Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର

Odisha

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର

Smruti Parija
Browse all articles by Smruti Parija
·2 years ago
ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର

ଅନୁଗୋଳ: ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର । ପାଳଲହଡା ଥାନା ଝିମିରିପାଲି ଗ୍ରାମରେ ଘଟିଛି ଏହି ଅଘଟଣ । ଆଜି ସକାଳେ ପାଲଲହଡା ଥାନା ଝିମିରିପାଲି ଗ୍ରାମର ଖଗେଶ୍ୱର ସାହୁଙ୍କ ଝିଅ ଘରେ ଗ୍ୟାସ ଚୁଲାରେ ଚା ତିଆରି କରୁଥିବାବେଳେ ଅଚାନକ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ଯାଇ ବିଫଳ ହେବାପରେ ଭୟରେ ପରିବାର ଲୋକେ ବାହାରକୁ ପଳେଇ ଆସିଥିଲେ । 

ତାର କିଛି ସମୟ ମଧ୍ୟରେ ଟାଙ୍କି ଫାଟି ବିସ୍ଫୋରଣ ହୋଇଥିଲା । ଫଳରେ ନିଆଁ ଲାଗି ଆସବାବ ପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପାଉଁଶ ହୋଇଯାଇଛି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର ଲୋକ । ଖବର ପାଇ ପାଲଲହଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ନିଆଁକୁ ଆୟତ୍ତ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ୪ ଅଗ୍ନିଶମ କର୍ମଚାରୀ ଗୁରୁତର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
gas-cylinder-blast-in-angul | Argus News