Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ୱିନ୍ ସିଟିରେ ଆରମ୍ଭ ହେଲା ଭସାଣୀ...

Smruti Parija
Browse all articles by Smruti Parija
·1 year ago·1 min read
ଟ୍ୱିନ୍ ସିଟିରେ ଆରମ୍ଭ ହେଲା ଭସାଣୀ...

ଭୁବନେଶ୍ୱର: ସରିଲା ଦଶହରା । ଆରମ୍ଭ ହେଲା ଭସାଣୀ ଯାତ୍ରା । ପାରମ୍ପରିକ ବାଦ୍ୟ ବଜାଇ, ଗୀତ ଗାଇ ମା' ଙ୍କୁ ଦିଆଯାଉଛି ବିଦାୟୀ । ଟ୍ୱିନ ସିଟିରେ ଆରମ୍ଭ ହୋଇଯାଇଛି ଭସାଣୀ । ଯେମିତି ମେଢ ବୁଲିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଥାଏ ଠିକ୍ ସେମିତି ଭସାଣୀ ଦେଖିବାକୁ ଲୋକେ ଅନେଇ ରହିଥାନ୍ତି । କର୍ମମୟ ଜୀବନ ଭିତରୁ ସମୟ କାଢି ମା'ଙ୍କ ଭସାଣୀରେ ସାମିଲ୍ ହୋଇଥାନ୍ତି ।

ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତ ଜନନୀ ମା' ଦୁର୍ଗା । ଭୁବନେଶ୍ବରରେ ମୂର୍ତ୍ତି ବିସର୍ଜନ ପାଇଁ ଦୟା ନଦୀ, କୁଆଖାଇ, ଟଙ୍କପାଣି ସାଇ ମନ୍ଦିର ଆଦି ସ୍ଥାନରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ସମସ୍ତ ପୂଜା ମଣ୍ଡପ ନିୟମ ସହ ପରିବେଶ କଥା ଚିନ୍ତା କରି ବିସର୍ଜନ କରନ୍ତୁ ବୋଲି ବିଏମସି ପକ୍ଷରୁ ନିବେଦନ କରାଯାଇଛି । 

ବିସର୍ଜନ ପୂର୍ବରୁ ମୂର୍ତ୍ତିରେ ବ୍ୟବହୃତ ଫୁଲ, ପତ୍ର, ବସ୍ତ୍ର ଇତ୍ୟାଦି ଆଭୂଷଣକୁ ବାହାର କରି ଅସ୍ଥାୟୀ ପୁଷ୍କରିଣୀରେ ପକାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି କଟକରେ ମୂର୍ତ୍ତି ବିସର୍ଜନ ଲାଗି ଦେବୀଗଡ଼ାରେ ସମସ୍ତ ବ୍ୟବସ୍ଥା କରାଯାଇଛି । ମାଆଙ୍କ ବିସର୍ଜନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଦେବୀଗଡାରେ 3ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି । ଯେଉଁଠି ମାଆଙ୍କୁ ବିସର୍ଜନ କରାଯିବ । ଏହାଛଡ଼ା ପରିମଳ ଦୃଷ୍ଟିକୋଣରୁ ସବୁ ଯୋଜନା ହାତକୁ ମଧ୍ୟ ନିଆଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Goddess-durga-idol-emmersion-started-in-twin-city | Argus News