ସିଲିଣ୍ଡର ରୁ ଗ୍ୟାସ୍ ଲିକ୍ ହେଇ ଦୁର୍ଘଟଣା , ପରିବାରର ୪ ଗୁରୁତର
·11 months ago·1 min read

Key Points
ନିଆଁଲାଗି ପରିବାରରେ ୪ ଜଣ ଆହତ । ବାପା ମାଆ ଏବଂ ଦୁଇଝିଅ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବାପା ଓ ମା ଓ ସାନ ଝିଅ କୁ କଟକ ସ୍ଥାନାନ୍ତର କରାଯାଇଛି ।
ହିଞ୍ଜିଳିକାଟୁ ପୌରାଞ୍ଚଳସ୍ଥିତ ୧୧ନଂ ୱାର୍ଡରେ ସନ୍ଧ୍ୟା ସମୟରେ ଗ୍ୟାସ ସିଲିଣ୍ଡର ଲିକ୍ରୁ ଦୁର୍ଘଟଣା । ନିଆଁଲାଗି ପରିବାରରେ ୪ ଜଣ ଆହତ । ବାପା ମାଆ ଏବଂ ଦୁଇଝିଅ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବାପା ଓ ମା ଓ ସାନ ଝିଅ କୁ କଟକ ସ୍ଥାନାନ୍ତର କରାଯାଇଛି । ବଡଝିଅ ବ୍ରହ୍ମପୁରର MKCGରେ ଚିକିତ୍ସାଧିନ ଅବସ୍ଥାରେ ଅଛି । ସେମାନେ ହେଉଛନ୍ତି ବିପ୍ଳବ ମହାରଣା (୬୦),ସଂଯୁକ୍ତା ମହାରଣା( ୪୫),ପ୍ରାଚୀ ମହାରଣା (୧୬) ଓ ପ୍ରିୟା ମହାରଣା (୧୪) | ଘଟଣାସ୍ଥଳରେ ହିଞ୍ଜିଳି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା | ସ୍ଥାନୀୟ ଲୋକେ ଆହତଙ୍କୁ ପ୍ରଥମେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ |
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: