Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Narcotics mastermind arrested / ଗଞ୍ଜେଇ ତେଲ ତିଆରି କାରଖାନାର ମାଷ୍ଟରମାଇଣ୍ଡ ଗିରଫ

Bikash Mohanty
Browse all articles by Bikash Mohanty
·4 months ago·2 min read
ଗଞ୍ଜେଇ ତେଲ ତିଆରି କାରଖାନାର ମାଷ୍ଟରମାଇଣ୍ଡ ଗିରଫ
Marijuana Raid

Key Points

ବେଆଇନ ଗଞ୍ଜେଇ ତେଲ ତିଆରି କାରଖାନା
ମାଷ୍ଟରମାଇଣ୍ଡ ସମେତ 6 ଜଣ ଗିରଫ
ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜିଙ୍କ ସୁଚନା

କୋରାପୁଟରୁ ଜବତ ଗଞ୍ଜେଇ ତେଲ କାରବାର ପଛରେ ଆନ୍ତରାଜ୍ୟ ଲିଙ୍କ୍। ଆନ୍ତରାଜ୍ୟ ନାର୍କୋଟିକ୍ସ ସିଣ୍ଡିକେଟର କିଙ୍ଗପିନ ମାଷ୍ଟରମାଇଣ୍ଡ ସମେତ 6 ଜଣ ଗିରଫ । ଗତ ୨୬ ତାରିଖରେ କୋରାପୁଟ ଜିଲ୍ଲାର ଜଲାପୁଟ ଦୁର୍ଗମ ଦ୍ୱୀପରେ ଚାଲୁଥିବା ଅନ୍ତରାଜ୍ୟ ଗଞ୍ଜେଇ ତେଲ ତିଆରି କାରଖାନାକୁ ଧ୍ଵଂସ କରିଥିଲା କୋରାପୁଟ ପୋଲିସ । ଗତ ୨୬ ତାରିଖରେ ବୋଟ୍ ସହାୟତାରେ ରେଡ୍‌ କରାଯାଇଥିଲା । ଏହି ଅଭିଯାନରେ 1 ହଜାର 800 ଲିଟରରୁ ଅଧିକ ଗଞ୍ଜେଇ ତେଲ ଯାହାର ଆନୁମାନିକ ମୁଲ୍ୟ ୨୦୦ କୋଟି, ଏକ ହଜାର କିଲୋ ଶୁଖିଲା ଗଞ୍ଜେଇ ଜବତ ହୋଇଥିଲା । ଏହାସହ ଜେନେରେଟର, ପ୍ରେସର କୁକର, ପାଇପ୍, ପୂରା ଲ୍ୟାବ୍ ସେଟ୍-ଅପ୍, 80 ଲିଟର କେମିକାଲ୍ ମଧ୍ୟ ଜବତ କରାଯାଇଥିଲା । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଆଲେନ୍‌ ଜୟରାଜ, ଯିଏକି ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଛି । ଘଚ ଜଙ୍ଗଲରେ 30 ଘଣ୍ଟିଆ ଅପରେସନରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଘଟଣାର ଅଧିକ ତଦନ୍ତ ପାଇଁ କୋରାପୁଟ ଏସପିଙ୍କ ନେତୃତ୍ବରେ SIT ଗଠନ ହୋଇଛି । ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ । ତେବେ ଘଟଣାର ଫରେନସିକ୍ ଓ ଆର୍ଥିକ ତଦନ୍ତ କରିବ ପୋଲିସ ।

ଆଉ ଗଞ୍ଜେଇ ନୁହେଁ ଏବେ ପସନ୍ଦ ଗଞ୍ଜେଇ ତେଲ। ସ୍ମଗଲରଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶାର ଗଞ୍ଜେଇ ତେଲ। ଗତକିଛି ଦିନ ତଳେ ମାଲକାନଗିରିରେ ଗଞ୍ଜେଇ ତେଲ ମାଫିଆଙ୍କୁ ଧରିଛି ମାଲକାନଗିରି ପୋଲିସ୍। ଗଂଜେଇ ତେଲ ପ୍ରସ୍ତୁତ କରାଯାଉଥିବା କାରଖାନା ଉପରେ ଚଢାଉ କରି ଘଟଣା ସ୍ଥଳରୁ ସିଲିଣ୍ଡ୍ରିକାଲ୍ ପ୍ରକ୍ରିୟାକରଣ କଣ୍ଟେନର ସହିତ ସଜ୍ଜିତ ମେସିନ୍, ପ୍ରେସର୍ କୁକର୍, ଲୁହା ତିଆରି କମ୍ପ୍ରେସର, ପାଇପ୍, ସିଲିଣ୍ଡର ଏବଂ ପ୍ଲାଷ୍ଟିକ୍ ଡ୍ରମ୍ ସହିତ ସଜ୍ଜିତ ଗ୍ୟାସ୍ ବର୍ନର ଜବତ କରିଛି ପୋଲିସ । ସମସ୍ତ ତେଲ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିବା ସହ ୪ ଜଣ ଆସାମୀକୁ ଗିରଫ କରିଛି। ଚିତ୍ରକୋଣ୍ଡା ଥାନା ଅଂଚଳର ବଡପଦର ପଞ୍ଚାୟତର ଏକ ଜଂଗଲରେ ଏହି କାରଖାନା ଥିଲା। ଏସବୁ ଗଂଜେଇ ତେଲକୁ ରାଜ୍ୟ ସହ ରାଜ୍ୟ ବାହାରକୁ ଏବଂ ବିଦେଶକୁ ରପ୍ତାନୀ କରାଯାଉଥିଲା। ୪ ଜଣ ଆସାମୀ ମଧ୍ୟରୁ ଦୁଇ ଜଣ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ଜବତ ହୋଇଥିବା ୨ ଲିଟର୍ ଗଂଜେଇ ତେଲର ମୂଲ୍ୟ ୨୫ ଲକ୍ଷ ଟଂକା ବୋଲି କୁହାଯାଇଛି। ଏଥିସହ ଲକ୍ଷାଧିକ ଟଂକାର କେମିକାଲ ଓ ସାମଗ୍ରୀ ଜବତ ହୋଇଛି।

ପଢନ୍ତୁ ଏହି ଖବର: ଗଞ୍ଜେଇ ଚାଲାଣର ନୁଆ ତରିକା, ଏବେ ଗଞ୍ଜେଇ ବଦଳରେ ଗଞ୍ଜେଇ ତେଲ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Narcotics mastermind arrested | Mastermind of Illegal Ganja Oil Manufacturing Factory Arrested | Argus News