Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୂଆବର୍ଷରୁ ଭକ୍ତ ପାଇବେ ନୂଆ ଅନୁଭୂତି

Odisha

ନୂଆବର୍ଷରୁ ଭକ୍ତ ପାଇବେ ନୂଆ ଅନୁଭୂତି

Manini Pattanayak
Browse all articles by Manini Pattanayak
·2 years ago·2 min read
ନୂଆବର୍ଷରୁ ଭକ୍ତ ପାଇବେ ନୂଆ ଅନୁଭୂତି

ପୁରୀ: ନୂଆବର୍ଷରୁ ଭକ୍ତ ପାଇବେ ନୂଆ ଅନୁଭୂତି। ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ଟନେଲରେ ସ୍ୱତନ୍ତ୍ର ସୁବିଧା । ମରିଚିକୋଟ ଛକରେ ଥିବା ଧର୍ମଜ୍ୟୋତି ଲଜିଂରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏସି ଟନେଲର୍ ରେ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ। ଟନେଲ୍ ସଦୃଶ ଷ୍ଟେନଲେସ୍ ଷ୍ଟିଲ୍ ଟେନସାଇଲ୍ ଫ୍ରାଭିକ୍ କଭରରେ ନିର୍ମିତ ସ୍ୱତନ୍ତ୍ର ଟନେଲ୍ ର ଲମ୍ବ ରହିବ 84 ମିଟର ଓ ଚଉଡା 16 ମିଟର ରହିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେପଟେ ଏହାକୁ ନିର୍ମାଣ କରିବା ପୂର୍ବରୁ ଯଥା ସ୍ଥାନରେ ବାଉଁଶ ଘେରାଇ ଦିଆଯାଇଥିବାରୁ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନର ପ୍ରସ୍ଥାନ ବ୍ୟବସ୍ଥା ସଙ୍କୁଚିତ ହେବାସହ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଅତୀତରେ ହୋଟେଲ୍ ସମ୍ରାଟରେ ନିଆଁ ଲାଗିଯିବାରୁ ଦୀର୍ଘ ସମୟ ଏହାକୁ ଆୟତ କରିବା କଷ୍ଟକର ହୋଇଥିବା ବେଳେ ବର୍ତ୍ତମାନ ସେଠାରେ ଜରୁରୀକାଳୀନ ଗାଡି ଚଳାଚଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର । ଶ୍ରୀକୃଷ୍ଣ ସିନେମା ହଲ ଗଳିରେ ଶ୍ରଦ୍ଧାଳୁଙ୍କ ଲଗେଜ୍ ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା ପାଇଁ ଶେଡ୍ ହେବ । ଏହାକୁ ଲାଗିକରି ପୁରୁଷ ଓ ମହିଳାଙ୍କ ପାଇଁ ୧୦ଟି ଶୌଚାଳୟ ରହିବ।  

ସେପଟେ  ସ୍ୱତନ୍ତ୍ର ଟନେଲ୍  ପାଇଁ ସମସ୍ତ ଉଠା ଦୋକାନୀଙ୍କୁ ଉଠାଯାଇଛି। ତେବେ ଦୀର୍ଘବର୍ଷ ଧରି ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଉଠା ଦୋକାନୀଙ୍କୁ କ୍ଷତିପୂରଣ ନୁହେଁ ବରଂ ତୁରନ୍ତ ଥଇଥାନ କରିବାକୁ ସେମାନେ ଗୁହାରି କରିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଶ୍ରୀସେତୁ କିମ୍ବା ଜଗନ୍ନାଥ ବଲ୍ଲଭ ନିକଟରେ ନୁହେଁ ବରଂ ଏହି ବଡଦାଣ୍ଡରେ ଦୁଇହାତ ଜାଗା ଦେଲେ ସେମାନେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ବିକି ନିଜ ଗୁଜୁରାଣ ମେଣ୍ଟାଇବେ ବୋଲି ଲୁହଭରା ଆଖିରେ କହିଛନ୍ତି। ସେପଟେ ଏହି ପ୍ରସଙ୍ଗରେ ଉପଜିଲ୍ଲାପାଳ ନିଜ ପ୍ରତିକ୍ରିୟା ରଖିଛନ୍ତି।  ଜାତୀୟ ରାଜପଥ ମାନ୍ୟତା ପାଇଥିବା ପୁରୀ ବଡଦାଣ୍ଡ ସ୍ୱତନ୍ତ୍ର ଟନେଲ୍ ବ୍ୟବସ୍ଥା ପାଇଁ NHAI ଠାରୁ ଅନୁମତି ଆଣିଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
As per plan, an 85-metre tunnel-like corridor would be set up on Grand Road, facing the shrine. | Argus News