Marriage Consent Rule / ଝିଅମାନଙ୍କୁ ନେଇ ବଡ଼ ନିଷ୍ପତ୍ତି: ବିବାହ ପୂର୍ବରୁ ଝିଅର ସ୍ବୀକୃତି ଜରୁରୀ
·6 months ago·2 min read

Key Points
ଝିଅଙ୍କ ବିବାହକୁ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ବିବାହ ପୂର୍ବରୁ ପରିବାର ଲୋକ ଝିଅର ସ୍ବୀକୃତି ନେବା ନିହାତି ଜରୁରୀ ।
ଆଗରୁ ଥିଲା ଜୋର ଜବରଦସ୍ତ ଝିଅଙ୍କୁ ନ ପଚାରିକି ବିବାହ ଠିକ କରାଯାଉଥିଲା। ଆଉ ବାହାଘର କରାଯାଉଥିଲା। ଝିଅ ରାଜି କି ନାହିଁ ସେତିକି ବି କେହି ପଚାରୁ ନ ଥିଲେ। କିନ୍ତୁ ଏବେ ଝିଅଙ୍କ ବିବାହକୁ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ବିବାହ ପୂର୍ବରୁ ପରିବାର ଲୋକ ଝିଅର ସ୍ବୀକୃତି ନେବା ନିହାତି ଜରୁରୀ । ଜୋର୍ ଜବରଦସ୍ତି କନ୍ୟାର ବିବାହ କରି ପାରିବେ ନାହିଁ ଅଭିଭାବକ । ଝିଅ ନିଖୋଜ ଅଭିଯୋଗରେ ଦାୟର ହୋଇଥିବା ଏକ ‘ହେବିୟସ କର୍ପସ’ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି । ବିବାହ କ୍ଷେତ୍ରରେ ଝିଅର ନିଷ୍ପତ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି।
ବିବାହକୁ ନେଇ କୌଣସି ନିଷ୍ପତ୍ତି ଅଭିଭାବକଙ୍କ ଦ୍ବାରା ନିଆଯିବା ପୂର୍ବରୁ ଝିଅର ଅନୁମତି ନିଆଯିବା ଉଚିତ୍ । ଯେତେବେଳେ ଜଣେ ଝିଅ ବିବାହ ପାଇଁ ପ୍ରସ୍ତୁତ ନଥାଏ, ମାନସିକ ଚାପ କିମ୍ବା ବଳ ପ୍ରୟୋଗ କରି ତାଙ୍କୁ ବାହାଦେବା ଏହା ସମାଜ ପାଇଁ ଅନୁକୂଳ ନୁହେଁ । ଅଭିଭାବକ ମାନେ ନିଜ ନିଷ୍ପତ୍ତି ପିଲାମାନଙ୍କ ଉପରେ ଲଦି ଦେବାର ଭାବନା ବିରୋଧରେ ପ୍ରଶାସନ ସଚେତନ କରିବା ଆବଶ୍ୟକ। ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ମଧ୍ୟ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
ଏହାସହ ପଢ଼ନ୍ତୁ: ଖୁସିଖବର: ସୁଭଦ୍ରା ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ଦୁଇଟି କିସ୍ତି
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସିର ଖବର । ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା। ସୋମବାର ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିସାରିଛନ୍ତି । ତେଣୁ ଖୁବଶୀଘ୍ର ହିତାଧିକାରୀଙ୍କୁ ମିଳିବ ସହାୟତା ରାଶି । ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ଭାବେ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଛି । ସେମାନେ ପାଇବେ ପ୍ରଥମ କିସ୍ତି । ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି | ସେମାନେ ବି ଏକା ଥରକେ ପାଇବେ ଦୁଇଟି କିସ୍ତି ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି | ମୋଟ ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ।
ସୂଚନା ଥାଉକି, ଗତ ନଭେମ୍ୱର ମାସରେ ଆରମ୍ଭ ହୋଇଥିଲା ଆବେଦନ ପ୍ରକ୍ରିୟା । ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ବି ଖୋଲିଥିଲା । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳା ମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ସୂଚନା ମିଳିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories