Videos
|
Odisha

Gidipabali Landslide / ତୃତୀୟ ଦିନରେ ଗିଡ଼ିପାବାଲିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ

Rashmita Mishra
Browse all articles by Rashmita Mishra
·1 hour ago·2 min read
ତୃତୀୟ ଦିନରେ ଗିଡ଼ିପାବାଲିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ
Gidipabali Landslide

Key Points

ଅପରେସନ ଜୀବନ ଡେ ଥ୍ରୀ । 
ତୃତୀୟ ଦିନରେ ଗିଡ଼ିପାବାଲିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । 
NDRF, ODRAF, ଫାୟାର୍, SOG ଚଳାଇଛନ୍ତି ଅପରେସନ
ଆଜି ତୃତୀୟ ଦିନରେ କନ୍ଧମାଳ ସୀମାନ୍ତ ଗିଡ଼ିପାବାଲିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । NDRF, ODRAF, ଫାୟାର୍, SOG ଓ ରେଲୱେର ୧୦୦ ଜଣିଆ ଟିମ୍ ସହ ଲାଇଫ୍ ଡିଟେକ୍ସନ ୟୁନିଟ୍ ଏବଂ ସନ୍ଧାନୀ କୁକୁର 'ସୁଲତାନ୍' ସହାୟତାରେ ମାଟି ତଳୁ ଜୀବନ ସନ୍ଧାନ ଜାରି ରହିଛି ।

ଗତକାଲି କାଦୁଅ ଗଦା ତଳୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ପଥର ତଳେ ଚାପି ହୋଇ ରହିଛନ୍ତି ଅନ୍ୟ ନିଖୋଜ ଗ୍ରାମବାସୀ । ତେଣୁ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆଜି ବଡ଼ ପଦକ୍ଷେପ ନିଆଯାଉଛି । ରେଳ ବିଭାଗର ଅଭିଜ୍ଞ ଇଞ୍ଜିନିୟର ଏବଂ ସ୍ପେଶାଲିଷ୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କରାଯାଉଛି 'କଣ୍ଟ୍ରୋଲ୍ ବ୍ଲାଷ୍ଟ'।

ସଠିକ୍ ଭାଗମାପ ଏବଂ ଅତି ସତର୍କତାର ସହ କଣ୍ଟ୍ରୋଲ୍ ବ୍ଲାଷ୍ଟ କରାଯାଇ ବିଶାଳ ପଥରଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରାଯିବ, ଯେପରି କି କିଛି କ୍ଷତି ନହୋଇ ପଥର ହଟାଇବା ସହଜ ହେବ। କନ୍ଧମାଳ ଜିଲ୍ଲାପାଳ, ଗଂଜାମର ପ୍ରଶାସନିକ ଅଧିକାରୀ, NDRF, ରେଲୱେ, ଅଗ୍ନିଶମ ଓ ପୋଲିସ ବାହିନୀର ମିଳିତ ସର୍ଚ୍ଚ ଅପରେସନ୍ ଆଜି ସନ୍ଧ୍ୟା ଯାଏଁ ଜାରି ରହିବ । ଉଜୁଡ଼ି ଯାଇଥିବା ଗିଡ଼ିପାବାଲିର ପ୍ରତିଟି କୋଣରୁ ଶେଷ ନିଖୋଜ ଲୋକଙ୍କୁ ଖୋଜି ନବାହାର କରିବା ଯାଏଁ ଜାରି ରହିବ ଏହି 'ଅପରେସନ୍ ଜୀବନ'।

ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବିପର୍ଯ୍ୟୟ ପରିଚାଳନା ନେଇ ଗଂଜାମ ଜିଲ୍ଲାପ୍ରଶାସନ ତତ୍ପର । ଯେଉଁ ସବୁ ଗ୍ରାମପଞ୍ଚାୟତ ଗୁଡ଼ିକରେ ବନ୍ୟାର ପ୍ରଭାବ ଅତ୍ୟନ୍ତ ଗମ୍ଭୀର ରହିଛି, ସେଠାରେ ୩୬୭ଟି ସ୍ଥାନରେ ଫ୍ରି କିଚେନ୍ ଖୋଲାଯାଇଛି । ସମୁଦାୟ ବାତ୍ୟା ଏବଂ ବନ୍ୟା ପରବର୍ତ୍ତୀ ସମୟରେ ୫୬ ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚାରିଚକିଆ ଯାନ ଏବଂ ଅନ୍ୟାନ୍ୟ ଜରୁରୀ ଗାଡ଼ି ନେଇ ଏପର୍ଯ୍ୟନ୍ତ ତିନୋଟି ଗ୍ରାମକୁ ଯାଇହେଉନାହିଁ । ଜିଲ୍ଲା ନିୟନ୍ତ୍ରଣ କକ୍ଷ ଦିନରାତି କାର୍ଯ୍ୟ କରୁଛି ଏବଂ ସମସ୍ତ ବ୍ଲକ ସ୍ତରୀୟ ନିୟନ୍ତ୍ରଣ କକ୍ଷଗୁଡ଼ିକ ମଧ୍ୟ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ଗଂଜାମ ଜିଲ୍ଲାପାଳ ।