Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତିସାରା ସ୍କୁଲ ଝରକା ରେଲିଂରେ ଫସି ରହିଥିଲା ମୁଣ୍ଡ , ସକାଳୁ ଉଦ୍ଧାର ହେଲେ ଛାତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ରାତିସାରା ସ୍କୁଲ ଝରକା ରେଲିଂରେ ଫସି ରହିଥିଲା ମୁଣ୍ଡ , ସକାଳୁ ଉଦ୍ଧାର ହେଲେ ଛାତ୍ରୀ

Key Points



ସ୍କୁଲରେ ଝରକା ରେଲିଂରେ ଫଶିଗଲେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ । ରେଲିଂ ଭିତରେ ମୁଣ୍ଡ ଫସି ରହିଥିଲା । ଗତକାଲି ଏହି ଘଟଣା ଘଟିଥିଲା । ରାତି ସାରା ଏହି ଝିଅ ଜଣଙ୍କ ଏପରି ଅବସ୍ଥାରେ ରହିଥିଲେ । ଆଜି ସକାଳେ ତାଙ୍କୁ ଉଦ୍ଧାର କରାଯାଇଛି । ପୁରା ଘଟଣା ଥିଲା କିଛି ଏହିପରି । କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କୁ ଗତକାଲି ସ୍କୁଲ ଛୁଟି ସମୟ ରେ ସ୍କୁଲ୍ ଶ୍ରେଣୀ ଗୃହରେ ତାଲା ପକାଇ ପଳାଇ ଥିଲେ ସ୍କୁଲ କର୍ତୁପକ୍ଷ ।


ଅପରାହ୍ନ 4 ଟା ସମୟରେ ସ୍କୁଲ କର୍ତ୍ତୃପକ୍ଷ ଶ୍ରେଣୀ ଗୃହ ଏବଂ ସ୍କୁଲ ରେ ତାଲା ଦେଇ ପଳାଇଥିଲେ l କିନ୍ତୁ ଝିଅଟି ସ୍କୁଲ ଗୃହରେ ରହିଯାଇଥିଲା l ସ୍କୁଲରୁ ନଫେରିବା ପରେ ଘର ଲୋକ ବହୁତ ଖୋଜାଖୋଜି କରି ପାଇନଥିଲେ l ପରେ ଆଜି ସ୍କୁଲ ରୋଷେୟା ଆସି ସକାଳ 9 ଟା ରେ ସ୍କୁଲ ଖୋଲିବା ପରେ ଝିଅଟି ଶ୍ରେଣୀ ଗୃହର ଝରକା ରେଲିଂରେ ଫଶି ରହିଥିବା ଦେଖିବାକୁ ମିଳିଥିଲା l ଆଜି ଉଦ୍ଧାର ହେବା ପରେ ଝିଅର ବାପା ଓ ପ୍ରଧାନ ଶିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇ ସ୍କୁଲକୁ ଫେରାଇ ଆଣିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Girl Student's head stuck in school window railing overnight | Argus News