Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

God Saved Child ! କଥାରେ ଅଛି ରଖେ ହରି ତ ମାରେ କିଏ ?

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·1 min read
God Saved Child ! କଥାରେ ଅଛି ରଖେ ହରି ତ ମାରେ କିଏ ?

Key Points

ପରିବାର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ନଥିଲା ।

କଥାରେ ଅଛି ରଖେ ହରି ତ ମାରେ କିଏ ? ନିଖୋଜର ୫ ଦିନ ପରେ ମୁମୂର୍ଷୁ ଅବସ୍ଥାରେ ଜଣେ ଶିଶୁକୁ ଉଦ୍ଧାର କରାଯାଇଛି । ଶିଶୁର ବୟସ ହେଉଛି ମାତ୍ର ତିନି ବର୍ଷ । ରୁଗୁଡି ଥାନା ଦଲକୋ ସାହିର ସୁବାସ ମୁଣ୍ଡାଙ୍କ ପୁଅ ଗତ ୨୧ ତାରିଖରେ ଘର ବାହାରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ । ପରିବାର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ନଥିଲା ।

ପରେ ରୁଗୁଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ରେଙ୍ଗାଳବେଡ଼ା ଜଙ୍ଗଲକୁ କିଛି ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ଆଣିବାକୁ ଯାଇଥିବା ବେଳେ ନାଳ ନିକଟରେ ଶିଶୁଟି ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲା । ଶିଶୁଟିକୁ ଉଦ୍ଧାର କରି ସେମାନେ ପରିବାର ଓ ପୋଲିସକୁ ଜଣାଇଥିଲେ । ଉଦ୍ଧାର ଶିଶୁର କେତେକ ସ୍ଥାନରେ ଆମ୍ପୁଡା ଦାଗ ରହିଛି । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । କିନ୍ତୁ କେଉଁ ପରିସ୍ଥିତିରେ ଶିଶୁଟି ନିଖୋଜ ହୋଇଗଲା ସେନେଇ ପୋଲିସ ଛାନଭିନ୍ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
God Saved Child In Keonjhar Champua | Argus News