Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Assembly / ଏଥର ବଜେଟ୍‌ରେ ଚାଷୀଙ୍କ ପାଇଁ ଖୁସି ଖବର, ଋଣ ଛାଡ଼ ପାଇଁ ୩୦୦ କୋଟି

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଏଥର ବଜେଟ୍‌ରେ ଚାଷୀଙ୍କ ପାଇଁ ଖୁସି ଖବର, ଋଣ ଛାଡ଼ ପାଇଁ ୩୦୦ କୋଟି

Key Points

ଚାଷୀଙ୍କ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ପ୍ୟାକ୍ସକୁ ୩୦୦ କୋଟିର ବ୍ୟବସ୍ଥା କରାଯାଇଛି ।

ଚାଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏଥର ଅତିରିକ୍ତ ବଜେଟ୍‌ରେ ଚାଷୀଙ୍କ ପାଇଁ ରଖିଛନ୍ତି ଏକ ସିଂହ ଭାଗ । ଯାହାକି ଚାଷୀଙ୍କ ଉନ୍ନତି ପାଇଁ ହେବ ସହାୟକ । ତେବେ ଶୁକ୍ରବାର ବିଧାନସଭା ଗୃହରେ ଅତିରିକ୍ତ ବଜେଟ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥର ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ କରାଯାଇଛି ।

ସେଥିମଧ୍ୟରୁ ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ୩ ହଜାର କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଚାଷୀଙ୍କୁ MSP ଓ ଇନପୁଟ୍‌ ସହାୟତା ବାବଦରେ ୮୫୦ କୋଟି ବ୍ୟୟ ବରାଦ କରାଯାଇଛି । ଚାଷୀଙ୍କ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ପ୍ୟାକ୍ସକୁ ୩୦୦ କୋଟିର ବ୍ୟବସ୍ଥା କରାଯାଇଛି ।

ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ମଧ୍ୟରେ ପ୍ରଶାସନିକ ବ୍ୟୟ ବାବଦକୁ ୩ ହଜାର ୩୮୯ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୧୩ ହଜାର ୭୧୬ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୭୧ କୋଟି ଏବଂ ରାଜ୍ୟ ବଜେଟ୍‌ରୁ ସ୍ଥାନାନ୍ତର ୧୬୪ କୋଟି ରହିଛି ।

୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ରେ ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଦିଆଯାଇଥିବା ବେଳେ ମମତା ଯୋଜନା ପାଇଁ ୧୪୨ କୋଟି, ମିଶନ ଶକ୍ତି ପାଇଁ ୪୦୫ କୋଟି, ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ୨୦୦ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୫୪ କୋଟି ବ୍ୟବସ୍ଥା କରାଯାଇଛି । ସେହିଭଳି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗି ୪୦ କୋଟି, ବିକଶିତ ଗାଁ ବିକଶିତ ଓଡ଼ିଶା ୫୭ କୋଟି, ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ ପାଇଁ ୪୦ କୋଟି ବ୍ୟୟବରାଦ କରାଯାଇଛି ।

ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୪୨୬ କୋଟି । ରାସ୍ତା ଓ ସେତୁ ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି । ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୧୬ କୋଟି । ଜାତୀୟ ବିପର୍ଯ୍ୟୟ ବିପଦ ପ୍ରଶମନ ପାଣ୍ଠି ୧୭୧ କୋଟି ବ୍ୟୟବରାଦ କରାଯାଇଛି । ଅନ୍ୟପଟେ ଏହି ଅତିରିକ୍ତ ବଜେଟ୍‌ ଆଗତ ପରେ ଶନିବାର ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଛି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ସର୍ବାଧିକ ୪ ହଜାର ୩୨୯ କୋଟି ଦିଆଯାଇଥିବା ବେଳେ ଶିକ୍ଷା କ୍ଷେତ୍ର ପାଇଁ ୨ ହଜାର ୩୨୭ କୋଟି, ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି, କୃଷି ଓ ଅନୁସାଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୫୮୮ କୋଟି ବ୍ୟବସ୍ଥା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Assembly | Good news for farmers in this budget, Rs 300 crore for loan waiver | Argus News