ଗ୍ରାହକଙ୍କ ପାଇଁ ଖୁସି ଖବର: କମିବ ସୁନା ଓ ରୁପା ଦର

ବିଶ୍ଵ ବଜାରରେ ଅସ୍ଥିରତା ଓ ଅନିଶ୍ଚତତା ମଧ୍ୟରେ ସୁନାର ଚମକ ବଢ଼ିଚାଲିଛି । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୯୩ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୫ ହଜାର ୬୦୦ ଟଙ୍କାକୁ ପହଞ୍ଚିଛି ।ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୩ ହଜାର ୩୮୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୫, ୬୦୦ ଟଙ୍କା ଛୁଇଁଛି ।
ଆମେରିକାର ପ୍ରଖ୍ୟାତ ଆର୍ଥିକ ବିଶ୍ଳେଷଣ ସଂସ୍ଥା ମର୍ଣ୍ଣିଂଷ୍ଟାରର ରଣନୀତିଜ୍ଞ ଜନ୍ ମିଲ୍ସ ଦାବି କରିଛନ୍ତି ଯେ ସୁନାର ମୂଲ୍ୟ ଖୁବ ଶୀଘ୍ର ତଳକୁ ଖସିବ ଏବଂ ଏହାର ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କା ହୋଇଯିବ। ଏହି ଆକଳନ ଅନୁଯାୟୀ, ବିଶ୍ୱ ବଜାରରେ ସୁନାର ମୂଲ୍ୟ $3,080 ପ୍ରତି ଆଉନ୍ସରୁ $1,820 ପ୍ରତି ଆଉନ୍ସକୁ ହ୍ରାସ ପାଇବ। ଏହାର କାରଣ ହେଲା ଆମେରିକୀୟ ଅର୍ଥନୀତିରେ ସ୍ଥିରତା, ଡଲାରର ମୂଲ୍ୟରେ ସମ୍ଭାବ୍ୟ ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଅର୍ଥନୈତିକ ଅନିଶ୍ଚିତତାରେ କମି ଆସିବାକୁ ଦର୍ଶାଇଛନ୍ତି। ଚଳିତ ବର୍ଷ ସୁନା ମୂଲ୍ୟରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ତାହା ସ୍ପଟ୍ ମାର୍କେଟ୍ ହେଉ କିମ୍ବା ଫ୍ୟୁଚର୍ସ ମାର୍କେଟ୍।=
ଆଗାମୀ ଦିନରେ ସୁନା ଦର ୫୬ ହଜାର ଟଙ୍କା ପର୍ୟ୍ୟନ୍ତ ଖସିବାର ଆକଳନ କରାଯାଇଛି । ତଳମୁହାଁ ସୁନା ଓ ରୁପା ଦର। ବିଶେଷଜ୍ଞଙ୍କ ଅନୁମାନ ଆଗାମୀ ଦିନରେ ସୁନା ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଏପରି ହେଲେ ସୁନା ପୁଣି ମଧ୍ୟବର୍ଗ କିଣିବା ସମ୍ଭବ ହୋଇପାରିବ । ଗତ ବର୍ଷକ ମଧ୍ୟରେ ସୁନା ଦର ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ହେଲେ ଆଗାମୀ ଦିନରେ ସୁନା ଦରରେ ଭୟଙ୍କର ହ୍ରାସ ହେବାର ସମ୍ଭାବନା ରହିଛି ।
ଏହି ହ୍ରାସ ୩୮ ପ୍ରତିଶତରୁ ବି ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି । ଏପରି କିଛି ହେଲେ ସୁନା କିଣୁଥିବା ଲୋକଙ୍କର ଲାଭ ହୋଇପାରେ । ହେଲେ ନିବେଶକଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିବ। ବଜାରରେ ବର୍ତ୍ତମାନର ସନୁା ଦର ଆର୍ଥିକ ଅନିଶ୍ଚିତତା, ମୁଦ୍ରାସ୍ପିତି ଚିନ୍ତା ଆଦି ପାଇଁ ବଢିଛି । ଏବେ ବର୍ଦ୍ଧିତ ସୁନା ଓ ରୁପା ଦରରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଗୋଟିଏ ଦିନରେ ୨୨ କ୍ୟାରେଟ୍ ସୁନା ଦର ୧୬ ଶହ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୭୪୦ ଟଙ୍କା ଶସ୍ତା ହୋଇଛି ।