Videos
|
Odisha

କଏଦୀଙ୍କୁ ଟଙ୍କା ମାଗୁଥିଲେ ଜେଲ୍ ସୁପରିଟେଣ୍ଡେଣ୍ଟ 

Smruti Parija
Browse all articles by Smruti Parija
·2 years ago·2 min read
କଏଦୀଙ୍କୁ ଟଙ୍କା ମାଗୁଥିଲେ ଜେଲ୍ ସୁପରିଟେଣ୍ଡେଣ୍ଟ 

Key Points

  • ଜେଲ୍ ଭିତରେ ପିସି କାରବାର 
  • କଏଦୀଙ୍କୁ ଟଙ୍କା ମାଗୁଥିଲେ ଜେଲ୍ ସୁପରିଟେଣ୍ଡେଣ୍ଟ 
  • ଭିଜଲାନ୍ସ ନିର୍ଦେଶକ ଙ୍କୁ ଜେଲ ଭିତରୁ କଏଦୀଙ୍କ ଚିଠି 
  • ଜେଲ ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜଲାନ୍ସ ରେଡ୍ 

ଅର୍ଗସ ବ୍ୟୁରୋ: ଝାରପଡା ଜେଲ.. ଗ୍ୟାଙ୍ଗଷ୍ଟରଙ୍କୁ ଭିଭିଆଇପି ସୁବିଧା । କଏଦୀ ଙ୍କ ସହ ସ୍ପେଶାଲ ଭେଟଘାଟ ପାଇଁ ଫିକ୍ସ ବଜେଟ... ଯିଏ ଟଙ୍କା ଦେଲା ତା ପାଇଁ ବାହାର ସିଗାରେଟ, ଗଞ୍ଜେଇ ସହ ସ୍ପେଶାଲ ଖାଇବା ଗଲା..ଝାରପଡା ଜେଲର ସୁପରିଟେଣ୍ଡେଣ୍ଟ ଥିବା ବେଳେ ଭିଜଲାନ୍ସ ଜାଲ ରେ ପଡ଼ିଥିବା ସତ୍ୟପ୍ରକାଶ କିପରି ଚାନ୍ଦାଆଦାୟ, ଶୋଷଣ, ନିର୍ଯାତନା ଓ ଦୁର୍ନୀତିରେ ସଂପୃକ୍ତ ଥିଲେ ତାର ଏକ୍ସୁସିଭ୍ ଚିଠି ଅର୍ଗସ ହାତରେ ଲାଗିଛି । ଏନେଇ ୨୦୨୩ରେ ଡିଜି ଭିଜିଲାନ୍ସ ୟସଓ୍ବନ୍ତ ଜେଠଓ୍ବାଙ୍କୁ ଚଠି ଲେଖି ଅଭିଯୋଗ ଆଣିଥିଲେ ବିଚାରାଧୀନ କଏଦୀ ଲକ୍ଷ୍ମଣ ଶ୍ରୀନିବାସନ୍ । ଆଉ ଏଥିରେ ତାଙ୍କୁ ସହଯୋଗ କରୁଥିଲେ ପୂର୍ବତନ ଫାର୍ମାସିଷ୍ଟ ଶିବସାନ୍ତ ସାମନ୍ତରାୟ ।

ସେମାନଙ୍କ ନିର୍ଯାତନାରୁ ରକ୍ଷା ପାଇବାକୁ ସେ ପ୍ରତି ମାସରେ ତିନି ଲକ୍ଷ ୭୫ ହଜାର ଟଙ୍କା ଦେଉଥିଲେ । କିନ୍ତୁ ତା ପରେ ସେମାନେ ଆହୁରି ଅଧିକ ଟଙ୍କା ମାଗିଥିଲେ । ଏପରିକି ବାହାରକୁ ବୁଲି ଯିବାକୁ ମଧ୍ୟ ଟଙ୍କା ମାଗୁଥିଲେ । ମାସକୁ ୫ ଲକ୍ଷ ଟଙ୍କା ଚାନ୍ଦା ଦେବାକୁ ସେମାନେ ଧମକ ଦେଇଥିଲେ । ଏତେ ପରିମାଣର ଟଙ୍କା ଦେବାକୁ ଲକ୍ଷ୍ମଣ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ । 

ସେପଟେ ଏବେ କେନ୍ଦୁଝର ଜିଲ୍ଲା ଜେଲ୍ ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ଵାଇଁଙ୍କ ଘର ସହ ଏକ କାଳୀନ 7 ଟି ସ୍ଥାନ ରେ ଚଢ଼ାଉ କରିଛି ଭିଜଲାନ୍ସ । ଚଢ଼ାଉ ବେଳେ ଭୁବନେଶ୍ୱର ରେ ଏକ ଦେଢ଼ କୋଟି ର ଦାମୀ ଘର ସହ ଭୁବନେଶ୍ୱର, ଢେଙ୍କାନାଳ ଓ ବଲାଙ୍ଗୀର ରେ 4 ଟି ଦାମୀ ପ୍ଲଟ ଥିବା ଜଣା ପଡିଛି..ବାବୁଙ୍କ ବିଦେଶ ଯାତ୍ରା ଓ ବ୍ୟାଙ୍କ ଡିପୋଜିଟ ନେଇ ଖୋଳତାଳ କରୁଛି ଭିଜଲାନ୍ସ । 

ପୂର୍ବରୁ ଝାରପଡା ଜେଲରୁ ମୋବାଇଲରେ କ୍ରାଇମ ଅପରେଟ ଓ କଏଦୀ ଙ୍କୁ ଭି ଭି ଆଇ ପି ଟ୍ରିଟମେଣ୍ଟ ଦିଆଯାଉଥିବା ଅଭିଯୋଗ ହୋଇଥିଲା । କିଛି ଦିନ ତଳେ  ଜେଲ ରେ ଗ୍ୟାଙ୍ଗୱାର ଘଟଣା ମଧ୍ୟ ସାମ୍ନା କୁ ଆସିଥିଲା । ତେବେ ଏତେ ସବୁ ବିଷୟରେ ଜେଲ ବିଭାଗ କିପରି କିଛି ଜାଣି ପାରୁନଥିଲା ନା ଜାଣି ଚୁପ ରହୁଥିଲା ସେ ନେଇ ଉଠିଛି ପ୍ରଶ୍ନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
gangstar-getting-vip-treatment-inside-jharpada-jail | Argus News