Videos
|
Odisha

ଘର ଠାରୁ ମାତ୍ର 400 ମିଟର ଦୂରକୁ ଯାଇଛନ୍ତି କି ନାହିଁ...!

Smruti Parija
Browse all articles by Smruti Parija
·1 year ago·1 min read
ଘର ଠାରୁ ମାତ୍ର 400 ମିଟର ଦୂରକୁ ଯାଇଛନ୍ତି କି ନାହିଁ...!

Key Points

ପୁଣି ଲଜ୍ଜା

ପୁଣି ଗଣଦୁଷ୍କର୍ମ

ଜଗତସିଂହପୁର ଗଣଦୁଷ୍କର୍ମ ମାମଲାରେ ଜଣେ ଗିରଫ

ବାଲେଶ୍ୱର ଏଫଏମ୍ କଲେଜ ଓ ବଳଙ୍ଗାରେ ନାବାଳିକାଙ୍କୁ ପୋଡି ଦେବା ଘଟଣାକୁ ନେଇ ପୁରା ରାଜ୍ୟବାସୀ ସ୍ତବ୍ଧ ଥିବାବେଳେ ପୁଣି ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ଗୁରୁତର ଅବସ୍ଥାରେ ପିଡିତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରିଥିବାବେଳେ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତୁ ନିଆଳିରୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଏବେ ବି ଫେରାର ରହିଛି । ସେପଟେ ପୀଡ଼ିତାଙ୍କ ମହିଳା ବନ୍ଧୁକୁ ଅଟକ ରଖି ପଚରାଉଚରା କରାଯାଉଛି । ଘଟଣାର ଅଧିକ ତନାଘନା ପାଇଁ ୩ଟି ଟିମ୍ ଗଠନ କରିଛି ସଦର ପୋଲିସ ।


ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମେଡିକାଲରେ ପହଞ୍ଚି ପରିବାର ସହିତ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର ଅପରାଧୀକୁ ଧରାଯିବ ବୋଲି କହିଛନ୍ତି । ପୋଲିସର ସ୍ଵତନ୍ତ୍ର ଟିମ ରାତି ଅଧିଆ ବିଭିନ୍ନ ସ୍ଥାନମାନଙ୍କରେ ପହଞ୍ଚି ବିଭିନ୍ନ ତଥ୍ୟ ସଂଗ୍ରହ କରୁଛି । ଏଥି ସହିତ ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇ ତଦନ୍ତ କରୁଛି ସଦର ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


gang-rape-in-jagatsinghpur-one-arrested | Argus News