Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Tragedy / ଏମିତି ବି ଆସେ ମୃତ୍ୟୁ ! ବଡ଼ ଭାଇର ଏକାଦଶାହରେ ପୋଖରୀରେ ବୁଡ଼ି ଗଲା ସାନ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଏମିତି ବି ଆସେ ମୃତ୍ୟୁ ! ବଡ଼ ଭାଇର ଏକାଦଶାହରେ ପୋଖରୀରେ ବୁଡ଼ି ଗଲା ସାନ

Key Points

ଅବେଳରେ ମାତ୍ର ୧୧ ଦିନ ମଧ୍ୟରେ ଗୋଟିଏ ଘରୁ ଆଖି ବୁଜିଛନ୍ତି ଦୁଇ ଭାଇ । ଜଣେ ଦାଦନ ଖଟିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ତାର ଲାଗି ପ୍ରାଣ ହରାଇଛି । ଆଉ ଜଣେ ଭାଇର ଏକାଦଶାହରେ ଶୁଦ୍ଧି ହେବାକୁ ଯାଇ ପୋଖରୀରେ ବୁଡ଼ି ଆଖି ବୁଜିଛି ।

ଆସିକା: ବୟସ ୧୧, ଦୁନିଆ କ'ଣ ଜାଣିନି । କିନ୍ତୁ ବିଧାତା ତା'କୁ ସମସ୍ତଙ୍କ ଠାରୁ ଛଡ଼ାଇ ନେଇଛି । ବଡ଼ ହେବା ବୟସରେ ସଂସାରରୁ ବିଦାୟ ନେଇଛି । ଅବେଳରେ ମାତ୍ର ୧୧ ଦିନ ମଧ୍ୟରେ ଗୋଟିଏ ଘରୁ ଆଖି ବୁଜିଛନ୍ତି ଦୁଇ ଭାଇ । ଜଣେ ଦାଦନ ଖଟିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ତାର ଲାଗି ପ୍ରାଣ ହରାଇଛି । ଆଉ ଜଣେ ଭାଇର ଏକାଦଶାହରେ ଶୁଦ୍ଧି ହେବାକୁ ଯାଇ ପୋଖରୀରେ ବୁଡ଼ି ଆଖି ବୁଜିଛି ।


ଦଇବ ଏମିତି ଦୁଃଖ ଦେଇଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଓଳମ୍ବା ପଞ୍ଚାୟତ ପୁରୁଣା କସେଇ ଗାଁର ଟୁଟୁ ପଲାଇଙ୍କ ପରିବାରକୁ । ବଡ଼ ଭାଇ ମୃତ୍ୟୁର ୧୧ ଦିନ ପରେ ୧୧ ବର୍ଷର ସ୍ଵାଗତ ପଲେଇ ବି ଆଖି ବୁଜିଛି । ଯାହାକୁ ନେଇ ଭାଙ୍ଗି ପଡ଼ିଛି ପୂରା ପରିବାର, ସ୍ତବ୍ଧ ସମଗ୍ର ଅଞ୍ଚଳ ।


ଏଥିସହ ପଢ଼ନ୍ତୁ: ଏମିତି ବି ଆସେ ମୃତ୍ୟୁ ! ନାତୁଣୀର ଦେହାନ୍ତ ଖବର ପାଇ ଟଳି ପଡ଼ିଲେ ଜେଜେ


ସୂଚନା ଅନୁସାରେ, ସ୍ଵାଗତଙ୍କ ବଡ଼ ବାପାଙ୍କ ପୁଅ ଶିବରାମ ସୁରଟରେ ଯାଇ ଦାଦନ ଖଟୁଥିଲେ । ସେଠେରା ବିଦ୍ୟୁତ୍ ଆଘାତରେ ଆସି ଆଖି ବୁଜିଥିଲେ ଶିବରାମ । ଆଉ ମଙ୍ଗଳବାର ଥିଲା ମୃତ ଶିବରାମଙ୍କ ଦଶାହ । ଘର ଲୋକଙ୍କ ସହ ବନ୍ଧୁ ପରିଜନ ଏକାଦଶାହରେ ଶୁଦ୍ଧି ହେବାକୁ ଗାଁ ପୋଖରୀ ତୁଠରେ ଏକାଠି ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜଣଙ୍କ ପରେ ଜଣେ ପୋଖରୀରେ ଗାଧୋଇ ଶୁଦ୍ଧି ହେଉଥିବା ବେଳେ ୧୧ ବର୍ଷର ସ୍ଵାଗତ ବି ଗାଧୋଇବାକୁ ଯାଇଥିଲା । ହେଲେ ହଠାତ୍ ଖସି ଯାଇଥିଲା ନାବାଳକ ସ୍ଵାଗତର ଗୋଡ଼ । ପୋଖରୀରେ ଗୋଡ଼ ଖସିଯିବାରୁ ସ୍ଵାଗତ ବୁଡ଼ି ଯାଇଥିଲା । ପରିବାର ଲୋକେ ସ୍ଵାଗତକୁ ଉଦ୍ଧାର କରି ଧରାକୋଟ ମେଡିକାଲ୍ ନେଇ ଯାଇଥିଲେ । ହେଲେ ଡାକ୍ତର ସେଠାରେ ସ୍ଵାଗତକୁ ମୃତ ଘୋଷଣା କରିଛନ୍ତି ।


ଏଥିସହ ପଢ଼ନ୍ତୁ: ଏମିତି ବି ଆସେ ମୃତ୍ୟୁ ! ମଙ୍ଗଳସୂତ୍ର ପିନ୍ଧାଇଲେ ଫଟୋ ବି ଉଠାଇଲେ, ତାପରେ...


ଶିବରାମଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ଏବେ ସ୍ଵାଗତର ଦେହାନ୍ତକୁ ନେଇ ମ୍ରିୟମାଣ ହୋଇ ପଡ଼ିଛି । ବଢ଼ିଲା ପୁଅ ଦାଦନ ଖଟିବାକୁ ଯାଇ ଆଖି ବୁଜିଥିବା ବେଳେ କୁନି ପୁଅ ପୋଖରୀରେ ନେଇଛି ଜଳ ସମାଧି । ସମସ୍ତେ କହୁଛନ୍ତି ଏମିତି ଦୁଃଖ ଭଗବାନ ଯେମିତି ଆଉ କାହାରିକୁ ନ ଦିଅନ୍ତୁ ।

Related Topics

Explore more stories

Sponsored
Ganjam Tragedy: Two Brothers Die Within 11 Days in Asika | Argus News | Argus News