Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଟିରେ ମିଶିଯିବାକୁ ବସିଛି ଗଙ୍ଗବଂଶୀୟ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଗଙ୍ଗେଶ୍ବର ଶିବ ମନ୍ଦିର

Ritu Das
Browse all articles by Ritu Das
·1 year ago·2 min read
ମାଟିରେ ମିଶିଯିବାକୁ ବସିଛି ଗଙ୍ଗବଂଶୀୟ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଗଙ୍ଗେଶ୍ବର ଶିବ ମନ୍ଦିର

ଦୁର୍ଗମ ଇଲାକାରେ ହଜିଯିବାକୁ ବସିଛି ହଜାରେ ଖ୍ରୀଷ୍ଟାବ୍ଦର ଐତିହ୍ୟ l ସବୁଜ ବନାନୀ ଘେରା ଆଦିବାସୀ ଅଧ୍ୟୁଷିତ ରଣପୁର ବ୍ଲକ ବନ୍ଧାମୁଣ୍ଡା ପଞ୍ଚାୟତରେ ଥିବା ଏହି ଐତିହ୍ୟ ସମ୍ପନ୍ନ ଗଙ୍ଗ ବଂଶୀୟ ମନ୍ଦିର ଏବେ ସମ୍ପୂର୍ଣ୍ଣ ଭଗ୍ନାବସ୍ଥାରେ l କିମ୍ବଦନ୍ତୀ କହେ ହଜାର ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ରାଜା ଏଠାରେ ଗଙ୍ଗେଶ୍ୱର ମହାଦେବ ମନ୍ଦିର ନିର୍ମାଣ କରି ପୂଜା କରୁଥିଲେ। ଆନୁମାନିକ 1500 ଖ୍ରୀଷ୍ଟାବ୍ଦରେ କଳାପାହାଡ଼ ରଣପୁର ଗଡ଼କୁ ଆକ୍ରମଣ କରିବାକୁ ଆସିଥିଲା। ଆକ୍ରମଣ କରି ଜଙ୍ଗଲ ପଥରେ ବାଣପୁର ଗଡ଼କୁ ଯିବାସମୟରେ ଗଙ୍ଗେଶ୍ୱର ମନ୍ଦିର ଉପରେ ଆକ୍ରମଣ କରି ମନ୍ଦିରକୁ ଭାଙ୍ଗି ଦେଇଥିଲା କଳାପାହାଡ଼। ରଣପୁର ରାଜା ଏଠାରେ ନିଜ ରାଜ୍ୟ ହରାଇ ମା' ଖିଲାମୁଣ୍ଡା ଓ ଗଙ୍ଗେଶ୍ବର ମନ୍ଦିରରେ ରହି ନିଜ ଗଡ଼ ଫେରିପାଇଥିବା କଥା ମଧ୍ୟ ଏଠାକାର ଜନଶ୍ରୁତି କହେ l ସେପଟେ ରଣପୁରର ଅଧିଷ୍ଠାତ୍ରୀ ଦେବି ମା' ଖିଲାମୁଣ୍ଡା ଓ ରଣପୁର ରାଜତନ୍ତ୍ର ସହ ଅନେକ କିମ୍ବଦନ୍ତୀ ବହନ କରେ ଘଞ୍ଚ ଜଙ୍ଗଲରେ ଥିବା ଏହି ଭଗ୍ନ ମନ୍ଦିର l


ତେବେ ୧୫୦୦ ବର୍ଷ ପୂର୍ବର କିମ୍ବଦନ୍ତୀ ବହନ କରୁଥିବା ଏହି ଐତିହାସିକ ମନ୍ଦିର ବନ୍ଧାମୁଣ୍ଡା ଭଳି ଏକ ଅପହଞ୍ଚ ଆଦିବାସୀ ଅଞ୍ଚଳରେ ଅବସ୍ଥିତ ଥିବାରୁ ଏହାର ରକ୍ଷଣାବେକ୍ଷଣ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ l ଯାହାକୁ ନେଇ ସ୍ଥାନୀୟ ଐତିହାସିକ ଓ ବୁଦ୍ଧିଜୀବୀ ଏନେଇ କ୍ଷୋଭ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ରକ୍ଷଣାବେକ୍ଷଣ ଅଭାବରୁ ଦେଢ଼ ହଜାର ବର୍ଷ ପୁରୁଣା ଏହି ଐତିହ୍ୟ ସମ୍ପନ୍ନ ମନ୍ଦିରର ଭଗ୍ନାବଶେଷ ଏବେ ଘଞ୍ଚ ଜଙ୍ଗଲରେ ପଡ଼ିରହିଛି । ଦୁର୍ଲଭ ପଥରରେ ନିର୍ମାଣ କରାଯାଇଥିବା ମୂର୍ତ୍ତି, ଅନେକ ପୁରୁଣା କାରୁକାର୍ଯ୍ୟ, ଦଧିନଉତି ଓ ମନ୍ଦିରର କିଛି ଭଗ୍ନାବଶେଷ ରକ୍ଷଣାବେକ୍ଷଣ ଅଭାବରୁ ଏବେ ମାଟିରେ ମିଶିଯିବାକୁ ବସିଛି । ଯାହାକୁ ନେଇ ମଠ ମନ୍ଦିରର ଉନ୍ନତି ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦେଢ଼ହଜାର ବର୍ଷର ପୁରୁଣା ମନ୍ଦିର ପ୍ରତି ଜ଼ିଲ୍ଲା ପ୍ରଶାସନ କି ରାଜ୍ୟ ସରକାର ଙ୍କ ନିଘା ନଥିବା ଅଭିଯୋଗ ହୋଇଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ମନ୍ଦିରଟି ରିଜର୍ଭ ଫରେଷ୍ଟ ଅଧୀନରେ ଆସୁଥିବାରୁ ଏହାର ସୁରକ୍ଷା ଦିଗରେ ଆବଶକୀୟ ପଦକ୍ଷେପ ନିଆଯାଇପାରୁନଥିବା ନେଇ କହିଛନ୍ତି ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ l ଅନ୍ୟପକ୍ଷେ ଭାରତ ସରକାର ଙ୍କ Archaeological Survey of India ଏହି ପ୍ରାଚୀନ ଐତିହ୍ୟର ରକ୍ଷଣା ବେକ୍ଷଣ ପାଇଁ ହସ୍ତକ୍ଷେପ କଲେ ମନ୍ଦିର ପୁନଃଉଦ୍ଧାର ହୋଇପାରିବ ବୋଲି ମତ ରଖିଛନ୍ତି ସ୍ଥାନୀୟ ବାସିନ୍ଦା ତଥା ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ। ବହୁ ପ୍ରାଚୀନ କିମ୍ବଦନ୍ତୀ ଓ ଐତିହ୍ୟ ବହନ କରୁଥିବା ଗଙ୍ଗେଶ୍ୱର ମନ୍ଦିରର ଭଗ୍ନାବଶେଷକୁ ସରକାର ସଂରକ୍ଷିତ କରିବା ସହ ମନ୍ଦିରର ପୁନଃ ଉଦ୍ଧାର ପାଇଁ ସାଧାରଣରେ ଦାବି ହୋଇଛି l

Sponsored
gangeswar-shiva-temple-founded-by-a-ganga-dynasty-king-is-about-to-be-demolished | Argus News