ମାଲବାହୀ ଟ୍ରେନ୍ର ୩ଟି ୱାଗନ ଲାଇନଚ୍ୟୁତ
·1 year ago

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ । ଟିଟିଲାଗଡ଼ ଠାରୁ ୮ ନମ୍ବର ଲାଇନରୁ ଡାଉନ୍ ଲାଇନ୍ ରହେନ୍ ଭଟା ଆଡ଼କୁ ଯାଉଥିବା ବେଳେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି ।
ଗୋଟିଏ ୱାଗନ ପୁରା ରେଳ ଧାରଣାର କଡ଼କୁ ଚଢ଼ି ଯାଇଥିବା ବେଳେ ଆଉ ଦୁଇଟି ୱାଗନ ଲାଇନଚ୍ୟୁତ୍ ହୋଇଯାଇଛି । ମାଲବାହୀ ଟ୍ରେନ୍ଟି ଟିଟିଲାଗଡ଼ରୁ ରାୟପୁର ଅଭିମୁଖେ ଯାଉଥିଲା । ୩ଟି ୱାଗନ ଲାଇନଚ୍ୟୁତ ହୋଇଥିବାରୁ ଉକ୍ତ ଲାଇନ୍ରେ ଟ୍ରେନ୍ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଖବର ପାଇ ରେଳ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମରାମତି ଆରମ୍ଭ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: