Videos
|
Odisha

ବ୍ୟବସାୟୀଙ୍କ ପାଇଁ ଖୁସି ଖବର, କମିଲା LPG ଗ୍ୟାସ ଦର

Rashmita Mishra
Browse all articles by Rashmita Mishra
·1 year ago·1 min read
ବ୍ୟବସାୟୀଙ୍କ ପାଇଁ ଖୁସି ଖବର, କମିଲା LPG ଗ୍ୟାସ ଦର

Key Points

ବ୍ୟବସାୟୀଙ୍କ ପାଇଁ ଖୁସି ଖବର, କମିଲା LPG ଗ୍ୟାସ ଦର

୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୫୮.୫୦ ଟଙ୍କା ରିହାତି

ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି

ମାସ ଆରମ୍ଭରୁ ବ୍ୟବସାୟୀଙ୍କ ପାଇଁ ଖୁସି ଖବର, କମିଲା LPG ଗ୍ୟାସ ଦର । କେନ୍ଦ୍ର ସରକାର କମର୍ସିଆଲ ସିଲିଣ୍ଡର ମୂଲ୍ୟରେ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ୧୯ କିଲୋଗ୍ରାମ କମର୍ସିଆଲ LPG ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୫୮.୫୦ ଟଙ୍କା ରିହାତି କରିଛନ୍ତି । ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି । ତେବେ ଘରେ ବ୍ୟବହୃତ ହେଉଥିବା LPG ସିଲିଣ୍ଡରର ମୂଲ୍ୟ ସମାନ ରହିଛି । ଲୋକମାନେ ଏହାର ମୂଲ୍ୟ ହ୍ରାସ ପାଇବାର ଆଶା କରୁଥିଲେ ।

କମିଲା କମର୍ସିଆଲ LPG ଗ୍ୟାସ ଦର
ଏଏନଆଇ ରିପୋର୍ଟ ଅନୁଯାୟୀ, ତୈଳ ବିପଣନ କମ୍ପାନୀଗୁଡ଼ିକ କମର୍ସିଆଲ LPG ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ଏକ ନିଷ୍ପତ୍ତିରେ ସରକାର ଆଜିଠାରୁ ୧୯ କିଲୋଗ୍ରାମ କମର୍ସିଆଲ LPG ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୫୮.୫୦ ଟଙ୍କା ରିହାତି ଦେଇଛନ୍ତି । ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ LPG ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧ ଜୁଲାଇରୁ ୧୬୬୫ ଟଙ୍କା ରହିଛି। ସାଧାରଣ ଲୋକଙ୍କ ରୋଷେଇ ଘରେ ସାଧାରଣତଃ ବ୍ୟବହୃତ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
good-news-for-traders-reduced-lpg-gas-prices | Argus News