Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Subhadra / ସୁଭଦ୍ରାକୁ ନେଇ ଖୁସି ଖବର, ନୂଆ ବର୍ଷରେ ମିଳିବ ବଡ଼ ଉପହାର !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ସୁଭଦ୍ରାକୁ ନେଇ ଖୁସି ଖବର, ନୂଆ ବର୍ଷରେ ମିଳିବ ବଡ଼ ଉପହାର !

Key Points

ବର୍ତ୍ତମାନ ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇଛନ୍ତି।

ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ। ଆଜି ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ପୋର୍ଟାଲ ଖୋଲାଯାଇଛି । ୨୧ ବର୍ଷ ଯାହାକୁ ହେଲା ସେମାନେ ଆପେ ଆପେ ଯୋଡ଼ି ହେଉଛନ୍ତି । ସମସ୍ତେ ସୁଭଦ୍ରା ଟଙ୍କା ପାଇବେ । ସେଥିପାଇଁ ବିଭାଗ କାମ କରୁଛି। କ୍ଷେତ୍ର ପରିଦର୍ଶନ ପରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେଲେଣି ୧୭ ଲକ୍ଷରୁ ଉର୍ଦ୍ଧ୍ବ ମହିଳା। ବର୍ତ୍ତମାନ ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇଛନ୍ତି।

ଅନ୍ୟପଟେ ବିଧାନସଭା ଗୃହରେ ସୁଭଦ୍ରାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । କହିଲେ ସୁଭଦ୍ରା ପାଇଁ ୧୩ କୋଟି ୮ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ପୋର୍ଟାଲର ମେଣ୍ଟେନାନ୍ସ, ହଷ୍ଟିଙ୍ଗ ଏବଂ ଡାଟା ସୁରକ୍ଷା ପାଇଁ ଖର୍ଚ୍ଚ ହୋଇଛି ଅର୍ଥ । ସୁଭଦ୍ରା ପୋର୍ଟାଲ, ମେଣ୍ଟାନାନ୍ସ, ଡେଭଲପମେଣ୍ଟ ଓ ସୁରକ୍ଷା ପାଇଁ ୧ କୋଟି ୫୪ ଲକ୍ଷ ୭୮ ହଜାର ଖର୍ଚ୍ଚ କରିଛି ବିଭାଗ । କ୍ଲାଉଡ୍‌ ହୋଷ୍ଟିଂ ପାଇଁ ଖର୍ଚ୍ଚ ହୋଇଛି ୧୨ କୋଟି ୨୮ ଲକ୍ଷ ୧୫ ହଜାର ଟଙ୍କା ।

ଗୃହରେ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସେହିପରି ଫିଲ୍ଡ ଇନକ୍ବାରୀ ପରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେଲେଣି ୧୭ ଲକ୍ଷରୁ ଅଧିକ ମହିଳା । ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଥିବା ଗୃହରେ ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ବର୍ତ୍ତମାନ ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ/ଦ୍ୱିତୀୟ କିସ୍ତି ପାଇଛନ୍ତି । ସେଥିମଧ୍ୟରୁ ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି ।

ଅନ୍ୟପଟେ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ଏବେ ବି ରାଜ୍ୟରେ ୨୦ ହଜାର ୧୫୦ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ। ୭ ହଜାର ୩୮୯ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣାଧୀନ ରହିଛି । ରାଜ୍ୟରେ ମୋଟ ୭୪ ହଜାର ୨୨୪ ଅଙ୍ଗନବାଡ଼ି ରହିଛି । ୫୪ ହଜାର ୭୪ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ଅଛି । ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଗୃହରେ ସୂଚନା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଣେ ୩୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Subhadra | Good news about Subhadra, you will get big gifts in the new year! | Argus News