Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିଲ୍ଲୀରୁ ଆସି ବ୍ରହ୍ମପୁରରେ ଫସିଲେ, ଅପହରଣ ପରେ ସାପ ଦେଖାଇ ୪ ଜଣଙ୍କୁ ନିର୍ଯାତନା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଦିଲ୍ଲୀରୁ ଆସି ବ୍ରହ୍ମପୁରରେ ଫସିଲେ, ଅପହରଣ ପରେ ସାପ ଦେଖାଇ ୪ ଜଣଙ୍କୁ ନିର୍ଯାତନା

Key Points

ଗଞ୍ଜାମରେ ହାଇପ୍ରୋଫାଇଲ୍ ଅପହରଣ

ସାପ ଦେଖାଇ ଡରାଇଲା ଅପହରଣକାରୀ

ବ୍ରହ୍ମପୁର: ଫସାଇ ଦେଲା ଋଣ ପ୍ରଦାନ । ଲୋନ୍ ଦେବାକୁ ଆସି ଅପହରଣର ଶିକାର ହେଲେ ଏଜେଣ୍ଟ । ନାଗ ସାପ ଦେଖାଇ ଡରାଇଲା ଅପହରଣକାରୀ । ୪ ଜଣଙ୍କୁ ଦେଲା ଅକଥନୀୟ ନିର୍ଯାତନା । କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ ଏହି ଅପହରଣ ପଛର ଷଡ଼ଯନ୍ତ୍ର । ଏଭଳି ଲୋମଟାଙ୍କୁରା ହାଇପ୍ରୋଫାଇଲ୍ ଅପହରଣ ହୋଇଛି ଗଞ୍ଜାମ ଜିଲ୍ଲାରେ ।


ଖବର ଅନୁସାରେ, କିଛିଦିନ ତଳେ ଦିଲ୍ଲୀର ଏକ ବଡ଼ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ ବ୍ରହ୍ମପୁର ଆସିଥିଲେ । କୋଟି କୋଟି ଟଙ୍କାର ଋଣ କାରବାର କରୁଥିବା ଏଜେଣ୍ଟଙ୍କ ସହ କଟକ ଅଞ୍ଚଳର ୩ ଜଣ ବି ଥିଲେ । ୪ ଜଣ ମିଶି ବ୍ରହ୍ମପୁର ଆସିଥିବା ବେଳେ ସେମାନଙ୍କୁ ଅପହରଣ କରି ନେଇଥିଲେ କେହି ଦୁର୍ବୃତ୍ତ ।


ଅପହୃତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣେ ସୋମବାର ଭୋର୍ ସମୟରେ କୌଣସି ମତେ ଖସି ଆସିଥିଲେ । ଚିକିଟି ତହସିଲ୍ ଅଫିସରେ ପହଞ୍ଚି ସବୁ ଜଣାଇବା ପରେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଛି କେ.ନୂଆଗାଁ ଥାନା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅପହୃତଙ୍କ ଅନୁସାରେ, ୪ ଜଣଙ୍କୁ ବ୍ରହ୍ମପୁରର ଗୋଳନ୍ଥରା ଥାନା ଅଞ୍ଚଳରୁ ଅପହରଣ କରି ଗୋଟିଏ ଦିନ ସେଠାରେ ରଖିଥିଲେ । ତା ପରଦିନ ଚିକିଟି ନେଇ ଏକ କୁଡ଼ିଆ ଘରେ ବାନ୍ଧି ରଖିଥିଲେ । ସେଠାରେ ଅପହରଣକାରୀ ସେମାନଙ୍କୁ ମାଡ଼ ମାରିବା ସହ ଏକ ବିଷାକ୍ତ ନାଗ ସାପକୁ ସେମାନଙ୍କ ମୁହଁ ପାଖେ ରଖି ଡରାଉଥିଲା । ଏପରିକି କୋଟିଏ ଟଙ୍କା ନ ଦେଲେ ମରିବ ବୋଲି ଡରାଇବା ସହ ଧମକ ଦେଉଥିଲେ ଅପହରଣକାରୀ ।


ଗଞ୍ଜାମ କେ.ନୂଆଗାଁ ପୋଲିସ ୪ ଅପହୃତଙ୍କୁ ଉଦ୍ଧାର କରିଥିବା ବେଳେ ଅପହରଣକାରୀ କିଏ ? ଅପହରଣ ପଛର ଉଦ୍ଦେଶ୍ୟ ଟଙ୍କା କାରବାର ନା ରହିଛି ଗଞ୍ଜେଇ ଲିଙ୍କ୍ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଏତେବଡ଼ ହାଇ ପ୍ରୋଫାଇଲ୍ ଅପହରଣ ପଛରେ କିଏ ? କୌଣସି ଗ୍ୟାଙ୍ଗର ରହିଛି କି ଲିଙ୍କ୍ ? ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ । ବ୍ରହ୍ମପୁର ଏସ୍‌ପି କହିଛନ୍ତି, ଅପହରଣରେ ୫ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି, ତଦନ୍ତ ଚାଲିଛି । ଅପହରଣକାରୀଙ୍କୁ ଧରିବାକୁ ପୋଲିସ ପ୍ରୟାସ କରୁଥିବା କହିଛନ୍ତି ଏସ୍‌ପି ।

Sponsored
Ganjam Police Rescued Kidnapped 4 Men | Argus News