Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର: ଏମାନଙ୍କୁ ୫ କେଜି ଅଧିକ ଚାଉଳ ମିଳିବ

Odisha

Ration Card / ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର: ଏମାନଙ୍କୁ ୫ କେଜି ଅଧିକ ଚାଉଳ ମିଳିବ

Rashmita Mishra
Browse all articles by Rashmita Mishra
·6 months ago·2 min read
ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର: ଏମାନଙ୍କୁ ୫ କେଜି ଅଧିକ ଚାଉଳ ମିଳିବ

Key Points

ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୧୯ଟି ଜିଲ୍ଲାରେ ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କିଲୋ ଚାଉଳ ଯୋଗାଇବେ ଓଡ଼ିଶା ସରକାର । 

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏଣିକି ୫ କେଜି ଅଧିକ ଚାଉଳ ମିଳିବ ହିତାଧିକାରୀଙ୍କୁ । ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୧୯ଟି ଜିଲ୍ଲାରେ ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କିଲୋ ଚାଉଳ ଯୋଗାଇବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ତିନି ମାସ ପାଇଁ ଦେବାକୁ ଥିବା ଚାଉଲ ପାଇବେ । ଏହା ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଆସିବ।

ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ନିର୍ଦ୍ଦେଶ ଅନୁଯାୟୀ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ପୂର୍ବରୁ ଯୋଗାଇ ଦିଆଯାଇଥିବା ୫ କିଲୋ ଚାଉଳ ବ୍ୟତୀତ ଅତିରିକ୍ତ ଚାଉଳ ବଣ୍ଟା ଯିବ। ୧୯ଟି ଜିଲ୍ଲାର କଲେକ୍ଟରମାନଙ୍କୁ ଅକ୍ଟୋବର ୩୧ ସୁଦ୍ଧା ଚାଉଳ ଉଠାଇ ଏବଂ ଉଚିତ ମୂଲ୍ୟରେ ଦେଇ ନଭେମ୍ବର ୧୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ନିଷ୍ପତ୍ତି ଦ୍ୱାରା ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ଆସୁଥିବା ୮.୨୮ ଲକ୍ଷ ପରିବାର ସମେତ ୭୦.୪୭ ଲକ୍ଷରୁ ଅଧିକ ପରିବାରର ପ୍ରାୟ ୨.୪୦ କୋଟି ବ୍ୟକ୍ତି ଉପକୃତ ହେବେ। ପ୍ରତ୍ୟେକ ଅନ୍ତ୍ୟୋଦୟ ପରିବାର, ଯେଉଁମାନେ ପୂର୍ବରୁ ୩୫ କେଜି ଚାଉଳ ପାଉଥିଲେ, ଏବେ ତିନି ମାସ ପାଇଁ ୪୦ କିଲୋଗ୍ରାମ ଚାଉଳ ପାଇବେ।
ସେତେବେଳେ ମନ୍ତ୍ରୀ କହିଥିଲେ, ୯୭.୪୦ ଲକ୍ଷ ପରିବାରର ୩.୨୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ପାଉଛନ୍ତି ।

ଯାଞ୍ଚ ଚାଲୁଥିବା ବେଳେ ୩୦ ହଜାର ୧୨୫ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଛି । ଏଥିସହ ୬ ଲକ୍ଷ ୩୮ ହଜାର ୯୯୬ ମୃତ ବ୍ୟକ୍ତିଙ୍କ ନାମ ମଧ୍ୟ ଡାଟାବେସ୍‌ରୁ ହଟାଇ ଦିଆଯାଇଛି । ଏହି ନାମ ଗୁଡ଼ିକୁ ବାଦ ଦେବା ଦ୍ୱାରା ନୂତନ ଯୋଗ୍ୟ ଆବେଦନକାରୀଙ୍କୁ ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଥାନ ସୃଷ୍ଟି ହୋଇଛି ।

ମନ୍ତ୍ରୀଙ୍କ କହିବା କଥା, ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପରେ, ଏବେ ସୁଦ୍ଧା ୨ ଲକ୍ଷ ୫ ହଜାର ୩୮୪ ନୂଆ ପରିବାର ଅର୍ଥାତ୍‌ ୩ ଲକ୍ଷ ୮୭ ହଜାର ୮୧୯ ନଆ ହିତାଧିକାରୀଙ୍କୁ ଏହି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ ୫ ଲକ୍ଷ ୯ ହଜାର ୬୦୬ ନୂତନ ଆବେଦନ ପତ୍ରର ଯାଞ୍ଚ କରାଯାଉଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ration Card | Good News for Ration Card Holders: Extra 5 Kg Rice Announced | Argus News