ରେକର୍ଡ ଭାଙ୍ଗିଲା ସୁନା ଦର: ଛୁଇଁଲା ୯୦ ହଜାର

ବର୍ତ୍ତମାନ, ବିଶ୍ବ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି। ଚଳିତ ବର୍ଷ ଆରମ୍ଭରୁ ସୁନା ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ଏହା ସର୍ବକାଳୀନ ସ୍ତରରେ ପହଞ୍ଚି ଯାଇଛି। ୨୦୨୫ ମାର୍ଚ୍ଚ ମାସରେ ସୁନା ଦାମ ୯୦ ହଜାର ପାର ହୋଇଛି । ଆକାଶ ଛୁଆଁ ସୁନା ଦର । ଗତ କିଛି ଦିନ ମଧ୍ୟରେ ସୁନା ଦାମ୍ ରେକର୍ଡ ଭାଙ୍ଗିଛି । ମାର୍ଚ୍ଚ ୧୮ ଅର୍ଥାତ୍ ମଙ୍ଗଳବାର ସୁନା ଦାମ୍ ୯୦ ହଜାର ହୋଇଛି ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୦ ହଜାରରେ ପହଞ୍ଚିଛି । ଗତକାଲି ଏହା ୮୯,୫୬୦ ଟଙ୍କା ଥିଲା । ଅର୍ଥାତ୍ ଦିନକରେ ୪୪୦ ଟଙ୍କା ବୃଦ୍ଧି ପାଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୨,୫୦୦ ଟଙ୍କା ରହିଛି । ଗତକାଲି ଏହା ୮୨,୧୦୦ ଥିଲା । ଦିନକରେ ୪୦୦ ଟଙ୍କା ଏଥିରେ ବୃଦ୍ଧି ହୋଇଛି ।
ସେହିପରି ୧୮ କ୍ୟାରେଟ୍ ସୁନା ନାମ୍ ୧୦ ଗ୍ରାମ୍କୁ ୬୭,୫୦୦ ଟଙ୍କା ରହିଛି । ଗତକାଲି ଏହା ୬୭,୧୮୦ ଟଙ୍କା ଥିଲା । ଗୋଟିଏ ଦିନରେ ଏହା ୩୨୦ ଟଙ୍କା ବୃଦ୍ଧି ପାଇଛି ।
ରୁପା ଦାମ୍ ୧୦୦ ଗ୍ରାମ୍କୁ ୧୧,୩୦୦ ଟଙ୍କା ରହିଛି । ଗତକାଲି ଏହା ୧୧,୧୯୦ ଟଙ୍କା ଥିଲା । ଏଥିରେ ମଧ୍ୟ ୧୧୦ ଟଙ୍କା ବୃଦ୍ଧି ହୋଇଛି ।
ସୁନାର ଶୁଦ୍ଧତା କିପରି ଜାଣିବେ?
ସୁନାର ଶୁଦ୍ଧତା ଜାଣିବା ପାଇଁ ISO (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍) ଦ୍ୱାରା ହଲ୍ ମାର୍କ ଦିଆଯାଏ । ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୮୫, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖାଯାଇଛି । ପ୍ରାୟତଃ ସୁନା ୨୨ କ୍ୟାରେଟରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି । କ୍ୟାରେଟ୍ ୨୪ ରୁ ଅଧିକ ନୁହେଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ ।