ଫଟୋସୁଟ୍ ବାହାନାରେ ଡାକିନେଲେ , ସାଙ୍ଗଙ୍କ ସହ ମିଶି ପ୍ରେମିକାକୁ ଗଣଦୁଷ୍କର୍ମ

Key Points
ରାଜଧାନୀରେ ଚାଞ୍ଚଲ୍ୟ
ପ୍ରେମିକ ସାଜିଲା ଜହ୍ଲାଦ
ଫଟୋସୁଟ ବାହାନାରେ ଡାକି ପ୍ରେମିକାକୁ କଲା ଗଣଦୁଷ୍କର୍ମ
ମହଙ୍ଗା ପଡିଲା ସୋସିଆଲ ମିଡିଆ ପ୍ରେମ । ପ୍ରେମିକ ସାଜିଲା ଜହ୍ଲାଦ । ଫଟୋସୁଟ ବାହାନାରେ ଡାକି ପ୍ରେମିକାକୁ କଲା ଗଣଦୁଷ୍କର୍ମ । ଏପରି ଅଭାବନୀୟ ଘଟଣା ଯାହା ରାଜଧାନୀ ଭୁବନେଶ୍ଵରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲା ଏହି ପ୍ରେମ ସମ୍ପର୍କ । ହେଲେ ଜଣେ ପ୍ରେମକୁ ବିଶ୍ଵାସ କରୁଥିବା ବେଳେ ଅନ୍ୟଜଣେ ଦେହର ଭୋକ ମେଣ୍ଟାଇବାକୁ ଖୋଜୁଥିଲା ମଉକା । ଆଉ ମିଛ ବିଶ୍ଵାସର ଜାଲରେ ପ୍ରେମିକା ଫସିଗଲା ପରେ ପ୍ରେମିକକୁ ମିଳିଥିଲା ସେହି ଅନେକ ଦିନର ଅପେକ୍ଷା କରି ରହିଥିବା ସୁବର୍ଣ୍ଣ ସୁଯୋଗ । ଫଟୋସୁଟ୍ କରିବା ବାହାନାରେ ପ୍ରେମିକାକୁ ଚନ୍ଦ୍ରଶେଖରପୁରର ଏକ ଲଜ୍କୁ ଡାକିଥିଲେ । ଆଉ ସେଠାରେ ପୂର୍ବରୁ ଛକି ରହିଥିଲେ ସେ ନିଜେ ଏବଂ ଅନ୍ୟ ଦୁଇଜଣ ସାଥୀ । ସେମାନଙ୍କ ମଧ୍ୟରୁ ଜଣେ ସେହି ଲଜ୍ର କେୟାର ଟେକର ହୋଇଥିବା ମଧ୍ୟ ସୂଚନା ମିଳିଛି ।
ପ୍ଲାନ ମୁତାବକ ହୋଇଥିଲା ସବୁକିଛି । କିନ୍ତୁ ପ୍ରେମିକାକୁ ଏ ବିଷୟରେ କୌଣସି ସୁରାଗ୍ ନଥିଲା । ପ୍ରେମିକଙ୍କ କଥାରେ ବିଶ୍ଵାସ କରି ଫଟୋସୁଟ୍ କରିବା ନିଶାରେ ଚାଲିଆସିଥିଲେ ସେହି ଲଜ୍କୁ । ପହଞ୍ଚିବାପରେ ମୃଦୁ ପାନୀୟରେ ନିଶା ଦେଇଥିଲେ ପ୍ରେମିକ । ଆଉ ଜଣଙ୍କ ପରେ ଜଣେ କରିଚାଲିଥିଲେ ଦୁଷ୍କର୍ମ । ଏସବୁରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ଶେଷରେ ନିଜର ଜୀବନ ନେଇ ଲଜ୍ରୁ ବାହାରି ଆସିଥିଲେ ଯୁବତୀ ଜଣକ । ଆଉ ଘରେ ପହଞ୍ଚି ପରିବାର ଲୋକଙ୍କୁ ଜଣାଇଥିଲେ ସବୁ ସତ ।
ପରେ ପରିବାର ଲୋକେ ମହିଳା ଥାନାରେ ଅଭିଯୋଗ କରିବା ପରେ ମାଜିଷ୍ଟ୍ରେଟଙ୍କ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଏଥିସହ ତାଙ୍କର ଡାକ୍ତରୀ ମାଇନା କରାଯାଇଥିଲା । ଏହାପରେ ଲଜ୍ର ସିସିଟିଭି ଫୁଟେଜରୁ ଜଣା ପଡିଥଇଲା ସବୁ ସତ । ଯୁବକ ୩ ଜଣଙ୍କୁ ଲଜ୍ ଭିତରକୁ ଯାଉଥିବାର ସିସିଟିଭି ଫୁଟେଜ ମିଳିବା ପରେ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।