ଚିନ୍ତାରେ ଗ୍ରାହକ, ଲକ୍ଷେ ଛୁଇଁବ ସୁନାଦର
·1 year ago

ଲକ୍ଷେ ଛୁଇଁବ ସୁନାଦର । ୧୦ ଗ୍ରାମ ପ୍ରତି ସୁନା ଦର ୯୯ ହଜାର ୮ ଶହରେ ପହଞ୍ଚିଛି । ଶୁକ୍ରବାର ସୁନା ଦର ୯୮ ହଜାର ୧୫୦ ଟଙ୍କା ଥିବାବେଳେ ଆଜି ସର୍ବକାଳୀନ ଉଚ୍ଚସ୍ତରରେ ପହଞ୍ଚିଛି ସୁନା ଦର । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ହେଲା 10 ଗ୍ରାମକୁ 98 ହଜାର 350 ଟଙ୍କା ।
22 କ୍ୟାରେଟ୍ ସୁନା ଟପିଲା 90 ହଜାର ଟଙ୍କା । ସେହିପରି ରୂପା କେଜି ପ୍ରତି ଦର ୯୮ ହଜାର ୫ ଶହ ଟଙ୍କାକୁ ବୃଦ୍ଧି ପାଇଛି । ଆମେରିକା- ଚୀନ ଟାରିଫ ୱାର ପ୍ରଭାବରେ ସୁନା ଓ ରୂପା ବୃଦ୍ଧି ପାଇଥିବା ବଜାର ବିଶେଷଜ୍ଞ କହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: