ED RAID / ଅଣ୍ଟା ଭାଙ୍ଗିଲା ଇଡି
·7 months ago·3 min read

Key Points
ବାଲି ମାଫିଆ ଓ ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗିଲା ଇଡି
ବିଜେଡି ଉପସଭାପତିଙ୍କ ସହଯୋଗୀଙ୍କ ଘରୁ ନଗଦ ଅଢେଇ କୋଟି ଟଙ୍କା ଜବତ
ବିଜେଡି ଶାସନରେ ଗେଲ୍ହାପୁଅ ସାଜି ଲୁଟ କରୁଥିଲେ

ଘାଣ୍ଟିଲା ଇଡି। ଗଂଜାମ ଜିଲ୍ଲାର ବାଲି ମାଫିଆ ଓ ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗିଲା ଇଡି। ଗଂଜାମ ଜିଲ୍ଲା ବିଜେଡି ଉପସଭାପତି ହୃଷିକେଶ ପାଢ଼ୀଙ୍କ ସହଯୋଗୀ କୃପାସିନ୍ଧୁ ମୁଦୁଲିଙ୍କ ଘରୁ ନଗଦ ଅଢେଇ କୋଟି ଟଙ୍କା ସହ ଗହଣା ଏବଂ ଦସ୍ତାବିଜ ସହ ନାମୀ ଦାମୀ ଏକାଧିକ ଗାଡି ଜବତ।ଟ୍ରଙ୍କ ରେ ବୁହାହେଲା ଜବତ କୋଟି କୋଟି ଟଙ୍କା। ବିଜେଡି ଶାସନରେ ଗେଲ୍ହାପୁଅ ସାଜିଥିବା ଲୁଟ କରୁଥିବା ବିଜେଡି ମାଫିଆଙ୍କ ଅଣ୍ଟା ଭାଙ୍ଗୁଛି ଇଡି।
ବାଲି ମାଫିଆ ଓ ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗିଲା ଇଡି। ବିଜେଡି ନେତା ଏବଂ ବାଲି ମାଫିଆଙ୍କ ଘରୁ ନଗଦ ଅଢେଇ କୋଟି ଟଙ୍କା ସହ ଗହଣା ଏବଂ ଦସ୍ତାବିଜ ସହ ନାମୀ ଦାମୀ ଏକାଧିକ ଗାଡି ଜବତ।ଟ୍ରଙ୍କ ରେ ବୁହାହେଲା ଜବତ କୋଟି କୋଟି ଟଙ୍କା। ବିଜେଡି ଶାସନରେ ଗେଲ୍ହାପୁଅ ସାଜିଥିବା ବିଜେଡି ମାଫିଆଙ୍କ ଅଣ୍ଟା ଭାଙ୍ଗୁଛି ଇଡି। ଗଞ୍ଜାମ ଜିଲ୍ଲା ସମେତ, ବ୍ରହ୍ମପୁର, ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ରେ ଗତକାଲି 12ଘଣ୍ଟାର ବଡ଼ ଚଢ଼ାଉ। ରାଜ୍ୟର 25ରୁ ଉର୍ଦ୍ଧ ସ୍ଥାନରେ ଇଡି କରିଥିଲା ଚଢ଼ାଉ। କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ 100ରୁ ଉର୍ଦ୍ଧ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିଲେ ।
ଗଞ୍ଜାମ ବାଲି ବ୍ୟବସାୟ ର ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ମୁଦୁଲି ବୋଲି ଇଡି ପକ୍ଷରୁ ସୂଚନା। ନକଲି କାଗଜପତ୍ରରେ ଦୀର୍ଘଦିନ ଧରି ବେଧଢକ ଭାବେ ବାଲି ହେଉଥିଲା ଚୋରାଚାଲାଣ। କୃପାସିନ୍ଧୁ ମୁଦୁଲି ଗଞ୍ଜାମର ବିଗତ ଦୀର୍ଘ ବର୍ଷର ବାଲି ବ୍ୟବସାୟୀ। ଗୋଟିଏ ଛୋଟ କେଣ୍ଟର ବସ ମାଲିକରୁ ଆସ୍ତେ ଆସ୍ତେ ବାଲି ବ୍ୟବସାୟ ଭିତରେ ପଶେ କୃପାସିନ୍ଧୁ। ଆଉ ତା ପରେ ଗଢି ତୋଳିଛି ବାଲି ବ୍ୟବସାୟର ବଡ଼ ସାମ୍ରାଜ୍ୟ। ବିଗତ ବିଜେଡି ସରକାରରେ ଗଞ୍ଜାମ ଜିଲ୍ଲାର ଏକାଧିକ ବାଲିଘାଟ ଚଲାଉଥିଲା କୃପାସିନ୍ଧୁ। କେତେବେଳେ ନକଲି କାଗଜପତ୍ର ତ ଆଉ କେତେବେଳେ ବେଆଇନ ଭାବେ ମଧ୍ୟ ବାଲି ଚାଲାଣ କରୁଥିଲା କୃପାସିନ୍ଧୁ।ଏମିତି କି କୃପାସିନ୍ଧୁ ଜିଲାର ପୁରୁଷୋତ୍ତମପୁର ଏବଂ ଛତ୍ରପୁର ଅଂଚଳର ଏକାଧିକ ବାଲିଘାଟରୁ ରାଜ୍ୟ ବାହାର ଆନ୍ଧ୍ରପ୍ରଦେଶକୁ ମଧ୍ୟ ବାଲି ଚାଲାଣ କରୁଥିବା ଇଡି ପକ୍ଷରୁ ସୂଚନା ମିଳିଛି। ଯେଉଁଥିପାଇଁ ଅଧିକାଂଶ ସମୟରେ ବିଭିନ୍ନ ଏତଲା ହେଉ ଅବା ପୂର୍ବରୁ ଚଢ଼ାଉ ହୋଇ ଜେଲ ଯାଇଥିଲା କୃପାସିନ୍ଧୁ। କୃପାସିନ୍ଧୁ ସହ ତାର ସହଯୋଗୀ ଏବଂ ଅନ୍ୟ ବାଲି ବ୍ୟବସାୟ ସହ ମଦ ବ୍ୟବସାୟକୁ ମଧ୍ୟ ପୋଲିସ ଚଢ଼ାଉ କରିଛି। ଏହାସହ ମାଫିଆ ମାନେ ଅନ୍ୟ ସାଧାରଣ ଲୋକ ମାନଙ୍କ ନାମରେ ଘାଟ କୁ ଲିଜ ରେ ଆଣି ବାଲି ଚୋରାଚାଲାଣ କରୁଥିବା ଜଣା ପଡିଛି।
ଖାଲି କୃପାସିନ୍ଧୁ ତ ନୁହେଁ,ଗଞ୍ଜାମର ବିଜେଡି ବରିଷ୍ଠ ନେତା ତଥା ଉପସଭାପତି ହୃଷିକେଶ ପାଢ଼ୀଙ୍କ ଶେରଗଡ଼ରେ ଗତକାଲି ବିଭିନ୍ନ ସ୍ଥାନ ରେ ଚଢ଼ାଉ।ସେ ଜଣେ ଠିକାଦାର ସହ ବ୍ୟବସାୟୀ।ତାଙ୍କ ପୁଅ ସଚିନ ପାଢ଼ୀଙ୍କ ଘରେ ମଧ୍ୟ ଛାପା ମାରିଛି ଇଡି।ବିଜେଡି ନେତାଙ୍କ ଘରୁ ବିପୁଳ ଟଙ୍କା ସହ ନାମିଦାମୀ ଗାଡି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣା ପଡିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୃପାସିନ୍ଧୁ ଙ୍କ ସହଯୋଗୀ ସନ୍ତୋଷ ଦଳାଇଙ୍କ ଘରେ ମଧ୍ୟ ରେଡ ହୋଇ ଟ୍ରଙ୍କ ଭର୍ତି ବିପୁଳ ଟଙ୍କା ସହ ଦସ୍ତାବିଜ ଜବତ କରିଛି ଇଡି। ଏହାସହ ବ୍ରହ୍ମପୁର ସହରର ଅମ୍ବିକା ନଗର ଦ୍ବିତୀୟ ଲାଇନରେ ଥିବା ଟୁର ଏଣ୍ଡ ଟ୍ରାଭଲ୍ସ ମାଲିକ ଶିବ ପ୍ରସାଦ ପଣ୍ଡାଙ୍କ ଘରେ ଇଡି ଚଢ଼ାଉ କରିଛି । ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ରହିଛି ଶିବ ପ୍ରସାଦ ପଣ୍ଡାଙ୍କ ଶ୍ରୀ ଟୁର ଏଣ୍ଡ ଟ୍ରାଭଲ୍ସ । ସେହିପରି ବିଜିପୁର କାଳୁଆ ସାହିରେ ବିଶ୍ଵନାଥ ପାତ୍ର ନାମକ ଜଣେ ବ୍ୟବସାୟୀଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା। ଅନ୍ୟପଟେ ଆସିକାର ବାଲି ତଥା ମଦ ବ୍ୟବସାୟୀ ଭଗବାନ ସାହୁ ଘରେ ମଧ୍ୟ ଇଡି ରେଡ କରିଥିଲା।ଅନ୍ୟପଟେ ରେଡ ପଛରେ ବାଲି, ମଦ ଏବଂ ଠିକାଦାର ବ୍ୟବସାୟ ସହ ଏମାନଙ୍କ ପୁରା ଚେନକୁ ଇଡି ଖୋଳତାଡ଼ କରୁଛି। ନକଲି y-form ରେ ବାଲି ବ୍ୟବସାୟ କରୁଥିବା ମଧ୍ୟ ଜଣା ପଡିଛି
Related Topics
Explore more stories