Videos
|
Odisha

ବ୍ୟବସାୟୀ ଦମ୍ପତ୍ତିଙ୍କୁ ହାଣି ଲୁଟିନେଲେ ସୁନା ରୂପା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବ୍ୟବସାୟୀ ଦମ୍ପତ୍ତିଙ୍କୁ ହାଣି ଲୁଟିନେଲେ ସୁନା ରୂପା

ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା ରୂପା । ଘଟଣା ସ୍ଥଳରେ ତନାଘନା କରୁଛି ପୋଲିସ। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଏକ ବୋଲେରୋ ରେ ପ୍ରାୟ ୮ ରୁ ୧୦ ଦୁର୍ବୃତ୍ତ ସିକରପାଇ ଗାଁର ବ୍ୟବସାୟୀ ଗୋପାଳଚେଟି ଉପେନ୍ଦ୍ରଙ୍କ ଘରେ ମାରଂସ୍ତ୍ରା ଧରି ଘରେ ପଶି ଭୁଜାଲିରେ ଆକ୍ରମଣ କରିଥିଲେ ।


ତାଙ୍କ ସ୍ତ୍ରୀ ପିନ୍ଧିଥିବା ପ୍ରାୟ ୧୪ ଭରି ସୁନା ଅଳଙ୍କାର ଟାଣି ନେବାସହିତ ଘରେ ଥିବା ଅତି ପୁରୁଣା ଆଲମାରୀ ମଧ୍ୟ ଉଠାଇ ନେଇଯାଇଛନ୍ତି ।ସେଥିରେ ପ୍ରାୟ ୨ କେଜିରୁ ଉର୍ଦ୍ଧ୍ଵ ସୁନା ଥିବା ଜଣାପଡିଛି । ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ଗୋପାଳଚେଟି ଉପେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଈ ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ ଓ କଲ୍ୟାଣସିଂହପୁର ପୋଲିସ ପହଞ୍ଚି ଘଟଣାର ତନାଘନା କହୁଛନ୍ତି। ବର୍ତ୍ତମାନ ସୁଧା ଦୁର୍ବୁତଙ୍କ ଟେର ପାଉନି ପୋଲିସ, ଏନେଇ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Gold and silver looted from business couple | Argus News