Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଘଣ୍ଟିଖାଲ ଏବଂ ରାଜା ଆଠଗଡ ରେଳଷ୍ଟେସନର ହେବ ଉନ୍ନତିକରଣ'

Smruti Parija
Browse all articles by Smruti Parija
·2 years ago·1 min read
'ଘଣ୍ଟିଖାଲ ଏବଂ ରାଜା ଆଠଗଡ ରେଳଷ୍ଟେସନର ହେବ ଉନ୍ନତିକରଣ'

କଟକ:  ଆଠଗଡକୁ କେନ୍ଦ୍ରମନ୍ତ୍ରୀ ଅଶ୍ଵିନ ବୈଷ୍ଣବଙ୍କ ନୂଆ ବର୍ଷ ଭେଟି । ଆଠଗଡ ଘଣ୍ଟିଖାଲ ହେବ ରେଳ ଓଭର ବ୍ରିଜ ।  ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ରେଳ ଓଭର ବ୍ରିଜ୍ ପାଇଁ ଟଙ୍କା ମଞ୍ଜୁର ହୋଇସାରିଛି । ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଘଣ୍ଟିଖାଲ ଏବଂ ରାଜା ଆଠଗଡ ଦୁଇଟି ରେଲୱେ ଷ୍ଟେସନର ହେବ ଉନ୍ନତିକରଣ । ରେଲୱେ ପାଇଁ 2014 ପୂର୍ବରୁ ଓଡ଼ିଶାକୁ 800 କୋଟି ମିଳୁଥିଲା । ମୋଦି ସରକାର ଆସିବା ପରେ 10 ହଜାର କୋଟି ଟଙ୍କା ଅନୁଦାନ ମିଳୁଛି । ଆଠଗଡରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । 

ସବୁଜ ପତାକା ଦେଖାଇ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତିନି ଦିନିଆ ଓଡିଶା ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ । ଗତକାଲି ଦଶପଲ୍ଲା ରେଳ ଷ୍ଟେସନର ଉଦଘାଟନ କରିଥିଲେ ରେଳମନ୍ତ୍ରୀ । ସବୁଜ ପତାକା ଦେଖାଇ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ ରେଳମନ୍ତ୍ରୀ । ଭୁବନେଶ୍ବର-ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ବର -ନୂଆଗାଁ ରୋଡ଼ ପାସେଞ୍ଜର ସ୍ପେଶାଲ, ପୁରୀ-ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ, ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନ ଗୁଡ଼ିକର ସମ୍ପ୍ରସାରଣ କରାଯାଇଛି ।

ସେହିପରି ଆଜି ଓଡିଶାର ପ୍ରସିଦ୍ଧ ଶୈବପୀଠ ଆଠଗଡର ଆରାଧ୍ୟ ମହାପ୍ରଭୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହିତ ବାବାଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଧବଳେଶ୍ଵର ପୀଠକୁ ପର୍ଯ୍ୟଟନସ୍ଥଳୀରେ ବିକାଶମୂଳକ କାର୍ଯ୍ୟ ହେବା ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ସେ ପ୍ରକାଶ କରିଛନ୍ତି । 
 

ବାବା ଧବଳେଶ୍ବରଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

Sponsored
Ghantikhal and Raja Ashtgarh 2 railway stations to be upgraded-said-aswini-baishnab-on-3-days-odisha-visit | Argus News