ଗାଡିରୁ ଗଞ୍ଜେଇ ଜବତ, ୨ ଗିରଫ
·1 year ago·1 min read

Key Points
ଗାଡିରୁ ଗଞ୍ଜେଇ ଜବତ, ୨ ଗିରଫ
୩୨ କେଜି ଗଞ୍ଜେଇ ଓ ମୋବାଇଲ ଫୋନ ଜବତ
କଣ୍ଟାମାଳ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏକ ଗାଡ଼ିରୁ ବ୍ୟାପକ ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ କଣ୍ଟାମାଳ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲମ୍ବରୀ ପଞ୍ଚାୟତ ଅନ୍ତର୍ଗତ କୁଲହିଆ ପାଲି ଛକ ନିକଟରୁ ଏକ ସୁଜୁକି ଇକୋ ଗାଡି (ଓଡି ୦୩ଏଲ ୭୧୭୮)ରୁ ତଦନ୍ତ କଲା ପରେ ୩୨ କେଜି ଗଞ୍ଜେଇ ଓ ମୋବାଇଲ ଫୋନ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଗିରଫ ଅଭିଯୁକ୍ତ ମାନେ ହେଲେ ମନମୁଣ୍ଡା ଥାନା ଖଲିଆ ମୁଣ୍ଡାର ଗୋପୀନାଥ କର୍ଣ୍ଣ (୪୦) ଓ ମହୁଲ ବାହାଲି ଗ୍ରାମର ଶାନ୍ତନୁ କଲତା (୩୬)। ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ଏକ ମାମଲା (ନଂ.୧୨୦/୨୫) ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: