Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଉ ଦାଦନ ଖଟିବାକୁ ଯିବେନି ଗଞ୍ଜାମବାସୀ, ଘର ପାଖରେ ପାଇବେ ଚାକିରି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଆଉ ଦାଦନ ଖଟିବାକୁ ଯିବେନି ଗଞ୍ଜାମବାସୀ, ଘର ପାଖରେ ପାଇବେ ଚାକିରି

Key Points

ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।

ଗଞ୍ଜାମବାସୀଙ୍କ ଶିଳ୍ପ ସ୍ୱପ୍ନ ହେବ ପୂରଣ ।

ପୁଞ୍ଜିନିବେଶ ଦ୍ୱାରା ୧୫,୪୫୫ରୁ ଅଧିକ ନିଯୁକ୍ତି ସୁଯୋଗ ।

ଗଞ୍ଜାମ ଜିଲ୍ଲାରେ ୧୨ ଶିଳ୍ପ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଜିଲ୍ଲାରେ ନିବେଶ ହୋଇଛି ୨୮,୦୮୪ କୋଟି ଟଙ୍କାର ପୁଞ୍ଜି । ସୃଷ୍ଟି ହେବ ୧୫,୪୫୫ରୁ ଅଧିକ ନିଯୁକ୍ତି ସୁଯୋଗ । ଗଞ୍ଜାମ ଯୁବକ ଆଉ ଯିବେ ନାହିଁ ଦାଦନ ଖଟିବାକୁ । ବିକାଶ ପାଇଁ ଆଗାମୀ ଦିନରେ ଏକ ଲକ୍ଷ କୋଟି ଟଙ୍କାର ଅନୁଦାନ ମିଳିବ । ଲୋକଙ୍କୁ ଭକୁଆ ବନାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ।

ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଛତ୍ରପୁର ଖେଳ ପଡ଼ିଆ ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଗଞ୍ଜାମବାସୀଙ୍କ ଶିଳ୍ପ ସ୍ବପ୍ନ କିପରି ସାକାର ହେବାକୁ ଯାଉଛି ସେନେଇ ଦିଗଦର୍ଶନ ଦେଇଛନ୍ତି । ଗଞ୍ଜାମ ଜିଲାରେ ସ୍ଥାପିତ ହେବାକୁ ଥିବା ୧୨ଟି ଶିଳ୍ପ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଏଲ.ଏନ୍‌ ଜି ଟରିମୋନିଆଲ, ସ୍ପେସିଆଲଟି କେମିକାଲସ, ଗ୍ରୀନ ଏନର୍ଜି ଇକ୍ୟୁମମେଣ୍ଟ, ମଲ୍ଟି ମୋଡେଲ ଲଜେସ୍ଟିକ ପାର୍କ, ଏଗ୍ରୋ ପ୍ରସେସିଂ ଭଳି ଶିଳ୍ପ କାରଖାନା ପ୍ରତିଷ୍ଠା ହେବ । ଏହି ଅବସରରେ ମୋହନ କହିଛନ୍ତି, ଓଡିଶା ଶିଳ୍ପ ମାନଚିତ୍ରରେ ଗଞ୍ଜାମ ଜିଲ୍ଲାରେ ୨୮,୦୮୪ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ପୁଞ୍ଜିନିବେଶ ଦ୍ବାରା ୧୫,୪୫୫ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଗଞ୍ଜାମ ଜିଲ୍ଲା ପାଇଁ ଐତିହାସିକ ଦିନ। ବିକାଶ ପାଇଁ ନୂଆ ରାସ୍ତା ଫିଟିଛି । ଅର୍ଥନୈତିକ ଦୃଷ୍ଟି କୋଣରୁ ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ୨୪ ବର୍ଷର ସରକାର ଏ ଅଂଚଳର ବିକାଶ ଦିଗରେ ଗୁରୁତ୍ୱ ଦେଇଥିଲେ ରୋଜଗାର ଦୁଇ ଗୁଣା ହୋଇଥାନ୍ତା । ପୂର୍ବତନ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭକୁଆ ବନାଇଥିଲେ । ବାପାଙ୍କ ଅଧୁରା ସ୍ବପ୍ନକୁ ବି ପୂରଣ କରି ପାରିଲେ ନାହିଁ । ଶିଳ୍ପ ଭିତ୍ତି ପ୍ରସ୍ତର ହେଲା । ଗଞ୍ଜାମ ଯୁବକ ଆଉ ଦାଦନ ଖଟିବାକୁ ଯିବେ ନାହିଁ । ବିକାଶ ପାଇଁ ଆଗାମୀ ଦିନରେ ଏକ ଲକ୍ଷ କୋଟି ଟଙ୍କାର ଅନୁଦାନ ମିଳିବ । ନୂଆ ସରକାର ଗଠନ ପରେ ବହୁ ବିକାଶ ହୋଇଛି । ୨୪ ବର୍ଷର ସରକାରକୁ ୧୨ ମାସର ସରକାର ସହ ତୁଳନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୁରୀ, ମୟୂରଭଞ୍ଜ, ଭଦ୍ରକ, ଦେବଗଡ଼, କଳାହାଣ୍ଡି, ଢେଙ୍କାନାଳବାସୀଙ୍କ ଦାବିକୁ ସମ୍ମାନ ଜଣାଇ କୋଟି କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ଜୁନ ୧୩ ରେ ବ୍ରହ୍ମପୁର ନାରୀ ଶକ୍ତି ସମ୍ମିଳନୀ, ୧୮ରେ ଢେଙ୍କାନାଳରେ ଯୁବ ଶକ୍ତି ସମାବେଶ, ୧୯ରେ ମୟୂରଭଞ୍ଜରେ ଆଦିବାସୀ ଶକ୍ତି ସମ୍ମିଳନୀ ଓ ୨୦ରେ ବରଗଡ଼ରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ganjam People will no longer Bonded Labor, they will find jobs near their homes | Argus News