Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧରାପଡିଲେ ମାଳ ମାଳ ଭୂତ ଅଣ ଚାଷୀ

Odisha

ଧରାପଡିଲେ ମାଳ ମାଳ ଭୂତ ଅଣ ଚାଷୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଧରାପଡିଲେ ମାଳ ମାଳ ଭୂତ ଅଣ ଚାଷୀ

Key Points

ସାଟେଲାଇଟ ସର୍ବେକ୍ଷଣ ଖୋଲିଲା ଗୁମର
ଧରାପଡିଲେ ମାଳ ମାଳ ଭୂତ ଅଣ ଚାଷୀ
ବର୍ଦ୍ଧିତ ଧାନ ଦରକୁ ହାତେଇବାକୁ କରିଥିଲେ ପଞ୍ଜିକରଣ
ରାୟଗଡ଼ାରେ ୯୦୮୭ ଅଣ ଧାନ ଚାଷୀ ପଡ଼ିଛନ୍ତି ଧରା
୧୧ ବ୍ଲକ୍‌ରେ ୧୩, ୬୦୦ଟି ପ୍ଲଟ୍‌ରେ ହୋଇନାହିଁ ଧାନଚାଷ


ରାୟଗଡ଼ାରେ ସମବାୟ ବିଭାଗ ପକ୍ଷରୁ ପଞ୍ଜୀକରଣକୁ ନେଇ ହୋଇଥିବା ସାଟେଲାଇଟ ସର୍ଭେରେ ଜିଲ୍ଲାର ୧୧ ବ୍ଲକ୍‌ରୁ ମୋଟ ୧୩ ହଜାର ୬୦୦ଟି ପ୍ଲଟ୍‌ରେ ଧାନଚାଷ ହୋଇ ନ ଥିବା ଜଣାପଡ଼ିଛି। ଏସବୁ ପ୍ଲଟ୍‌ରେ ପୋଖରୀ, ବଗିଚା, କପାଚାଷ, ଗୋଚର ଜମି, ରାସ୍ତା ଓ ଫାର୍ମ ହାଉସ, ପାମ୍ ବଗିଚା ଆଦି ରହିଥ‌ିବା ସର୍ଭେରେ ଉଠିଥ‌ିବା ଫଟୋରୁ ଧରାପଡ଼ିଛି। ଭାଗଚାଷୀଙ୍କ ଧାନ ବିକ୍ରି କରି ମୁନାଫା କମାଇବା ପାଇଁ କିଛି ଦଲାଲ ଏହି ବେଆଇନ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । କେବଳ ଧାନ ନୁହଁ, ମାଣ୍ଡିଆ ଓ କପା ବିକ୍ରି କ୍ଷେତ୍ରରେ ମଧ୍ୟ କେତେଜଣ ଦଲାଲ ଜାଲିଆତିର ସମାନ ବାଟ ଅବଲମ୍ବନ କରିଛନ୍ତି।

ଜିଲ୍ଲାରେ ମୋଟ ୨୧,୫୦୬ ଚାଷୀ ଚାଷଜମି ଦେଖାଇ ପଞ୍ଜିକୃତ କରାଇଥିଲେ। ଫିଲଡ଼ ଭେରିଫିକେଶନରେ ୨,୫୧୭ ଚାଷୀ ଚିହ୍ନଟ ହୋଇଥିଲେ। ପରେ ସାଟେଲାଇଟ ଭେରିଫିକେଶନରେ ୧୫,୬୮୫ଟି ସନ୍ଦେହ ଜନକ ପ୍ଲଟ ଚିନ୍ହଟ ହେଇଥିଲା। ଏହାସହ ୯,୦୮୭ ଅଣ ଧାନ ଚାଷୀ ବା ଭୁତ ଚାଷୀ ବାଦ ପଡ଼ିଛନ୍ତି। ବିଶେଷ କରି କେସିଙ୍ଗିପୁର ରେ ୩,୬୭୨ଟି ପ୍ଲଟ , ରାମନାଗୁଡ଼ାରୁ ୩,୩୪୭ଟି ପ୍ଲଟ ଏବଂ ଗୁଣୁପୁରୁରେ ୨,୧୧୫ ପ୍ଲଟରେ ବିନା ଚାଷରେ ଚାଷ ହୋଇଥିବା ଦର୍ଶାଇ ରେଜିଷ୍ଟେସନ ହୋଇଥିଲା। 


ପଞ୍ଜୀକରଣ ପାଇଁ କୌଣସି ନିୟମ ଓ କଟକଣା ନଥିବାରୁ ଏଭଳି ବେଆଇନ ପଞ୍ଜୀକରଣ ହେଉଥିବା ଚାଷୀ ପ୍ରକାଶ କରିଛନ୍ତି। ପଞ୍ଜୀକରଣ ହୋଇଥିବା ନକଲି ଚାଷୀଙ୍କ ବିରୋଧରେ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏଭଳି ବେଆଇନ କାର୍ଯ୍ୟକଳାପ ପ୍ରତିବର୍ଷ ବଢ଼ୁଛି । ଫଳରେ ପ୍ରକୃତ ଚାଷୀ ହଇରାଣ ହେଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ghost farmer in rayagada | Argus News