Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

George Tirkey / ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ

Sushanta Sahoo
Browse all articles by Sushanta Sahoo
·9 months ago·1 min read
ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ

Key Points

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀ ଆଉ ନାହାନ୍ତି । ୬୮ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍‌ରେ ଆଖି ବୁଜିଛନ୍ତି ଜର୍ଜ ତିର୍କୀ ।

ଭୁବନେଶ୍ଵର: ଚାଲିଗଲେ ଚାରି ଚାରି ଥରର ବିଧାୟକ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀ ଆଉ ନାହାନ୍ତି । ୬୮ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍‌ରେ ଆଖି ବୁଜିଛନ୍ତି ଜର୍ଜ ତିର୍କୀ । ତାଙ୍କ ବିୟୋଗରେ ସୁନ୍ଦରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।


ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚ (JMM) ଟିକେଟ୍‌ରେ ୧୯୯୫ରେ ପ୍ରଥମଥର ବିଧାୟକ ନିର୍ବାଚିତ ହୋଇଥିଲେ ଜର୍ଜ ତିର୍କୀ । ୨୦୦୦ ମସିହାରେ ବି ଜେଏମ୍ଏମ୍ ଟିକେଟ୍‌ରେ ଲଢ଼ି ଦ୍ଵିତୀୟଥର ବୀରମିତ୍ରପୁର ଆସନରୁ ବିଧାୟକ ହୋଇଥିଲେ । ୨୦୦୨ରେ ବିଜେଡିରେ ଯୋଗ ଦେଇଥିଲେ, ହେଲେ ଦଳ ୨୦୦୪ରେ ତାଙ୍କୁ ପ୍ରାର୍ଥୀ ନ କରିବାରୁ ସେ ବିଜେଡି ଛାଡ଼ି ଦେଇଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୦୯ ସାଧାରଣ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ବୀରମିତ୍ରପୁର ଆସନରୁ ଲଢ଼ି ତୃତୀୟ ଥର ବିଧାୟକ ହୋଇଥିଲେ ଜର୍ଜ ତିର୍କୀ । ଏହା ପରେ ୨୦୧୪ରେ ନିଜେ ସମତା କ୍ରାନ୍ତି ଦଳ ଗଢ଼ିବା ସହ ବୀରମିତ୍ରପୁର ଆସନରୁ ଚତୁର୍ଥଥର ପାଇଁ ଜିତି ବିଧାନସଭାକୁ ଯାଇଥିଲେ । ଏହାପରେ ୨୦୧୮ରେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ ।


Related Topics

Explore more stories

Sponsored
George Tirkey | Ex-MLA George Tirkey Passes Away in Bhubaneswar | Argus News | Argus News