|
logo
Live

Argus News - ୭ ଦିନ ପର୍ଯ୍ୟନ୍ତ ସୁନାରେ ଝଲସିବେ ମା' ତାରିଣୀ

Odisha

୭ ଦିନ ପର୍ଯ୍ୟନ୍ତ ସୁନାରେ ଝଲସିବେ ମା' ତାରିଣୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
୭ ଦିନ ପର୍ଯ୍ୟନ୍ତ ସୁନାରେ ଝଲସିବେ ମା' ତାରିଣୀ

ଝଲସି ଉଠିବ ଘଟଗାଁ ମା ତାରିଣୀଙ୍କ ପୀଠ । ଘଟଗାଁ ବାସିନୀ ମା' ତାରିଣୀଙ୍କ ୮୯ତମ ଚଇତି ପର୍ବ ପାଳନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ହୋମ ଯଜ୍ଞ, ନାମ ସଂକୀର୍ତ୍ତନରେ ଉଛୁଳି ପଡିବ ମା'ଙ୍କ ପୀଠ । ୭ ଦିନ ଧରି ସୁନାବେଶରେ ଦର୍ଶନ ଦେବେ ମା ।

ଘଟଗାଁ ବାସିନୀ ମା' ତାରିଣୀଙ୍କ ୮୯ତମ ଚଇତି ପର୍ବ ପାଳନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ହୋମ ଯଜ୍ଞ, ନାମ ସଂକୀର୍ତ୍ତନରେ ଉଛୁଳି ପଡିବ ମା'ଙ୍କ ପୀଠ । ୭ ଦିନ ଧରି ସୁନାବେଶରେ ଦର୍ଶନ ଦେବେ ମା । ଚୈତ୍ର ମାସରେ ପାଳନ ହେଉଥିବା ଚଇତି ପର୍ବ ମା'ଙ୍କ ମୁଖ୍ୟ ପର୍ବ । ଏହା ମାଙ୍କ ବାର୍ଷିକ ଉତ୍ସବ ହୋଇଥିବାରୁ ପ୍ରସ୍ତୁତି ପାଇଁ ତତ୍ପର ହୋଇ ପଡିଛି ମନ୍ଦିର ପ୍ରଶାସନ । ଚଇତି ପର୍ବରେ ମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବାକୁ ଥିବାରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି ।

ଶୃଙ୍ଖଳିତ ଦର୍ଶନ, ମନ୍ଦିରର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହାତକୁ ନିଆ ଯାଇଛି । ପ୍ରବଳ ଖରା କାରଣରୁ ଅଶୁଂଘାତର ମୁକାବିଲା ପାଇଁ ମନ୍ଦିର ପରିସରରେ ଓ ପାଲା ମଣ୍ଡପକୁ ତାରପଲିନ ଛାଉଣି ବ୍ୟବସ୍ଥା କରାଯାଇଛି । ଏହି ସମୟରେ ମାଆଙ୍କର ସୁନା ବେଶ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଅଂଶୁଘାତର ମୁକାବିଲା ପାଇଁ ମନ୍ଦିର ପରିସରରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜରୁରୀ କାଳୀନ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯିବ । ସିସିଟିଭି କ୍ୟାମେରା ଲଗାଯିବା ସହ ମୁତୟନ ହେବେ ବ୍ୟାପକ ପୋଲିସ ଫୋର୍ସ । ସାତ ଦିନ ଧରି ମାଙ୍କ ପୀଠରେ ଭଜନ ସମାରୋହ, ପ୍ରବଚନ, ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଓ ବାଦିପାଲା ଆଦି ଅନୁଷ୍ଠିତ ହେବ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ, ମନ୍ଦିରର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି ।

ଏହି ପର୍ବରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଶିଳ୍ପିଙ୍କ କଳା ସହ ବିଭିନ୍ନ ଜିଲ୍ଲାର ଲୋକ ନୃତ୍ୟ ପ୍ରଦର୍ଶିତ ହେବ । ଏହାସହ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୭ ଦିନ ପର୍ଯ୍ୟନ୍ତ ସୁନାରେ ଝଲସିବେ ମା' ତାରିଣୀ | Argus News