Assembly on LPG / ଗ୍ୟାସ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା, ଶାସକ-ବିରୋଧି ମୁହାଁମୁହିଁ
·6 months ago·2 min read

Key Points
ବିଧାନସଭାରେ ଗ୍ୟାସ ତାତି || ଗ୍ୟାସ ଅଭାବ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା || ଗୃହ ମୁଲତବି କଲେ ବାଚସ୍ପତି
ବିଧାନସଭାରେ ଦେଖାଦେଇଥିଲା ଗ୍ୟାସ ତାତି। ଗ୍ୟାସ ଅଭାବ ନେଇ ବିଧାନସଭାରେ ହୋହଲ୍ଲା କରିଥିଲେ ବିରୋଧୀ। ବଜେଟ ଅଧବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ବିରୋଧୀଙ୍କ ହଟ୍ଟଗୋଳ। ହଟ୍ଟଗୋଳ ମଧ୍ୟରେ ଚାଲିପାରିଲାନି ଗୃହ । ରାଜ୍ୟରେ ଗ୍ୟାସ୍ ଅଭାବକୁ ନେଇ ହୋହଲ୍ଲା କରିଥିଲେ ବିରୋଧୀ। ବାଧ୍ୟ ହୋଇ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି।
ଯୁଦ୍ଧ ଯୋଗୁ ଦେଖାଦେଲାଣି LPG ସଂକଟ। ରେଷ୍ଟୁରାଣ୍ଟ, ଖାଦ୍ୟ ବିକ୍ରେତା, ଅଟୋରିକ୍ସା ଚଳାଚଳ ପ୍ରଭାବିତ ହୋଇଛି। ଆଗକୁ ମିଳିବ କି ନାହିଁ ଆଶଙ୍କା କରି ଲୋକେ ଗ୍ୟାସ ନେଉଛନ୍ତି। ସିଲିଣ୍ଡର ପାଇଁ ଗ୍ୟାସ ଏଜେନ୍ସୀ ଆଗରେ ଗ୍ରାହକଙ୍କ ପବଳ ଭିଡ଼। ଲାଗୁଛି ଲମ୍ବା ଲାଇନ୍। ରାଜଧାନୀ ଭୁବନେଶ୍ବରରୁ ମାଲକାନଗିରି ପର୍ଯ୍ୟନ୍ତ ସବୁଠି ଅବସ୍ଥା ସମାନ। ସେପଟେ ବିତରକ କହିଲେ ଘରୋଇ ସିଲିଣ୍ଡରର କୌଣସି ଆଭାବ ନାହିଁ। କେବଳ ବ୍ୟାବସାୟିକ ସିଲଣ୍ଡର ସପ୍ଲାଇ ବନ୍ଦ ଅଛି। କମରସିଆଲ ଗ୍ୟାସ ନମିଳିବା ଯୋଗୁଁ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ଗ୍ୟାସ ସଙ୍କଟ ମଧ୍ୟରେ, HP ଗ୍ୟାସ ବିତରକ କହିଛନ୍ତି, ବର୍ତ୍ତମାନ ଆମ ପାଖରେ ଯେତିକି ଘରୋଇ ବ୍ୟବହାର ପାଇଁ ଗ୍ୟାସ ମହଜୁଦ ଅଛି ଏହା ସର୍ବନିମ୍ନ ୨ ରୁ ୩ ମାସ ପର୍ଯ୍ୟନ୍ତ ରହିବ। ଉପଭୋକ୍ତାଙ୍କୁ କିଛି ଅସୁବିଧା ନାହିଁ। କିନ୍ତୁ commercial ଯୋଗାଣ ବନ୍ଦ ଅଛି, ଏହାର ବି ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି ଗ୍ୟାସ ବିତରକ ପବିତ୍ର ମୋହନ ସାହୁ କହିଛନ୍ତି।
ରାଜ୍ୟରେ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ରନ୍ଧନ ଗ୍ୟାସ୍ । ଲୋକଙ୍କୁ ଚିନ୍ତିତ ନହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଥିଲେ LPG, ପେଟ୍ରୋଲ ଓ ଡିଜେଲ ଉପଲବ୍ଧତା ନେଇ ବୈଠକ ପରେ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ। ପେଟ୍ରୋଲ ଓ ଡିଜେଲ ଯୋଗାଣ ନେଇ ସମସ୍ୟା ନଥିବା କହିଲେ ତୈଳ କମ୍ପାନି । ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନା ଗୁଡ଼ିକୁ ଗ୍ୟାସ୍ ଯୋଗାଣରେ ନାହିଁ ସମସ୍ୟା । ଯୋଗାଣ ଶୃଙ୍ଖଳ ସନ୍ତୁଳନ ବଜାୟ ରଖିବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ।
ଏଲପିଜି ସିଲିଣ୍ଡର ମୂଲ୍ୟ ଶନିବାର ବୃଦ୍ଧି ପାଇଥିଲା । ସାରା ଦେଶରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଥିଲା। କେନ୍ଦ୍ର ସରକାର ଏକ ଜରୁରିକାଳୀନ ନିୟମରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଏଲ୍ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଅଧିକାଂଶ ପରିବାରରେ ଏଲ୍ପିଜିକୁ ରୋଷେଇ ଘରେ ବ୍ୟବହାର କରାଯାଉଛି। ତେଣୁ ତାହାର ନିରବଚ୍ଛିନ୍ନ ଯୋଗାଣ ନିହାତି ଜରୁରି । ଏହାକୁ ଦୃଷ୍ଟିରେ ରଖି ଏଲ୍ପିଜି ଉତ୍ପାଦନ ପାଇଁ ପ୍ରୋପେନ୍ ଓ ବ୍ୟୁଟେନ୍ ଗ୍ୟାସ୍ ବ୍ୟବହାର କରିବାକୁ ତୈଳ ବିଶୋଧନ କମ୍ପାନିଗୁଡ଼ିକୁ କୁହାଯାଇଛି। ଅନ୍ୟ କୌଣସି ପେଟ୍ରୋ ରସାୟନ ସାମଗ୍ରୀ ଉତ୍ପାଦନରେ ଏହି ଦୁଇ ଗ୍ୟାସ୍ ବ୍ୟବହାର କରିବାକୁ ବାରଣ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ରାଜ୍ୟରେ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ରନ୍ଧନ ଗ୍ୟାସ୍
Related Topics
Explore more stories