Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର

Smruti Parija
Browse all articles by Smruti Parija
·1 year ago·1 min read
ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର

ଅର୍ଗସ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟବାସୀଙ୍କୁ ମୋଦି ସରକାରଙ୍କ ପୁଣି ତିନି ବନ୍ଦେ ଭାରତ ଏକ୍ସପ୍ରେସ ଭେଟି । ବ୍ରହ୍ମପୁରରୁ ଟାଟାନଗର, ରାଉରକେଲାରୁ-ହାୱଡ଼ା ଓ ରାୟପୁର-ବିଶାଖାପାଟଣା ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍ । 

ଝାଡ଼ଖଣ୍ଡରୁ ଗ୍ରୀନ୍ ସିଗନାଲ୍ ଦେଖାଇବେ ପ୍ରଧାନମନ୍ତ୍ରୀ ମୋଦି । ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲାରୁ ବାହାରି ଚକ୍ରଧରପୁର, ଟାଟାନଗର  ଖଡ଼ଗପୁର, ହୋଇ ହାୱଡାରେ ପହଞ୍ଚିବ । ମାତ୍ର 4ରୁ 5 ଘଣ୍ଟାରେ ଶେଷ ହେବ ଏହି ଯାତ୍ରା । ରାୟପୁର-ବିଶାଖାପାଟଣା ଏକ୍ସପ୍ରେସ୍ ବିଶାଖାପଟନମରୁ ବାହାରି ବିଜୟନଗରମ୍-ରାୟଗଡା-କେସିଙ୍ଗା-ଟିଟିଲାଗଡ-କଣ୍ଟାବାଞ୍ଜି-ଖରିଆରରୋଡ-ମହାସମୁନ୍ଦ-ବାଟ ଦେଇ ରାୟପୁରରେ ପହଞ୍ଚିବ ।

ସେହିଭଳି ବ୍ରହ୍ମପୁରରୁ ଟାଟାନଗର ଏକ୍ସପ୍ରେସ୍ ବ୍ରହ୍ମପୁରରୁ ଟ୍ରେନ୍ ବାହାରି ବାଲୁଗାଁ-ଖୋର୍ଦ୍ଧା ରୋଡ଼ ଭୁବନେଶ୍ବର କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ, ବଂଶପାଲ, ଚାଇବସା ଦେଇ ଟାଟାନଗରରେ ପହଞ୍ଚିବ । ମାତ୍ର 8ରୁ 9 ଘଣ୍ଟାରେ 586 କିମି ଅତିକ୍ରମ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସପ୍ତାହରେ 6 ଦିନ ଏହି ଟ୍ରେନ ଚାଲିବ। ଟାଟାନଗରରେ ରେଳମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି ଟ୍ରେନର ଶୁଭ ଉଦଘାଟନ କରିବେ । ବ୍ରହ୍ମପୁରରେ ଉଘାଟନ ସମାରୋହରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ ଗଞ୍ଜାମର ସମସ୍ତ ବିଧାୟକ ଓ ସାଂସଦ ସାମିଲ ହୋଇଛନ୍ତି ।

 

Sponsored
Good news for the people of Odisha-three-more-bande-bharat-express-to-be-run-in-odisha | Argus News