Videos
|
Odisha

Ganjam Flood / ଗଞ୍ଜାମରେ ସୁଧୁରୁଛି ସ୍ଥିତ, ଏବେ ପାଣି ଘେରରେ ୩ ଗାଁ; ୨ ପର୍ଯ୍ୟନ୍ତ ସବୁ ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ

Sushanta Sahoo
Browse all articles by Sushanta Sahoo
·24 mins ago·2 min read
ଗଞ୍ଜାମରେ ସୁଧୁରୁଛି ସ୍ଥିତ, ଏବେ ପାଣି ଘେରରେ ୩ ଗାଁ; ୨ ପର୍ଯ୍ୟନ୍ତ ସବୁ ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Schools Closed Till November 2

Key Points

ଜିଲ୍ଲାରେ ବନ୍ୟା ଜଳ ଧିରେ ଧିରେ କମୁଥିବା ବେଳେ ଏବେ ବି କିଛି ଗାଁ ଜଳବନ୍ଦୀ ହୋଇ ରହିଛି । ଗତକାଲି ୨୧ଟି ଗାଁ ବନ୍ୟା ଜଳ ଘେରରେ ଥିବା ବେଳେ ଆଜି ୩ଟି ଗାଁରେ ପାଣି ଘେରରେ ରହିଥିବା କହିଛନ୍ତି ଜିଲ୍ଲାପାଳ । 
ବ୍ରହ୍ମପୁର: ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ବନ୍ୟାରେ ଗଞ୍ଜାମରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ସୁଧାର ଆସୁଛି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ । ଜିଲ୍ଲାରେ ବନ୍ୟା ଜଳ ଧିରେ ଧିରେ କମୁଥିବା ବେଳେ ଏବେ ବି କିଛି ଗାଁ ଜଳବନ୍ଦୀ ହୋଇ ରହିଛି । ଗତକାଲି ୨୧ଟି ଗାଁ ବନ୍ୟା ଜଳ ଘେରରେ ଥିବା ବେଳେ ଆଜି ୩ଟି ଗାଁରେ ପାଣି ଘେରରେ ରହିଥିବା କହିଛନ୍ତି ଜିଲ୍ଲାପାଳ ।

ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି, " ଜିଲ୍ଲାର ମୋଟ ୭୩ଟି ଗାଁ ବନ୍ୟା ପ୍ରଭାବିତ ହୋଇଥିଲା । ଏପର୍ଯ୍ୟନ୍ତ ୫୬ ହଜାର ୫୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଜିଲ୍ଲାର ୩୭୦ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ଆଗାମୀ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଯେପରି ଖାଦ୍ୟ ସାମଗ୍ରୀର ଅଭାବ ନ ହୁଏ, ସେଥିପାଇଁ ସମସ୍ତ ସ୍ଥାନରେ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଯୋଜନା କରାଯାଇଛି ।"

ଆସିକା ଓ ଶେରଗଡ଼ରେ ପାଣି ଖସିଲାଣି

ଆସିକା ଓ ଶେରଗଡ଼ ବ୍ଲକ କାର୍ଯ୍ୟାଳୟ ମଧ୍ୟ ବନ୍ୟା ଜଳ ଘେରରେ ରହିଥିଲା । ବର୍ତ୍ତମାନ ସମସ୍ତ ନଦୀର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ କେତେକ ସ୍ଥାନରେ ଏବେ ବି ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି । ଆଗକୁ ପୁଣି ବାତ୍ୟା ଓ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ମରାମତି କାମ ଆରମ୍ଭ ହୋଇଛି । ପ୍ରଥମେ ମୁଖ୍ୟ ରାସ୍ତାଗୁଡ଼ିକର ମରାମତିକୁ ଗୁରୁତ୍ୱ ଦିଆଯାଉଛି । ହିଞ୍ଜିଳିରୁ ଭଞ୍ଜନଗରକୁ ସଂଯୋଗ କରୁଥିବା ରାସ୍ତାର ମରାମତି କାମ ମଧ୍ୟ ଚାଲିଛି । ଏହାପରେ ଅନ୍ୟ ରାସ୍ତାଗୁଡ଼ିକର ମରାମତି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସ୍ଵାଭାବିକ ହେଉଛି ବିଦ୍ୟୁତ୍ ସେବା

ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ଟାଟା ପାୱାର ପକ୍ଷରୁ ପଦକ୍ଷେପ ନିଆଯାଇଛି । ସମସ୍ତ ବ୍ଲକରେ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ କରାଯାଇଥିବା ବେଳେ ଆଉ କିଛି ସ୍ଥାନରେ ବିଦ୍ୟୁତ୍ ସେବା ବାକି ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ଚେଷ୍ଟା କରାଯିବ ।

ଅନ୍ୟପକ୍ଷରେ ବନ୍ୟାରେ କ୍ଷତିଗ୍ରସ୍ତ ଆନିକଟ ଓ ହିଡ଼ଗୁଡ଼ିକର ମରାମତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଭଞ୍ଜନଗରର ଉପାନ୍ତ ଗିଡ଼ିପାବାଲି ଅଞ୍ଚଳରେ ୧୨ ଜଣ ନିଖୋଜ ଥିବା ନେଇ ସୂଚନା ରହିଛି । ଗଞ୍ଜାମ ଓ କନ୍ଧମାଳ ପଟୁ ଖୋଜାଖୋଜି ଚାଲିଛି ।

୨ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ଘୋଷଣା

ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିଲେ ମଧ୍ୟ ଆଗାମୀ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।