ଗାଡି ମିସ୍ତ୍ରୀ ଗାଡି କାମ କରୁଥିବାବେଳେ ଗାଡି ଚକ ତଳେ ଚାଲିଗଲା ଜୀବନ

ଜଗତସିଂହପୁର: ଗାଡି ମିସ୍ତ୍ରୀ ଗାଡି କାମ କରୁଥିବାବେଳେ ଗାଡି ଚକ ତଳେ ଚାଲିଗଲା ଜୀବନ । ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ପାରାଦୀପ ଦୋଛକି ନିକଟରେ । ପ୍ରତ୍ୟେକ ଦିନଭଳି ଆଜି ନିଜ ଗ୍ୟାରେଜରେ ଗାଡିର ମରାମତି କରୁଥିବା ସମୟରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଟିକନପୁର ଗ୍ରାମର ନିରାକାର ରାଉତ ପାରାଦୀପ ଦୋଛକିରେ ନିଜର ଗ୍ୟାରେଜ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଜି ନିଜ କାର୍ଯ୍ୟରେ ବ୍ୟସ୍ତ ରହି ଗାଡିତଳେ ରିପ୍ୟାରିଙ୍ଗ କରୁଥିଲେ । ଏହି ସମୟରେ ତାଙ୍କ ଉପରେ ଚଢିଯାଇଛି ଟ୍ରକ । ଯାହାକୁ ନେଇ ଦୁଃଖଦ ପରିସ୍ଥିତି ଦେଖିବାକୁ ମିଳିଛି ।
ମୃତ ମେକାନିକଙ୍କୁ ଦେଖିବାକୁ ଅଠରବାଙ୍କୀ ମେଡିକାଲରେ ଅନେକ ଗ୍ୟାରେଜ ମାଲିକଙ୍କ ଭିଡ଼ ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ପାରାଦୀପ ରାଜ ରାସ୍ତାରେ ଅନେକ ଦୁର୍ଘଟଣା ଘଟି ଅନେକ ଧନଜୀବନ କ୍ଷତିଗ୍ରସ୍ତ ହେଉଥିବାବେଳେ ଆଜିର ଏହିଭଳି ଦୁଃଖଦ ଘଟଣାକୁ ନେଇ ପାରାଦୀପରେ ଶୋକର ଛାୟା ଖେଳିଯାଇଛି ।