ ଜାରି
ବ୍ରହ୍ମପୁର ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ । ଦୁଇ ଦିନ ଧରି ତିନୋଟି ସ୍ଥାନରେ ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଥିଲେ ଚାରି ଅଭିଯୁକ୍ତ । ଗଣଦୁଷ୍କର୍ମ ପରେ ଫେରାର ହୋଇଯାଇଥିଲେ ଅଭିଯୁକ୍ତମାନେ । ଦୁଇ ନାବାଳିକାଙ୍କ ଗାଁର ହିଁ ଚାରି ଜଣ ଅଭିଯୁକ୍ତ ରହିଥିଲେ । ଗିରଫ ପରେ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଦୁଇଟି ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଳମ୍ବିତ ରାତିରେ ଗିରଫ କରିଥିଲା ପୋଲିସ । ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ଏହି ଘଟଣାରେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: