ରାତି ଅଧ ଯାଏଁ ବାର୍ରେ ନାଚୁଛନ୍ତି ଝିଅ, କେବେ ଧରିବ ଅବକାରୀ ବିଭାଗ ?

Key Points
ଯେଉଁ ବାରରେ ଅବକାରୀ ନିୟମକୁ ଉଲଙ୍ଘନ କରାଯାଇଥିବ, ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏକ୍ସସାଇଜ ସୁପରିଟେଣ୍ଡେଣ୍ଟ କହିଛନ୍ତି ଭାଇରାଲ ଭିଡ଼ିଓ ଆଧାରରେ ତଦନ୍ତ କରାଯିବ ।
ଅବକାରୀ ନିୟମର ଖୁଲମ ଖୁଲା ଉଲଙ୍ଘନ । ବାରରେ ନାଚୁଛନ୍ତି ଯୁବତୀ । ଟଙ୍କା ଉଡ଼ାଉଛନ୍ତି ଗ୍ରାହକ । ବିଳମ୍ବିତ ରାତି ଯାଏ ଜମୁଛି ଆସର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାର ଭିତରର ଭିଡିଓ । ବାରରେ ନିୟୋଜିତ ଥିବା ଯୁବତୀଙ୍କ ଉପରେ ଟଙ୍କା ଉଡାଉଛନ୍ତି ଗ୍ରାହକ । ସରକାରଙ୍କ ପକ୍ଷରୁ ଡ୍ୟାନ୍ସ ବାରକୁ ଅନୁମତି ନଥିବା ବେଳେ କେମିତି ଡ୍ୟାନ୍ସ ବାର ଗୁଡିକ ଚାଲୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଏକ୍ସସାଇଜ ସୁପରିଟେଣ୍ଡେଣ୍ଟ କହିଛନ୍ତି ଭାଇରାଲ ଭିଡ଼ିଓ ଆଧାରରେ ତଦନ୍ତ କରାଯିବ। ଯେଉଁ ବାରରେ ଅବକାରୀ ନିୟମକୁ ଉଲଙ୍ଘନ କରାଯାଇଥିବ, ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏବେ ଆସନ୍ତୁ ଜାଣିବା ବାର ପାଇଁ କଣ ରହିଛି ଅବକାରୀ ନିୟମ:-
-୨୪ ଘଣ୍ଟିଆ ସିସିଟିଭି ସର୍ଭେଲାନ୍ସରେ ରହିବ ।
-ତାର ଫୁଟେଜ ନିକଟସ୍ଥ ଥାନା ଆଉ ଅବକାରୀ ବିଭାଗକୁ ଦେବା ବାଧ୍ୟତା ମୂଳକ । -ସିସିଟିଭି ଫୁଟେଜ ୩ ମାସର ବ୍ୟାକପ ରହିବା ଦରକାର ।
-ଯଦି ସିସିଟିଭି ଅଚଳ ହୁଏ, ଅବକାରୀ ବିଭାଗକୁ ଅବଗତ କରିବେ ବାର ମାଲିକ ।
-ବାରରେ ଯେଉଁଠି ମ୍ୟୁଜିକାଲ ପ୍ରୋଗ୍ରାମ ହେବ ରେଲିଂର ଉଚ୍ଚତା ୩ ଫୁଟ ରହିବ ।
-୧୨୦ ସ୍କୋୟାର ଫୁଟ୍ର ଷ୍ଟେଜ ହେବ ।
-ଷ୍ଟେଜଠାରୁ ୫ ଫୁଟ ଦୂରରେ ବସିବେ ଗ୍ରାହକ ।
-ବାରରେ ମ୍ୟୁଜିକାଲ ପ୍ରୋଗ୍ରାମରେ ଯେଉଁ ଯୁବତୀମାନେ ନିୟୋଜିତ ହେବେ ସେମାନଙ୍କ ତଥ୍ୟ ରଖିବେ ବାର ମାଲିକ ।
-ବାରରେ ନିୟୋଜିତ ପୂର୍ବରୁ ଅପରାଧିକ ବ୍ୟାଗ ଗ୍ରାଉଣ୍ଡ ଚେକ କରିବା ନିହାତି ଜରୁରୀ ।
-ନିୟୋଜିତ ଥିବା ଯୁବତୀ ମାନଙ୍କୁ ମ୍ୟାନେଜର ଜରିଆରେ ଗ୍ରାହକ ଦେଇପାରିବେ ଟିପ୍ସ ।
-ସିଧାସଳଖ ଯୁବତୀ ମାନଙ୍କୁ ଟଙ୍କା ଦେଇପାରିବେ ନାହିଁ ଗ୍ରାହକ ।
-ଯୁବତୀଙ୍କ ଉପରେ ଟଙ୍କା ଉଡେଇ ପାରିବ ନାହିଁ ।
-ଯୁବତୀ ମାନଙ୍କୁ ପରିଚୟ ପତ୍ର ଦେବେ ବାର ମାଲିକ ।
-ଲାଇସେନ୍ସ ପ୍ରାପ୍ତ ସିକ୍ୟୁରିଟି ଗାର୍ଡ ସଂସ୍ଥାରୁ ଗାର୍ଡ ନିୟୋଜିତ କରିବେ ବାର ମାଲିକ ।
ଏବେ ପ୍ରଶ୍ନ ଉଠୁଛି ଏହି ସବୁ ଅବକାରୀ ନିୟମ ମାନୁଛନ୍ତି ତ ବାର ମାଲିକ । ରାଜଧାନୀରେ ଅବକାରୀ ନିୟମ ଉଲଙ୍ଘନ କରୁଥିବା ବାର ଉପରେ କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଅବକାରୀ ବିଭାଗ ।