Dead Goat / ଭେଣ୍ଡି ଖାଇଗଲା ଛେଳି: ବିଷ ପାଣି ପିଇ ୧୦ ମୃତ
·4 months ago·2 min read

Key Points
ଗୋଟା ଗୋଟା ଥରୁଛନ୍ତି ଛେଳି
ଜଣଙ୍କ ପରେ ଜଣଙ୍କର ଜୀବନ ଛାଡିଯାଉଛି
ମେ ମେ କହି ବଞ୍ଚିବାକୁ ଗୁହାରି କରୁଛନ୍ତି
ଜଣଙ୍କ ପରେ ଜଣଙ୍କର ଜୀବନ ଛାଡିଯାଉଛି
ମେ ମେ କହି ବଞ୍ଚିବାକୁ ଗୁହାରି କରୁଛନ୍ତି
ଏଠି ମାନବିକତା ମରିଯାଇଛି । ଦୃଶ୍ୟ ଦେଖି ହେଉନି କି ଦେଖେଇ ହେଉନି । ଛଟଛଟ ହେଇ ଛେଳିମାନଙ୍କ ଜୀବନ ଏମିତି ଚାଲିଯାଉଛି । ଏମିତି ମେ ମେ ରଡୁଛନ୍ତି ଦେଖିଲେ ବିକଳ ଲାଗୁଛି । ଆଉ ପାଟିରେ ପାଣି ଦେଉ ଦେଉ ଜୀବନ ଚାଲିଯାଉଛି । ଛେଳିମାନଙ୍କର ଏମିତି ଅବସ୍ଥା କେଉଁ ପଶୁ ପକ୍ଷୀ ନୁହେଁ ବରଂ ଜଣେ ହିଂସ୍ର ମଣିଷ କରିଛି । କାରଣ ଶୁଣିଲେ ମୁଣ୍ଡରେ ହାତ ଦେବେ।
ସତରେ କ'ଣ ମଣିଷ ଏତେ ହିଂସ୍ର ଆଉ ଅଵିଵେକୀ ହୋଇପାରେ ! କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ରତାଦିଆ ଖଣ୍ଡସାହି ଅଞ୍ଚଳରେ ଘଟି ଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ପାଣି ପିଇବାକୁ ଯାଉଥିବା ନିଷ୍ପାପ ଛେଳିଙ୍କୁ ବିଷ ଦେଇ ଅତି ନିର୍ମମ ଭାବେ ହତ୍ୟା କରିଛି ଜଣେ ଦୁର୍ବୁତ୍ତ । ସେହି ଗାଁର 4 ଜଣ ଛେଳି ଚାଷୀ ଛେଳିଙ୍କୁ ଚାରିବା ପାଇଁ ନିକଟସ୍ଥ କ୍ଷେତକୁ ପଠାଇଥିଲେ । ଛେଳି ମାନେ ଚରୁ ଚରୁ ଜଣେ ବ୍ୟକ୍ତିଙ୍କ କ୍ଷେତରେ ପଶିଯାଇଥିଲେ । କ୍ଷେତରେ ଭେଣ୍ଡି ଚାଷ ହୋଇଥିଲା । ଭେଣ୍ଡି ଫସଲ ଖାଇଦେବାରୁ ଉକ୍ତ ବ୍ୟକ୍ତି ଜଣକ ଛେଳିଙ୍କ ପାଣିରେ ବିଷ ମିଶେଇ ଦେଇଥିବାରୁ, ଛେଳିଗୁଡିକ ବିଲରେ ଏଣେ ତେଣେ ମରି ପଡ଼ିଥିଲେ । ଏହାସହ କହିଲେ ଯେ, ଆମେ ଲୋନ କରିକି ଛେଳି କିଣିଥିଲୁ। ସବୁ ଛୋଟ ଛୋଟ ଛେଳିଥିଲେ। ଏବେ ମୁଁ କେମିତି ସେ ଲୋନ ସୁଝିବି, ମୋର ସବୁ ଛେଳିକୁ ସେ ମାରିଦେଲେ ବୋଲି କହିଛନ୍ତି ଛେଳିମାଲିକ।''
ଏଥିସହ ପଢ଼ନ୍ତୁ: ଚାଷୀମାନେ ପାଇଲେ ନୂଆ ଜ୍ଞାନ, ସନ୍ତୁଳିତ ସାର ବ୍ୟବହାର ଉପରେ ସଚେତନତା ଅଭିଯାନ
ତୁରନ୍ତ ଛେଳି ଚାଷୀ ସେହି ଛେଳିଗୁଡିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ 10 ଟି ଛେଳି ଛଟପଟ ହୋଇ ମରିଯାଇଥିଲେ । ଏହି ଘଟଣା ପରେ ଛେଳିଚାଷୀ ମାନେ ମୃତ ଛେଳିଙ୍କୁ ନେଇ ସଦର ଥାନାରେ ପହଞ୍ଚି ଏତଲା ଦେଇଛନ୍ତି । ବାହାରେ ଖରା ଏମିତି ହେଉଛି ପଶୁ ପକ୍ଷୀଠୁ ଆରମ୍ଭ କରି ମଣିଷ ସମାଜ ସମସ୍ତଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି । ମଣିଷ ତ ନିଜେ ପାଣି ଟିକକ ଯୋଗାଡ କରି ପିଇପାରିବ । ହେଲେ ପଶୁ ପକ୍ଷୀ ପାଣି ପାଇଁ ଖୋଜି ବୁଲନ୍ତି । ଏମିତି ଖରାରେ ତାଙ୍କୁ ପାଣି ପିଇବାକୁ ଦେବା କଥା ହେଲେ ଏ ଏମିତି ହିଂସ୍ତ ବ୍ୟକ୍ତି ଜଣଙ୍କ ଛେଳି ପିଉଥିବା ପାଣିରେ ବିଷ ମିଶେଇଦେଇଛନ୍ତି । ତାହା ବି କ୍ଷେତରୁ କେଇଟା ଭେଣ୍ଡି ଖାଇଦେଲେ ବୋଲି....ୟା ଠୁ ବଳି ନିନ୍ଦନୀୟ ଘଟଣା ଆଉ କଣ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories