Ganjam News / ଗଞ୍ଜାମରେ ବର୍ଷା-ପବନର ତାଣ୍ଡବ: ୨୪ ଘଣ୍ଟା ହେଲା ବିଦ୍ୟୁତ ସରାବରାହ ବନ୍ଦ
·55 mins ago·2 min read

Key Points
ଗଭୀର ଅବପାତ ପ୍ରଭାବ
ଗଞ୍ଜାମରେ ବର୍ଷା-ପବନର ତାଣ୍ଡବ
ଉପୁଡ଼ିଲା ଗଛ, ଭାଙ୍ଗିଲା ଘର, ୨୪ ଘଣ୍ଟା ହେଲା ବିଦ୍ୟୁତ ସରାବରାହ ବିଚ୍ଛିନ୍ନ

ଗଭୀର ଅବପାତ ପ୍ରଭାବ। ଗଞ୍ଜାମରେ ବର୍ଷା-ପବନର ତାଣ୍ଡବ, ଉପୁଡ଼ିଲା ଗଛ, ଭାଙ୍ଗିଲା ଘର, ୨୪ ଘଣ୍ଟାରୁ ଅଧିକ ବିଦ୍ୟୁତ ବିଚ୍ଛିନ୍ନ। ସମୁଦ୍ରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତ ୩ଦିନ ହେଲା ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଗତକାଲି ସନ୍ଧ୍ୟାରୁ ଜିଲ୍ଲାରେ ପ୍ରଭାବ ଜୋର ଦେଖିବାକୁ ମିଳିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ପବନ ଲଗାତାର ଜାରି ରହିଛି। ଗ୍ରୀଡ୍ ଓ ଲାଇନ୍ ତାର କ୍ଷତିଗ୍ରସ୍ତ ହେବା ଯୋଗୁଁ ବିଗତ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ଅଞ୍ଚଳରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଛତ୍ରପୁର, ଖଲ୍ଲିକୋଟ ଓ ଗଞ୍ଜାମ ବ୍ଲକର ମୁଖ୍ୟ ରାସ୍ତାଗୁଡ଼ିକରେ ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।''
.କେଉଁଠି କେଉଁଠି ବିଦ୍ୟୁତ ପ୍ରଭାବ:
-ତାଳପଡ଼ାରୁ ପୁରୁଷୋତ୍ତମପୁର ଯାଉଥିବା ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ଟ୍ରାନ୍ସଫର୍ମର ଉପରେ ଉପୁଡ଼ି ପଡ଼ିବାରୁ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସେହିଭଳି ଛତ୍ରପୁର ଠାରୁ ଗୋପାଳପୁର କୁ ସଂଯୋଗ କରୁଥିବା NH 516 ରାସ୍ତାରେ ପଡିଲା ବିରାଟକାୟ ଗଛ, ଅଳ୍ପକେ ବର୍ତିଲେ କିଛି ଲୋକ। ଯାତାୟତ ଠପ, ଅଗ୍ନିଶମ ବିଭାଗ ପହଁଚି ଗଛ କାଟି ରାସ୍ତା ସଫାକରିବାରେ ଲାଗିଛନ୍ତି।''
-ସେହିଭଳି ଖଲ୍ଲିକୋଟ ରୁ ଆସିକା ସଂଯୋଗ କରୁଥିବା ୩୦ ନମ୍ବର ରାଜ୍ୟ ରାଜପଥ ମୁଖ୍ୟ ରାସ୍ତା କଞ୍ଚଣା ଠାରେ ମଧ୍ୟ ଗଛ ପଡ଼ି ଯାତାୟାତ ବନ୍ଦ ରହିଛି।
-ଖଲ୍ଲିକୋଟ ସ୍ଥିତ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏକ ବଡ଼ ଗଛ ଭାଙ୍ଗି ଯିବାରୁ ବିଦ୍ୟୁତ ତାର ସହ ସ୍କୁଲ୍ ପାଚେରୀ ଉପରେ ପଡ଼ିବାରୁ ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।
- କେବଳ ଗଛ ଉପୁଡ଼ିବା ନୁହେଁ, ଖଲ୍ଲିକୋଟ ବ୍ଲକ ଭାକୁଟିଡ଼ିହ ଗାଁର ଦୁର୍ଯ୍ୟୋଧନ ପରିଡା ଘରେ ଶୋଇଥିବା ବେଳେ ଗୋଟିଏ ପାଶ୍ଵ କାନ୍ଥ ପଡିଯାଇଛି... ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ।''
-କେବଳ ଯେ ଘର ଏବଂ ଗଛ ଭାଙ୍ଗିନି । ଅବିରାମ ବର୍ଷା ଯୋଗୁଁ ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ବର୍ଷାପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।''
ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷାକୁ ନେଇ ବଡ଼ ନିଷ୍ପତ୍ତି, ୮ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଗଭୀର ଅବପାତ ଦୁର୍ବଳ ହେବାରେ ଲାଗିଥିବା ବେଳେ ରାତିସାରା ହୋଇଛି ବର୍ଷା । ପବନର ବେଗ ମଧ୍ୟ ରାତିରେ ଅଧିକ ଥିବାର ଜଣାପଡ଼ିଛି । ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତ ଆହୁରି ଦୁର୍ବଳ ହେବ । ଗଭୀର ଅବପାତ ଦ୍ବାରା କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁରଜିଲ୍ଲା ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories