Videos
|
Odisha

ସେନା କର୍ମଚାରୀଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ

Ritu Das
Browse all articles by Ritu Das
·1 year ago
ସେନା କର୍ମଚାରୀଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ

ସେନା କର୍ମଚାରୀଙ୍କ ଘରୁ ଲୁଟ୍। ବାଲେଶ୍ଵର ଜିଲ୍ଲା ଖଇରା ଥାନା ମଠ ନୂଆଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେନା କର୍ମଚାରୀ ରାଜେଶ ଚନ୍ଦ୍ର ଶିଅଳ ଜମ୍ମୁ କାଶ୍ମୀରରେ ରହୁଥିବାବେଳେ ତାଙ୍କ ପରିବାର ଲୋକେ ଗାଁରେ ରୁହନ୍ତି। ଗତକାଲି ପରିବାର ଲୋକ ଏକ ବିବାହ କାର୍ଯ୍ୟରେ ଯୋଗଦେବା ଲାଗି ଯାଇଥିବାବେଳେ ଦୁର୍ବୁତ୍ତମାନେ ଘର ତାଲା ଭାଙ୍ଗି ଘରେ ପଶିଥିଲେ।


ଏବଂ ଘରୁ ପାଖାପାଖି ୧୦ ଲକ୍ଷ ଟଙ୍କାର ସୁନା ଏବଂ ରୂପା ଅଳଙ୍କାର ଲୁଟି ନେଇ ଫେରାର୍ ହୋଇଯାଇଥିଲେ। ଏ ନେଇ ପରିବାର ଲୋକେ ଖଇରା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଏପରିକି ଘଟଣାସ୍ଥଳରୁ କିଛି ମାରଣାସ୍ତ୍ର ଏବଂ ଲୁହା ଶାବଳ ଜବତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Gold ornaments worth Rs 10 lakh looted from army personnel's house | Argus News