Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ବଢ଼ିଲା ସୁନା ଦର ୧୦ ଗ୍ରାମ୍‌କୁ ହେଲାଣି...

Rashmita Mishra
Browse all articles by Rashmita Mishra
·1 year ago·2 min read
ପୁଣି ବଢ଼ିଲା ସୁନା ଦର ୧୦ ଗ୍ରାମ୍‌କୁ ହେଲାଣି...

Key Points

ଚମକାଉଛି ସୁନା ଦର, ୧୦ ଗ୍ରାମ୍‌କୁ ୮୪ ହଜାର
ସପ୍ତାହରେ ୧୦୦୦ ପାର୍
ବିବାହ ଋତୁରେ ସୁନାଦର ବୃଦ୍ଧି, ବଢାଇଲା ଚିନ୍ତା

ଅର୍ଗସ ବ୍ୟୁରୋ: ହୁହୁ ହୋଇ ବଢୁଛି ସୁନା ଦର। ଆଜି ଭୁବନେଶ୍ବର ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୭ ହଜାର ୪୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୮୪ ହଜାର ୪୦୦ ଟଙ୍କା। ବିଗତ ଏକମାସ ମଧ୍ୟରେ ସୁନା ଦରରେ ପ୍ରାୟ 6ହଜାର ଟଙ୍କା ବୃଦ୍ଧି ଘଟିଛି । ୩୧ ଡ଼ିସେମ୍ବର ୨୦୨୪ରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ଥିଲା ୭୧ ହଜାର ୪୦୦ ଟଙ୍କା।


ଆଉ ଆଜି ଅର୍ଥାତ ୩୧ ଜାନୁଆରୀ ୨୦୨୫ରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ରହିଛି ୭୭ ହଜାର ୬୦୦ ଟଙ୍କା। ବିଗତ ଏକମାସ ମଧ୍ୟରେ ସୁନା ମୂଲ୍ୟରେ ୬ ହଜାର ୨୦୦ ଟଙ୍କାର ବୃଦ୍ଧି ଘଟିଛି। ସେହିପରି ଏକ ମାସ ତଳେ ୭୮ ହଜାର ଥିବା ୨୪ କ୍ୟାରେଟ ସୁନାର ଦରରେ ମଧ୍ୟ 6ହଜାର ୪୦୦ ଟଙ୍କାର ବୃଦ୍ଧି ଘଟି ୮୪ ହଜାର ୪୦୦ ଟଙ୍କାରେ ପହଁଚିଛି ଦର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ପୁଣି ଚିନ୍ତା ବଢ଼ାଇଛି ଗ୍ରାହକଙ୍କୁ। ସେପଟେ ସାଧାରଣ ବଜେଟରେ ଏଥର ସୁନା ଉପରେ କେନ୍ଦ୍ର ସରକାର ଇମ୍ପୋର୍ଟ ଡିଉଟିକୁ କଣ ଘୋଷଣା କରୁଛନ୍ତି ତାକୁ ନେଇ ସୁନାର ଦର ଭବିଷ୍ୟତ ନିର୍ଭର କରୁଛି। ଗତବର୍ଷ କେନ୍ଦ୍ର ବଜେଟରେ ସୁନା ଉପରେ ୫ ପ୍ରତିଶତ ଇମ୍ପୋର୍ଟ ଡିଉଟି ହ୍ରାସ କରିଥିଲେ କେନ୍ଦ୍ର ସରକାର। ଯାହାର ପରିଣାମ ସ୍ୱରୂପ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା। ତେବେ ଚଳିତ ବଜେଟରେ ସୁନା ଉପରେ ଇମ୍ପୋର୍ଟ ଡିଉଟି କେତେ ହ୍ରାସ ହେଉଛି ନା ବଢୁଛି ତାକୁ ନେଇ ବର୍ତ୍ତମାନଠାରୁ ବଢିଛି ଚିନ୍ତା ।


ଗୋଟିଏ ପଟେ ସୁନା ମୂଲ୍ୟରେ ବୃଦ୍ଧି ଘଟିଥିବା ବେଳେ ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଘଟିଥିବାରୁ ସୁନା ଆମଦାନୀ କ୍ଷେତ୍ରରେ ଭାରତକୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡୁଛି।

Sponsored
Gold prices have increased again now it is 10 grams | Argus News