Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଶାନ୍ତ ଗଞ୍ଜାମ ! ବିଜେପି ନେତାଙ୍କୁ ହତ୍ୟା, ୪୮ ଘଣ୍ଟାରେ ଗଡିଲା ଏକାଧିକ ମୁଣ୍ଡ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଅଶାନ୍ତ ଗଞ୍ଜାମ ! ବିଜେପି ନେତାଙ୍କୁ ହତ୍ୟା, ୪୮ ଘଣ୍ଟାରେ ଗଡିଲା ଏକାଧିକ ମୁଣ୍ଡ

ଆଇନଶୃଙ୍ଖଳା ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ । ପୋଲିସ ବିଭାଗରେ ରାଜନୈତିକ ହସ୍ତକ୍ଷେପର ଅଭିଯୋଗ ଆଣିଲା ବିଜେଡି । ନାରୀ ସୁରକ୍ଷା ଓ ନିଜ କର୍ମୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବର୍ଷିଲା କଂଗ୍ରେସ । ବିଜେପି କହିଲା ଥାନାକୁ ଦୁର୍ବଳ କରିଥିଲା ନବୀନ ସରକାର ।

ଅଶାନ୍ତ ଗଞ୍ଜାମ । ବିଜେପି ନେତାଙ୍କୁ ହତ୍ୟା । ୪୮ ଘଣ୍ଟାରେ ଗଡିଲା ଏକାଧିକ ମୁଣ୍ଡ । ଶୁକ୍ରବାର ରାତି ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସିକୁଳା ଗାଁର ବିଜେପି କର୍ମୀ ସୁମନ୍ତ ମହାପାତ୍ରଙ୍କୁ ବିଚ୍ ରାସ୍ତାରେ ହାଣିଲେ କଲେ ଦୁବୃର୍ତ୍ତ । ବାଇକ ଯୋଗେ ପୁରୁଷୋତ୍ତମପୁର ଯିବା ବେଳେ ସମା ନିକଟରେ ଦୁଇଟି ବାଇକରେ ଚାରିରୁ ଅଧିକ ବ୍ୟକ୍ତି ଆସି ସୁମନ୍ତଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ ।

ସେହିପରି ଶନିବାର ଭୋର ସମୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗ୍ରାମରେ ଗୁଳିକାଣ୍ଡ । ଲକ୍ଷ୍ମୀନାରାୟଣ ପାଇକରାୟ ଓରଫ କୁନା ଉପରକୁ ଗୁଳିମାଡ଼ କଲେ ଦୁବୃର୍ତ୍ତ । ଆଉ କୁନାଙ୍କ ହତ୍ୟା ପଛରେ ରାଜନୈତିକ ଶ୍ରତୁତା ଥିବା ଅଭିଯୋଗ ହେଉଛି । ଏହି ଦୁଇ ହତ୍ୟା ଘଟଣାର କେଇ ଘଣ୍ଟା ଭିତରେ ପୁଣି ବ୍ରହ୍ମପୁର ଜେନା ସାହିରେ ହୋଇଛି ଆଉ ଏକ ହତ୍ୟା । ଦଣ୍ଡନାଚ କମିଟିର ସଦସ୍ୟଙ୍କ ଭିତରେ ଗଣ୍ଡଗୋଳ ଯୋଗୁଁ ଜଗଦୀଶ ପାଣିଗ୍ରାହୀ ନାମକ ବ୍ୟକ୍ତିଙ୍କର ଛୁରା ମାଡରେ ମୃତ୍ୟୁ ହୋଇଛି ।

ସେପଟେ ରାଜଧାନୀରେ ପୋଲିସକୁ ଆକ୍ରମଣ । ରବିବାର ରାତିର ଘଟଣା । ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ଅଶୋକ ମହାରଣାକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ ସୂର୍ଯ୍ୟ ମହାରଣା । ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା ଭରତପୁର ପୋଲିସ । ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ନେବା ବେଳେ ଉତ୍ତ୍ୟକ୍ତ ଲୋକ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଲୋକେ ପୋଲିସ ଗାଡ଼ିକୁ ଭାଙ୍ଗି ଦେବା ସହ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ମହିଳା ଏଏସଆଇ ଓ ଡ୍ରାଇଭର ଆହତ ହୋଇଥିଲେ । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯଇଛି ।

ଅନ୍ୟପଟେ ୨୭ ତାରିଖ କଂଗ୍ରେସ ଆନ୍ଦୋଳନ ବେଳେ ଲୋୟର ପିଏମଜିରେ ପୋଲିସକୁ ଆକ୍ରମଣ ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ୩ରେ ପହଞ୍ଚିଲା ଗିରଫଦାରି ସଂଖ୍ୟା । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୋଲିସ ।

ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ତେଜିଛି ରାଜନୀତି । ଆଇନଶୃଙ୍ଖଲା ପରିସ୍ଥିତି ସମ୍ଭାଳିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ତେବେ ବିରୋଧୀଙ୍କ ଅଭିଯୋଗର କଡା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ । ପୋଲିସ ମାନଙ୍କୁ କ୍ଷେତ୍ର ପ୍ରସ୍ତୁତ କରିବା, ମିଟିଂ ବ୍ୟବସ୍ଥା କରିବା ଏବଂ ବିରୋଧୀ ଦଳ ଲୋକଙ୍କୁ ଅତ୍ୟାଚାର କରିବା ପାଇଁ ବ୍ୟବହାର କରୁଥିଲା ବିଜେଡ଼ି । କିନ୍ତୁ ଏବେ ପୋଲିସ ସେଥିରୁ ବାହାରି ନିଜ କର୍ତ୍ତବ୍ୟ କରିବା ଆରମ୍ଭ କରିଛି ବୋଲି କହିଛନ୍ତି ପୃଥ୍ଵୀରାଜ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ganjam Violence ! BJP leader killed, multiple People Killed | Argus News