Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖୁସି ଖବର ! ୩୦ ବର୍ଷରେ ଯାହା ହୋଇପାରିନଥିଲା, ୮ ମାସରେ କଲା ବିଜେପି

Odisha

ଖୁସି ଖବର ! ୩୦ ବର୍ଷରେ ଯାହା ହୋଇପାରିନଥିଲା, ୮ ମାସରେ କଲା ବିଜେପି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଖୁସି ଖବର ! ୩୦ ବର୍ଷରେ ଯାହା ହୋଇପାରିନଥିଲା, ୮ ମାସରେ କଲା ବିଜେପି

ଗରିବଙ୍କୁ କେନ୍ଦ୍ର ଓ ରାଜ୍ୟ ଯୋଜନାର ଲାଭ ଦେବାକୁ ବିଜେପି ସରକାରଙ୍କ ଚିନ୍ତା । ଆଉ ୧୪୭ ପଡ଼ା ଗାଁକୁ ରାଜସ୍ୱ ଗାଁରେ ପରିଣତ କରିବାକୁ ଚାଲିଛି ବିଚାର । ବିଧାନସଭାରେ ରାଜସ୍ବ ମନ୍ତ୍ରୀଙ୍କ ବିବୃତି, ଆସନ୍ତା ଏପ୍ରିଲ୍ ସୁଦ୍ଧା ହେବ ଚୂଡାନ୍ତ । ବର୍ତ୍ତମାନ ଚାଲିଛି ମ୍ୟାପ୍ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍ଗେସନ୍ । ବର୍ଷେ ଭିତରେ ୨୬୩ ପଡ଼ା ଗାଁ ହୋଇସାରିଲାଣି ରାଜସ୍ବ ଗାଁରେ ରୂପାନ୍ତରିତ ।

ଯାହା ହୋଇପାରିନଥିଲା ୩୦ ବର୍ଷରେ । ତାହା ବିଜେପି ସରକାରରେ ହେଉଛି ସମ୍ଭବ । ୨୦୨୪ ମସିହା ସୁଦ୍ଧା ୩୦ ବର୍ଷରେ ଓଡ଼ିଶାର ମାତ୍ର ୧,୦୫୩ ପଡ଼ା ଗାଁକୁ ରାଜସ୍ବ ଗାଁ କରିବାକୁ ବୋର୍ଡ ଅଫ୍ ରେଭେନ୍ୟୁ ଅନୁମୋଦନ କରିଥିଲା । ମାତ୍ର ୟା ମଧ୍ୟରୁ ୩୦୭ଟି ପଡ଼ା ଗାଁ ରେକର୍ଡ ପରିବର୍ତ୍ତନ ହୋଇ ରାଜସ୍ବ ଗାଁରେ ରୂପାନ୍ତରିତ ହୋଇଛି । ବାକି ୭୦୦ ଗାଁ ପେଣ୍ଡିଂ ରହିଛି ।


ଯାହାକି ବିଜେପି ସରକାର ଆସିବାର ୮ ମାସ ମଧ୍ୟରେ ୨୬୩ ପଡ଼ା ଗାଁକୁ ରାଜସ୍ବ ଗାଁରେ ରୂପାନ୍ତରିତ କରାଯାଇଛି। ଆଉ ୧୪୭ ପଡ଼ା ଗାଁକୁ ରାଜସ୍ୱ ଗାଁ କରିବାକୁ ସରକାର ବିଚାର କରୁଛନ୍ତି । ଯାହା ଏପ୍ରିଲ ସୁଦ୍ଧା ଚୂଡ଼ାନ୍ତ ହେବ ବୋଲି ବିଧାନସଭାରେ ବିବୃତି ରଖିଛନ୍ତି ରାଜସ୍ବ ମନ୍ତ୍ରୀ । ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍ଗେସନ କରାଯାଉଛି । ଯାହା ୬ରୁ ୭ ଦିନରେ ଶେଷ ହେବ ।

ସେପଟେ ଏପରି ଘୋଷଣାକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ସର୍ବ ବୃହତ ପଡ଼ା ଗାଁ ରହିଥିବାରୁ ଲୋକେ ବହୁ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିଲେ । ବର୍ଷ ବର୍ଷ ଧରି ରାଜସ୍ବ ଗ୍ରାମ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଦାବି ପୂରଣ ହୋଇ ପାରୁନଥିଲା । ବର୍ତ୍ତମାନ ରାଜ୍ୟ ସରକାର ପଡ଼ାଗ୍ରାମ ଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଗ୍ରାମାଞ୍ଚଳ ବାସିନ୍ଦା ।

ରାଜସ୍ୱ ଗାଁ ଏକ ସ୍ୱୀକୃତି, ଯେଉଁଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ଲାଭ ପାଇ ପାରିବେ ଗ୍ରାମାଞ୍ଚଳ ବାସିନ୍ଦା । ତେଣୁ ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେନେଇ ଗ୍ରାମବାସୀ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିବାକୁ କହିଛନ୍ତି ରାଜସ୍ବ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Good news! What couldn't be done in 30 years, BJP did in 8 months | Argus News