Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri Srimandir / ଭକ୍ତଙ୍କ ପାଇଁ ଖୁସି ଖବର ! ପୁରୀରେ ଶ୍ରଦ୍ଧାଳୁଙ୍କ ରହିବା ପାଇଁ ଆଉ ହେବନି ଅସୁବିଧା...

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଭକ୍ତଙ୍କ ପାଇଁ ଖୁସି ଖବର ! ପୁରୀରେ ଶ୍ରଦ୍ଧାଳୁଙ୍କ ରହିବା ପାଇଁ ଆଉ ହେବନି ଅସୁବିଧା...
Srimandir

Key Points

ଲୋକଙ୍କ ସୁଲଭ ମୂଲ୍ୟରେ ରହଣୀ ପାଇଁ ଶ୍ରୀମନ୍ଦିର ଚାରିପଟୁ ଲଜିଂ, ମଠ ଉଚ୍ଛେଦ କରିଥିଲେ ତତ୍କାଳୀନ ସରକାର।

ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଭକ୍ତ-ଶ୍ରଦ୍ଧାଳୁ-ପର୍ଯ୍ୟଟକ-ତୀର୍ଥଯାତ୍ରୀଙ୍କ ପାଇଁ ମୋହନ ସରକାରଙ୍କ ବଡ ପଦକ୍ଷେପ । ଏଣିକି ଆଉ ବଡ଼ଦାଣ୍ଡରେ ରାତି କାଟିବେନି ଭକ୍ତ। ସେମାନଙ୍କ ପାଇଁ ଖୁବଶୀଘ୍ର ସୁଲଭ ମୂଲ୍ୟରେ ରହଣୀ ସୁବିଧା କରିବାକୁ ଯାଉଛନ୍ତି ମୋହନ ସରକାର । ଖୁବ୍‌ଶୀଘ୍ର ନିର୍ମାଣ ହେବ ଧର୍ମଶାଳା । ଅବଢ଼ା ଯୋଜନାରେ ବାସେଳି ସାହି ଥାନା ନିକଟରେ G+3, 5ଟି କୋଠା ନିର୍ମାଣ ଜୋରସୋରରେ ଚାଲିଥିବା ବେଳେ ଦୁଇମାସ ମଧ୍ୟରେ ଏହାର ନିର୍ମାଣ ସରିବ ।

ସେପଟେ ନିର୍ବାଚନ ବୈତରଣୀ ପାର ପାଇଁ ୨୦୨୨ରୁ ପ୍ରକଳ୍ପ ଆରମ୍ଭ କରି ତତ୍କାଳୀନ ସରକାର ଧୀମେଇ ଯାଇଥିବା ଅଭିଯୋଗ କରିଛନ୍ତି ଖୋଦ୍ ପୁରୀର ପୂର୍ବତନ ବିଧାୟକ। ଅନ୍ୟପଟେ ଲୋକଙ୍କ ସୁଲଭ ମୂଲ୍ୟରେ ରହଣୀ ପାଇଁ ଶ୍ରୀମନ୍ଦିର ଚାରିପଟୁ ଲଜିଂ, ମଠ ଉଚ୍ଛେଦ କରିଥିଲେ ତତ୍କାଳୀନ ସରକାର।

ଜଗା ଦୁଆରେ ଭକ୍ତମାନେ ଥଣ୍ଡା କାକରରେ ଅପେକ୍ଷା କରିଥାନ୍ତି । ଟଙ୍କା ଅଭାବରୁ ବାଧ୍ୟ ହୋଇ ମହାପ୍ରଭୁଙ୍କ ଦୁଆରେ ରାତି କାଟନ୍ତି ଗରିବ ଶ୍ରଦ୍ଧାଳୁ । କିଏ ଗାମୁଛା ପାରି ଶୁଏ ତ ଆଉ କିଏ ଶୀତ କାକରରେ ବସି ରହି ରାତି କାଟେ । ଆଉ ଶୀତଦିନ ଚାଲିଥିବା ବେଳେ ଛୋଟଛୋଟ ପିଲାଙ୍କୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ। ଶିତ କାକରରେ ସିଂହ ଦୁଆରରେ ପଡ଼ି ରହିଥାନ୍ତି ଶ୍ରଦ୍ଧାଳୁ। ହୋଟେଲ୍, ଲଜିଂର ଚଢ଼ାଦର ସେମାନଙ୍କ ପକେଟ୍‌କୁ ସାଥ୍ ଦେଉନଥିବାରୁ ବାଧ୍ୟ ହୋଇ ବଡ଼ଦାଣ୍ଡରେ ରାତି କାଟୁଥିବା ସେମାନେ କହନ୍ତି।

ତେବେ ଏଣିକି ଆଉ ଶୀତ କାକରରେ ବଡଦାଣ୍ଡରେ ରାତି କାଟିବେନି ଶ୍ରଦ୍ଧାଳୁ। କାରଣ ପୁରୀରେ ଖୁବଶୀଘ୍ର ଶେଷ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଯାତ୍ରୀଙ୍କ ପାଇଁ ଧର୍ମଶାଳା ନିର୍ମାଣ। ଅବଢ଼ା ଯୋଜନାରେ ୨୦୨୨ରୁ ଆରମ୍ଭ ହୋଇଥିବା ଏହି ଧର୍ମଶାଳା ନିର୍ମାଣ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତତ୍କାଳୀନ ସରକାରଙ୍କ ସମୟରେ ଓବିସିସି ପକ୍ଷରୁ ୨୦୨୨ ଅଗଷ୍ଟ ୨୩ ତାରିଖରେ ଧର୍ମଶାଳା ପ୍ରକଳ୍ପ ନିମନ୍ତେ ଶ୍ରୀଜୀକୃପା ପ୍ରୋଜେକ୍ଟ ଲିମିଟେଡ୍ ସଂସ୍ଥାକୁ 135.6 କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ୨୪ ମାସ ମଧ୍ୟରେ ଅର୍ଥାତ ୨୦୨୪ ଅଗଷ୍ଟ ୨୨ ତାରିଖରେ ଏହି ପ୍ରକଳ୍ପ ସାରିବାକୁ ଲକ୍ଷ ରଖାଯାଇଥିଲେ ମଧ୍ୟ ଏହା ଏଯାବତ୍ ଶେଷ ହୋଇନାହିଁ। ଯାହା ଫଳରେ ବଡ଼ଦାଣ୍ଡରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ରାତି କାଟୁଛନ୍ତି।

ପରିକ୍ରମା ପ୍ରକଳ୍ପ ଆଳରେ ଶ୍ରୀମନ୍ଦିର ୭୫ ମିଟର ମଧ୍ୟରେ ଥିବା ଅନେକ ମଠ, ଲଜିଂ, ଗେଷ୍ଟ ହାଉସ୍, ଧର୍ମଶାଳାକୁ ଭାଙ୍ଗିଦେଇଥିଲେ ନବୀନ ସରକାର। ଲୋକମାନେ ବହୁତ୍ କମ୍ ଟଙ୍କା ଦେଇ ଶ୍ରୀମନ୍ଦିର ଚାରିପଟେ ରାତ୍ରୀଯାପନ କରୁଥିଲେ। କିନ୍ତୁ ଏବେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ କୌଣସି ଧର୍ମଶାଳା, ହୋଟେଲ୍, ଲଜିଂ ଉପଲବ୍ଧ ନଥିବାରୁ ଶୀତକାକରରେ ବଡ଼ଦାଣ୍ଡରେ ଦହଗଞ୍ଜ ଅବସ୍ଥାରେ ରାତି କଟାଉଛନ୍ତି ଶ୍ରଦ୍ଧାଳୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Puri Srimandir | Good news for devotees! There will be no more problems for devotees to stay in Puri... | Argus News