Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗିଲିରି ଫୁଲ, ସହରିଆଙ୍କ ମେନ୍ୟୁରେ ପାଇଛି ସ୍ଥାନ

Odisha

ଗିଲିରି ଫୁଲ, ସହରିଆଙ୍କ ମେନ୍ୟୁରେ ପାଇଛି ସ୍ଥାନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗିଲିରି ଫୁଲ, ସହରିଆଙ୍କ ମେନ୍ୟୁରେ ପାଇଛି ସ୍ଥାନ

ଆଦିବାସୀ ଅଧ୍ୟୁଷିତ ବଣପାହଡ ଘେରା କେନ୍ଦୁଝର ଜିଲ୍ଲା । ପ୍ରକୃତି ଅନେକ କିଛି ସମ୍ଭାର ଏହି ଅଞ୍ଚଳରେ ଭରି ଦେଇଛି । ସେଥିମଧ୍ୟରୁ ସ୍ବାସ୍ଥ୍ୟ ପାଇଁ ଉପକାରୀ ଗିଲିରି ଫୁଲ ଏବେ ସମସ୍ତଙ୍କର ଆଦରର ଖାଦ୍ୟ ପାଲଟିଛି । କେବଳ ଯେ ଲୋକେ ଏହାକୁ ଖାଇବାକୁ ପସନ୍ଦ କରୁଛନ୍ତି , ତାହା ନୁହେଁ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି । ଜଙ୍ଗଲରୁ ଏହି ଫୁଲ ସଂଗ୍ରହ କରି ଆଖପାଖ ବଜାରରେ ବିକ୍ରି କରି ବେଶ ରୋଜଗାର କରିଥାନ୍ତି ସ୍ଥାନୀୟ ଆଦିବାସୀ । ବାହାରୁ ଆସିଥିବା ପର୍ଯ୍ୟଟକ ମଧ୍ୟ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଏହି ଫୁଲକୁ କ୍ରୟ କରିଥାନ୍ତି । ଗିଲିରି ଫୁଲର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । କେତେକ ବେପାରୀ ଆଦିବାସୀମାନଙ୍କ ଠାରୁ କମ ଦରରେ କ୍ରୟ କରି ବାହାର ଜିଲାରେ ଏହାକୁ ଅଧ‌ିକ ଦରରେ ବିକ୍ରି କରିଥାନ୍ତି । କେନ୍ଦୁଝର ସହରରେ ଗୋଟିଏ ଚଉତିର ଦର ରହିଛି ୨୦ଟଙ୍କା ।

ବସନ୍ତ ଋତୁରେ ଫୁଟୁଥିବା ଏହି ଫୁଲର ଲାଟିନ୍ ନାମ ଇଣ୍ଡିଗୋଫେରା କାଶିଓଡେସ୍ । ଏହା ଲତାଜାତୀୟ ଗଛରେ ଫୁଟି ଥାଏ ଦିନ ଥିଲା ଏହି ଫୁଲ ବା ଶାଗକୁ ଗରିବ ଲୋକର ପଖାଳ ବେଲାର ସାଥୀ ବୋଲି କୁହାଯାଉଥିଲା । ଏବେ ଆଉ ସେ ସଂଜ୍ଞା ନାହିଁ । ଏହାକୁ କେବଳ ଶାଗ ଭାବି ଲୋକେ ବ୍ୟବହାର କରୁ ନାହାନ୍ତି । ଔଷଧୀୟ ଗୁଣ ପାଇଁ ସମସ୍ତ ଏହି ଶାଗର ଚାହିଦା ବୃଦ୍ଧି ପାଇଛି । ଏଥିରେ ପ୍ରଚୁର ପରିମାଣର ଭିଟାମିନ ସହିତ ଧାତୁସାର ରହିଛି । କୋଷ୍ଠକାଠିନ୍ୟ ଦୂର ହେବା ସହ ଶ୍ବାସ , ଥଣ୍ଡା , କାଶ , ଆଣ୍ଟି ଏଲର୍ଜି ଭଲି ଯାବତୀୟ ରୋଗରୁ ଉପଶମ ଦେଇଥାଏ ଗିଲିରି ଫୁଲ ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗିଲିରି ଫୁଲ ମିଳୁଥିଲେ ମଧ୍ୟ ବାଂଶପାଳ ବ୍ଲକ ଅଚଂଳର ଝରଣା କୂଳ ଏବଂ ପାହାଡର ଓଦାଳିଆ ସ୍ଥାନରେ ଗିଲିରି ଲତା ଅଧିକା ଦେଖିବାକୁ ମିଳିଥାଏ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗିଲିରି ଲତା ଧ୍ବଂସ ମୁଖରେ । ବ୍ୟାପକ ଜଙ୍ଗଲ ଧ୍ବଂସ, ଖଣି କାର୍ଯ୍ୟ ପାଇଁ ଜଙ୍ଗଲ ଜମି ଅଣ ଜଙ୍ଗଲ କାର୍ଯ୍ୟରେ ବ୍ୟବହାର ହେଉଥିବାରୁ ଏହି ଗଛ କ୍ରମଶଃ କମିବାରେ ଲାଗିଛି । ଆଦିବାସୀଙ୍କ ଜୀବନଜୀବିକା ଏବଂ ପରିବେଶର ସୁରକ୍ଷା ପାଇଁ ଏହି ଗିଳିରି ଲତା ସୁରକ୍ଷା ଜରୁରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
giliri-flower-of-the-finds-a-place-on-the-urban-menu | Argus News