|
logo
Live
Argus News App
GET APP

Argus News - ବିକ୍ରି ହୋଇପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର,ସ୍ପଷ୍ଟ କଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

Odisha

5kg Gas Cylinder / ବିକ୍ରି ହୋଇପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର,ସ୍ପଷ୍ଟ କଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

Bikash Mohanty
Browse all articles by Bikash Mohanty
·2 hours ago·2 min read
ବିକ୍ରି ହୋଇପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର,ସ୍ପଷ୍ଟ କଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ
Gas Cylinder

Key Points

ID ଦେଖାଇଲେ ମିଳିବ ଗ୍ୟାସ୍
ଶ୍ରମିକ ଓ ଛାତ୍ରଛାତ୍ରୀ ID ଦେଖାଇ କିଣିପାରିବେ ୫ କେଜି ଗ୍ୟାସ୍
ସ୍ପଷ୍ଟ କରିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ
ଭୁବନେଶ୍ବର,୦୬/୦୪:ବିକ୍ରି ହୋଇପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର । ଏନେଇ ସ୍ପଷ୍ଟ କରିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଶ୍ରମିକ, ଛାତ୍ରଛାତ୍ରୀ ନିଜର ପରିଚୟ ପତ୍ର ଦେଖାଇ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର କିଣିପାରିବେ । ତୈଳ ମାର୍କେଟ କମ୍ପାନୀ ଦ୍ଵାରା ବିକ୍ରି 5 କେଜି ଗ୍ୟାସ୍ କିଣିପାରିବେ । ଏଥିପାଇଁ Ekyc ହୋଇଥିଲେ ପରିଚୟ ପତ୍ର ଦେଖାଇ ଗ୍ୟାସ୍ କିଣିପାରିବେ ବୋଲି ସ୍ପଷ୍ଟ କରାଯାଇଛି

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍ ଯୋଗାଣରେ ଅଙ୍କୁଶ ଲଗାଯାଇଛି । ଖାସ୍ କରି ଖୋଲା ବଜାରରେ ମିଳୁଥିବା ଗ୍ୟାସ୍ ଦର ଅଚାନକ ବଢିବା ସହ ଗ୍ରାହକଙ୍କୁ ମିଳିବା ମଧ୍ୟ କଷ୍ଟ ହେଉଥିଲା । ଏସବୁ ଭିତରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରବିବାର ଦିନ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ କି, ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ଏଣିକି ଖୋଲା ବଜାରରେ ଗ୍ୟାସ୍ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ଖୋଲା ବଜାରରେ ଆଉ ଗ୍ୟାସ୍ ବିକ୍ରି କରାଯାଇପାରିବନାହିଁ । ଏହାସହିତ ୫ କେଜି ବାଲା ଗ୍ୟାସ ସିଲିଣ୍ଡରରେ ବି ଗ୍ୟାସ୍ ଭର୍ତ୍ତି କରାଯିବନାହିଁ । ଗ୍ୟାସ୍ ବିକ୍ରି ନେଇ E-Kyc କରାଯିବ । କେବଳ ଯାହା ନାଁରେ କାର୍ଡ ଥିବା, ସେମାନେ ହିଁ ଗ୍ୟାସ୍ ଏଜେନ୍ସିରୁ ଗ୍ୟାସ ଟାଙ୍କି ନେଇପାରିବେ । ରାଜ୍ୟରେ ଏବେ ଗ୍ୟାସ୍ ଓ ପେଟ୍ରୋଲର କୌଣସି ଅଭାବ ନଥିବା ବେଳେ କଳାବଜାର ହେଉନଥିବା କହିଛନ୍ତି ମନ୍ତ୍ରୀ ।

ତେବେ ମନ୍ତ୍ରୀଙ୍କ ବୟାନ ପରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଯାହାକୁ ନଜରରେ ରଖି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ସ୍ପଷ୍ଟୀକରଣ ରଖିଛି । ବିଭାଗ ମୁତାବିକ, ଶ୍ରମିକ ଓ ଛାତ୍ରଛାତ୍ରୀ ID ଦେଖାଇ କିଣିପାରିବେ ୫ କେଜି ଗ୍ୟାସ୍ । ୫ ଲିଟରିଆ ଗ୍ୟାସ୍ ଟାଙ୍କିକୁ ସରକାର ସଂପୂର୍ଣ୍ଣ ବ୍ୟାନ କରିଛନ୍ତି। ତେବେ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟପଚ୍ର ଦେଖାଇ କିଣିପାରିବେ ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ହେଉଥିବା ୫ କେଜି ଗ୍ୟାସ୍ କିଣିପାରିବେ। e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ।

ଗ୍ୟାସ୍ ସିଲିଣ୍ଡର କଳା ବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଜୋରସୋରରେ ଚାଲିଛି ଚଢାଉ । ଯାଜପୁରରେ ଯୋଗାଣ ବିଭାଗ ରେଡ୍ କରି LPG ଗ୍ୟାସ୍ ଭର୍ତ୍ତି ୧୦୩ଟି ସିଲିଣ୍ଡର, ୨ଟି ବାଣିଜ୍ୟିକ ସିଲିଣ୍ଡର ଜବତ କରିଛି । ଢେଙ୍କାନାଳର ଗୋଟିଏ ଦୋକାନରୁ ୨୭ଟି ଗ୍ୟାସ୍ ସିଲିଣ୍ଡର ଜବତ ହୋଇଛି । ବେଆଇନ ଗ୍ୟାସ୍ ସିଲିଣ୍ଡର ବିକ୍ରି ଚାଲିଥିବା ବେଳେ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଏନଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରିଥିଲା ।


ସେପଟେ ପୁରୀ ବାଟମଙ୍ଗଳା ନିକଟରେ ଏକ ଗ୍ୟାସ୍ ଚୁଲା ବିକ୍ରି ଓ ମରାମତି ଦୋକାନରେ ଚଢାଉ କରିଥିଲା ଜିଲ୍ଲା ଯୋଗାଣ ବିଭାଗ ଓ ସଦର ଥାନା ପୋଲିସ । ସେଠାରୁ ଜବତ ହୋଇଛି ୮୭ ସିଲିଣ୍ଡର । ବାଲେଶ୍ବର ବାଲିଆପାଳରେ ବି ୧୪ଟି LPG ସିଲିଣ୍ଡର ଜବତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
5kg Gas Cylinder: ବିକ୍ରି ହୋଇପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର,ସ୍ପଷ୍ଟ କଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ | Argus News