Radhapada Darsan / ଓଡ଼ିଆଣି ବେଶରେ ଦର୍ଶନ ଦେବେ ମା' ରାଧାରାଣୀ, ମିଳିବ କୋଟି ଜନ୍ମର ପୁଣ୍ୟ

Key Points
ଏଥର ୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଉଛି ।
ଶୁକ୍ରବାର ପବିତ୍ର ଅଁଳା ନବମୀ । ଓଡ଼ିଆଣି ବେଶରେ ଦର୍ଶନ ଦେବେ ମା' ରାଧାରାଣୀ । ସାକ୍ଷୀଗୋପାଳ ଗୋପାଳଜୀଉ ମନ୍ଦିରରେ ହେବ ରାଧାପାଦ ଦର୍ଶନ । ୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ସମ୍ଭାବନା ଦୃଷ୍ଟିରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗୁରୁବାର ରାତି ଗୋଟାଏରୁ ମନ୍ଦିର ଦ୍ବାର ଫିଟା ନୀତି । ଶୁକ୍ରବାର ସକାଳ ୫ଟାରୁ ସର୍ବସାଧାରଣ ଦର୍ଶନ ।
ଓଡ଼ିଆଣି ବେଶରେ ଦର୍ଶନ ଦେବେ ମା' ରାଧାରାଣୀ । ପାଦ ପଦ୍ମ ଜୁଗଳ ଦର୍ଶନ କରି କୋଟି ଜନ୍ମର ପୁଣ୍ୟ ଅର୍ଜନ କରିବେ ଲକ୍ଷାଧିକ ଭକ୍ତ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ନମବୀ ତିଥିରେ ପଡୁଛି ଅଁଳା ନବମୀ । ଅକ୍ଟୋବର ୩୧ ତାରଖ ଅର୍ଥାତ୍ ଶୁକ୍ରବାର ପୁରୀ ସାକ୍ଷୀଗୋପାଳ ସ୍ଥିତ ଗୋପାଳଜୀଉ ମନ୍ଦୀରରେ ନଟବର ବେଶରେ ଦର୍ଶନ ଦେବେ ପ୍ରଭୁ ଶ୍ରୀକୃଷ୍ଣ ଏବଂ କାଣିଆଁ କଛା ମାରି ପାଟ ବସ୍ତ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେବେ ମା' ରାଧାରାଣୀ। ବର୍ଷକୁ ଗୋଟିଏ ଦିନ ମା'ଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି ଭକ୍ତଗଣ । ଅଁଳା ନବମୀ ପାଇଁ ସଜେଇ ହେଉଛି ସାକ୍ଷୀଗୋପାଳ । ଏଥର ୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଉଛି ।
ରାଧା ପାଦ ଦର୍ଶନ ପାଇଁ ରାତି ଗୋଟାଏରେ ମନ୍ଦିର ଦ୍ବାରା ଫିଟା ନୀତି, ୧.୩୦ରେ ମଙ୍ଗଳ ଆଳତୀ । ତା'ପରେ ବେଶ, ମଇଲମ ନୀତି ରାତି ୩ଟା ମଧ୍ୟରେ ଶେଷ ହେବ। ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ସକାଳ ଧୂପ, ବାଳ ଭୋଗ ନୀତି ୩.୩୦ରେ ସମାପନ ହୋଇ ଭୋର ୫ଟାରୁ ସର୍ବସାଧାରଣ ସାହଣ ମେଲା ଦର୍ଶନ ଆରମ୍ଭ ହେବ। ଏହା ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ଚାଲିବ ।
ପରବର୍ତ୍ତୀ ଦର୍ଶନ ସଂଧ୍ୟା ୬ଟାରୁ ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ, ଶୈାଚାଳୟ ବ୍ୟବସ୍ଥା ବି ହୋଇଛି। ଗାଡି ପାର୍କିଂ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ସ୍ଥାନୀୟ ବିଧାୟକ ବାରମ୍ବାର ପରିଦର୍ଶନ କରି ପ୍ରସ୍ତୁତି ତଦାରଖ କରିଛନ୍ତି। ଚଳିତ ବର୍ଷ ହଲୋ ଗ୍ରାମ ଷ୍ଟିକର ପାସ୍ ବ୍ୟବସ୍ଥା କରିଛି ପ୍ରଶାସନ ।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ଦର୍ଶନ କରିବା ପାଇଁ ଆସୁଛନ୍ତି ସେମାନେ ନିଜ ନିଜର ଗାଡ଼ି ପାର୍କିଂ ପାଇଁ ଉଦ୍ଧିଷ୍ଟ ସ୍ଥାନରେ ରଖନ୍ତୁ । ଯେଉଁ ବ୍ୟବସ୍ଥା କରାଯାଇଛି ତାକୁ ମାନିବାକୁ କୁହାଯାଇଛି । ଯଦି କେହି ଭକ୍ତ ବିଶୃଙ୍ଖଳା କରିବାକୁ ଚେଷ୍ଟା କରନ୍ତି, ତେବେ ସେଥିପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି ।
📱 Get Argus News App
✨Related Topics
Explore more stories