Videos
|
Odisha

Odisha school closed / ବଡ଼ ଘୋଷଣା…ଗଞ୍ଜାମ ଜିଲ୍ଲାରେ ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡି, ସ୍କୁଲ, କଲେଜ ଛୁଟି

Ritu Das
Browse all articles by Ritu Das
·34 mins ago·2 min read
ବଡ଼ ଘୋଷଣା…ଗଞ୍ଜାମ ଜିଲ୍ଲାରେ ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡି, ସ୍କୁଲ, କଲେଜ ଛୁଟି
India

Key Points

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି
ଗଞ୍ଜାମର ସ୍ଥିତି ସଙ୍ଗୀନ। କମୁନି ବର୍ଷା ବଢ଼ିଚାଲିଛି ଲୋକଙ୍କ ଦୁର୍ଦ୍ଦଶା। ବାତ୍ୟା ଅର୍ଣ୍ଣବ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । କିନ୍ତୁ ତା'ର ପ୍ରକୋପ ଏବେ ବି କମିନି । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇଛି । ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ଏବେ ଅକ୍ଟୋବର ୩୧ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ । ପୂର୍ବରୁ ପ୍ରଶାସନ ପକ୍ଷରୁ ଅକ୍ଟୋବର ୨୯ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ତେବେ ବାତ୍ୟାଜନିତ ସମ୍ଭାବ୍ୟ ପରିସ୍ଥିତିକୁ ଦେଖି ଛୁଟି ଅବଧିକୁ ଆଉ ଦୁଇ ଦିନ ବଢ଼ାଇ ଦିଆଯାଇଛି ।

ଅନ୍ୟପଟେ, ଦଶହରା ଛୁଟି ପରେ ମଧ୍ୟ ସ୍କୁଲ ଖୋଲି ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ସ୍କୁଲ ବନ୍ଦ ରହିବାକୁ ଥିବାବେଳେ, ପରବର୍ତ୍ତୀ ସମୟରେ ସ୍କୁଲ ଖୋଲିବା ନେଇ ପ୍ରଶାସନର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ରାୟଗଡ଼ ବ୍ଲକର ବଡ଼ଦେଉଳା ଓ ଗଙ୍ଗାବାଡ଼ ମଧ୍ୟବର୍ତ୍ତୀ ରାସ୍ତାରେ ଭୟଙ୍କର ଭୂସ୍କଳନ ହୋଇଛି । ପାହାଡ଼ରୁ ମାଟି ଓ ପଥର ଅତଡ଼ା ଖସିପଡ଼ିବା ଫଳରେ ଗଙ୍ଗାବାଡ଼ ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ ମଝି ରାସ୍ତାରେ ଫସି ରହିଛି । ଗଙ୍ଗାବଡ଼ରୁ କଇଁପୁର ମେଡ଼ିକାଲକୁ ରୋଗୀକୁ ନେଇ ଯିବା ସମୟରେ ଭୂସ୍ଖଳନ ହୋଇଥିଲା । ରାସ୍ତାରେ ପଥର ଓ ମାଟି ଅଜାଡ଼ି ହୋଇପଡ଼ିଥିବାରୁ ଏହି ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ସେପଟେ ଧୀରେ ଧୀରେ ବୃଦ୍ଧି ପାଉଛି ଋଷୁକୂଲ୍ୟା ନଦୀର ଜଳ ସ୍ତର l ବିପଦ ସଂକେତ 16.835 ମିଟର ଠାରୁ ଦୁଇ ମିଟର ଉର୍ଦ୍ଧରେ ପ୍ରଭାହିତ ହେଉଛି ବନ୍ୟାଜଳ ପୁରୁଷୋତ୍ତମପୁର ସହର ମଧ୍ୟରେ ପ୍ରବେଶ କରିଛି l ସହରର ନନ୍ଦିକ ସାହି, କନକା ସାହି, ମେନ ରୋଡ଼ ଭଳି ସହର ସହ ବନ୍ୟା ଜଳ ପ୍ରବେଶ କରିଛି l ସାହି ଗଳିରେ ତିନି ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଇଥିବା ବେଳେ କେତେକ ଘରେ ବନ୍ୟା ପଶିବାରୁ ପରିବାର ଲୋକେ ବହୁ ହଇରାଣ ହୋଇଛନ୍ତି l


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: